ETV Bharat / state

ରାଜଧାନୀରେ କୁଆପଥର ବର୍ଷା, କାଲିଠୁ ପାଗରେ ପରିବର୍ତ୍ତନ - ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଛି । ଏହାକୁ ଦୃଷ୍ଟିରେ ରଖି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

heavy rainfall in odisha
ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା
author img

By

Published : Mar 20, 2023, 7:51 PM IST

ରାଜଧାନୀରେ କୁଆପଥର ବର୍ଷା

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼ ପ୍ରଭାବ । ରାଜ୍ୟର ଅନେକ ସ୍ଥାନରେ ଅଦିନିଆ ବର୍ଷା ହେବାସହ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ଅପରାହ୍ନରେ ରାଜଧାନୀରେ କୁଆପଥର ବର୍ଷା ଦେଖିବାକୁ ମିଳିଛି । ଘଡ଼ଘଡ଼ି ବିଜୁଳି ସହ ଝଡ ପବନ ମଧ୍ୟ ହୋଇଛି । ତେବେ ଆସନ୍ତା ୨୪ ଘଣ୍ଟା ପରେ ପଶ୍ଚିମା ଝଡର ପ୍ରଭାବ କମିବା ନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।

ପଶ୍ଚିମା ଝଡ ପ୍ରଭାବରେ ରାଜଧାନୀରେ କୁଆପଥର ବର୍ଷା ଅନୁୁଭୂତ ହୋଇଛି । ସେହିପରି କଟକ ସହରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଉପକୂଳ ଓ ଆଭ୍ୟନ୍ତରିଣ ଜିଲ୍ଲାମାନଙ୍କରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟାରେ ମଧ୍ୟ ଉପକୂଳ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ କୋରାପୁଟ କଳାହାଣ୍ଡି, ନୂଆପଡ଼ା ମାଲକାନଗିରି, ରାୟଗଡା, କଟକ, ଓ ନବରଙ୍ଗପୁରକୁ ସତର୍କତା ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି । ସୁନ୍ଦରଗଡ଼ର ମନ୍ଦିର ଡ୍ୟାମ ଠାରେ ସର୍ବୋଚ୍ଚ ୧୧୯.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୪ ଡ଼ିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କେତୋଟି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷ ହେବାର ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ରାଜସ୍ଥାନ ଓ ନାଗାଲାଣ୍ଡ ଦେଇ ଓଡ଼ିଶା ଉପକୂଳରେ ଏକ ଟର୍ପ ଲାଇନ ରହୁଛି । ଏହାର ପ୍ରଭାବରେ ହାଲୁକା ବର୍ଷା ଏବଂ କା ଭାଁ ମେଘୁଆ ପାଗ ଅନୁଭବ ହେବ । ଅନ୍ୟପଟେ ଆସନ୍ତାକାଲି (ମଙ୍ଗଳବାର) ଠାରୁ ପାଗରେ ପରିବର୍ତ୍ତନ ହେବ । ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷ ହେବାର ସମ୍ଭାବନା ରହିଛି । ୨୨ ତାରିଖ ଠାରୁ ପାଗ ଶୁଖିଲା ରହିବ ବୋଲି ଆକଳନ କରିଥିବା ବେଳେ ସମସ୍ତ ସତର୍କକୁ ହଟାଇଛି ପାଣିପାଗ ବିଭାଗ ।

ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ 5 ଏବଂ ୬ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ହେବା ଯୋଗୁଁ ପୁଣି ତାପମାତ୍ରା ବୃଦ୍ଧି ହୋଇପାରେ । ଝଡ ବର୍ଷାର ପ୍ରଭାବ କମିବା ସହ ରାଜ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବ । ପୁଣି ତାତି ବଢ଼ିବା ସହ ଗରମ ଅନୁଭବ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.