ETV Bharat / state

Weather Update: ଆଗାମୀ ୪ ଦିନ ବର୍ଷା ସମ୍ଭାବନା, ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

author img

By

Published : Jul 15, 2023, 10:36 AM IST

ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ଆଗାମୀ ୪ ଦିନ ବର୍ଷା ସମ୍ଭାବନା
ଆଗାମୀ ୪ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ସକାଳୁ ଝିପ୍‌ଝିପ୍ ବର୍ଷା ହେଉଛି । ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବଢିବ । ଆଜି (ଶନିବାର) ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା, କଟକ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଦେବଗଡ, ବରଗଡ, ସୁନ୍ଦରଗଡ, ବୌଦ୍ଧ ଓ ସମ୍ବଲପୁର । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

ଆଗାମୀ ଦୁଇ ଘଣ୍ଟା ଟ୍ବିନ ସିଟି କଟକ ଓ ଭୁବନେଶ୍ବରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ଆଜି ସକାଳ ସାଢେ ୮ଟା ସୁଦ୍ଧା କଟକ ସହରରେ ୪୧.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ୧୪.୭ ମିମି ବର୍ଷା ରେକର୍ଡ କରାଯାଇଛି । ତେବେ ବର୍ଷା ପରେ କିଛି ଦିନ ହେଲା ଲାଗି ରହିଥିବା ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ବର୍ଷା ଯୋଗୁଁ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ବିଶେଷକରି ତଳିଆ ଅଞ୍ଚଳ ତଥା ଅଣ୍ଡରପାସ ରୋଡରେ ପାଣି ଜମିବା ସମ୍ଭାବନା ରହୁଥିବାରୁ ଆବଶ୍ୟକ ନଥିଲେ ଯାତାୟାତ ନକରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: Delhi Flood: ଜଳମୟ ଜାତୀୟ ରାଜଧାନୀ, ଆକାଶମାର୍ଗରୁ ଦେଖନ୍ତୁ ଦୃଶ୍ୟ

ଏହାମଧ୍ୟ ପଢନ୍ତୁ: ଧାରା ଶ୍ରାବଣରେ ଧରା ଦେଉନି ବର୍ଷା, ଗୀତରେ ଅକୁହା କଥା ବଖାଣିଲେ ଚଷା ପୁଅ

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ମୌସୁମୀ ସକ୍ରିୟତା ବୃଦ୍ଧି ଯୋଗୁଁ ରାଜ୍ୟର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆଜି ୧୪ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି । ତେବେ ଆଜି ସକାଳ ସାଢେ ୮ଟା ସୁଦ୍ଧା ପାରାଦ୍ବୀପରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ପଛକୁ ପୁରୀରେ ୮୬.୬ ମିମି, ଢେଙ୍କାନାଳରେ ୭୦ ମିମି, ନୟାଗଡରେ ୪୩.୧ ମିମି, କେନ୍ଦ୍ରାପଡାରେ ୨୨.୪ ମିମି, ଭୁବନେଶ୍ବରରେ ୧୪.୭ ମିମି, ଗୋପାଳପୁରରେ ୨.୧ ମିମି, ଚାନ୍ଦବାଲିରେ ୧୧.୯ ମିମି ଓ ବାଲେଶ୍ବରରେ ୧୦.୨ ମିମି ବର୍ଷା ରେକର୍ଡ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.