ETV Bharat / state

ରାଜ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ - ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ

ବଙ୍ଗୋପସାଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ପଢ଼ନ୍ତୁ

Weather updated
ପାଣିପାଗ ସୂଚନା
author img

By

Published : Jul 8, 2023, 7:29 PM IST

ପାଣିପାଗ ସୂଚନା

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ରହିଛି ନିମ୍ନ ମୌସୁମୀ ଚାପରେଖା । ରାଜସ୍ଥାନରୁ ବାହାରି ବାଲେଶ୍ବର ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏ ଲମ୍ବିଛି । ଏହାସହ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ: ବୌଦ୍ଧରେ ବର୍ଷା ଉଭାନ, ଚିନ୍ତାରେ ଚାଷୀକୂଳ

ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ବିଶେଷ କରି ଦକ୍ଷିଣ ଉପକୂଳ ଓଡ଼ିଶାରେ ବିଜୁଳି ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି । ଏହି ଅଞ୍ଚଳରେ ମଧ୍ୟମରୁ ହାଲୁକା ଧରଣର ବର୍ଷା ହେବାକୁ ଥିବା ବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୨ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଝାରସୁଗୁଡା, ଜଗତସିଂହପୁର, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ଦେଓଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ପ୍ରବଳ ବର୍ଷାକୁ ନେଇ ୭ ଜିଲ୍ଲା ଯେପରିକି ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼, ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୪ ଦିନ ଯାଏ ରାଜ୍ୟରେ ସ୍ୱାଭାବିକ ବର୍ଷା ଲାଗିରହିବା ସହ ଆସନ୍ତା ସପ୍ତାହରେ ବର୍ଷାର ବିସ୍ତୃତି ବଢିପାରେ । ଏହା ନିଅଁଟିଆ ବର୍ଷକୁ ଭରଣ କରିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ: ରାଜ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ସକ୍ରିୟ, ପ୍ରବଳ ଛେଚିବ

ସେପଟେ ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶା ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କଟକ ବାଙ୍କୀରେ ସର୍ବାଧିକ ୬୫.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ରାଜ୍ୟରେ ମୌସୁମୀର ସକ୍ରିୟତାକୁ ନେଇ ୧୦.୪ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୯.୩ ମିମି ତୁଳନାରେ ୧୨% ଅଧିକ ରହିଛି । ଜୁଲାଇ ୯ ରୁ ୧୨ ତାରିଖ ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବା ବେଳେ ଜୁଲାଇ ମାସର ଶେଷ ଆଡକୁ ଲଘୁଚାପର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.