ETV Bharat / state

ଜିଲ୍ଲାପାଳଙ୍କ ସହାୟକଙ୍କୁ ଜାତିଆଣ ଆକ୍ଷେପ ମାମଲା, ଆଇନର ଆଶ୍ରୟ ନେବେ କହିଲେ ପୀଡିତା

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାଁରେ ନିର୍ଯାତନା ଅଭିଯୋଗ ଘଟଣା । ପୋଲିସ ଉପରୁ ଆସ୍ଥା ତୁଟିବା ପରେ ଏବେ କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି ଜିଲାପାଳଙ୍କ ବ୍ଯକ୍ତିଗତ ସହାୟକ ହେମନ୍ତ ଭୋଇ ଏବଂ ତାଙ୍କ ପତ୍ନୀ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ ସହାୟକଙ୍କୁ ଜାତିଆଣ ଆକ୍ଷେପ
ଜିଲ୍ଲାପାଳଙ୍କ ସହାୟକଙ୍କୁ ଜାତିଆଣ ଆକ୍ଷେପ
author img

By

Published : Dec 15, 2022, 5:17 PM IST

ଜିଲ୍ଲାପାଳଙ୍କ ସହାୟକଙ୍କୁ ଜାତିଆଣ ଆକ୍ଷେପ

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ନାଁରେ ନିର୍ଯାତନା ଅଭିଯୋଗ ଘଟଣା । ଏତଲା ଦେବାର 20 ଦିନ ପରେ ବି ହେଲାନି ମାମଲା ପଞ୍ଜୀକରଣ । ପୋଲିସ ଉପରୁ ଆସ୍ଥା ତୁଟିବା ପରେ ଏବେ କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି ଜିଲାପାଳଙ୍କ ବ୍ଯକ୍ତିଗତ ସହାୟକ ହେମନ୍ତ ଭୋଇ ଏବଂ ତାଙ୍କ ପତ୍ନୀ ।

ସୂଚନା ଅନୁସାରେ, ଗତ ନଭେମ୍ବର 24 ତାରିଖରେ ହେମନ୍ତଙ୍କ ପତ୍ନୀ ସବିତା ନାୟକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଜିଲ୍ଲାପାଳ ହେମନ୍ତଙ୍କୁ ମାନସିକ ନିର୍ଯାତନା ଦେବା ସହ ଶାଲା ଓଡିଆ କୁଛ ନେହିଁ ଜାନତା କହି ଓଡିଆ ବୋଲି ତାଚ୍ଛଲ୍ୟ କରିଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଏପରି ଗାଳି ଗୁଲଜ ହେବା ପରେ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି ବ୍ୟକ୍ତିଗତ ସହାୟକ ହେମନ୍ତ ଭୋଇଙ୍କ ପତ୍ନୀ । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି ମାନସିକ ନିର୍ଯାତନା ଦେଉଥିବା ଏତଲାରେ ଉଲ୍ଲେଖ କରିଛନ୍ତି ସବିତା ନାୟକ । ତେବେ ନିକଟରେ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇ ଆସିଛନ୍ତି ଜିଲ୍ଲାପାଳ କେ ସୁଦର୍ଶନ ।

ଏହା ମଧ୍ୟ ପଢନ୍ତୁ: ସ’ ମିଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ପୋଡି ପାଉଁଶ

ଜାତିକୁ ଆକ୍ଷେପ କରିଛନ୍ତି ବୋଲି ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଘଟଣା ପର ଠାରୁ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ମାମଲା ଚାପି ଦେବାକୁ ଚାପ ପକାଇବା ସହ ତଦନ୍ତ ଆଳ ଦେଖାଇ ମାମଲାକୁ ପଞ୍ଜିକରଣ କରୁନାହାନ୍ତିଁ ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଅଭିଯୋଗ କାରିଣୀ ସବିତା ।

ଏନେଇ ଅଭିଯୋଗକାରୀ ସବିତା ନାୟକ କହିଛନ୍ତି, " ପୋଲିସ ଠାରୁ ନ୍ଯାୟ ମିଳିବ ବୋଲି ମୋର ଆଶା ଥିଲା । ତଦନ୍ତ ଆଳ ଦେଖାଇ ଦିନ ଗଡାଇ ଚାଲିଛନ୍ତି । କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ମାମଲା ପଞ୍ଜୀକରଣ ମଧ୍ୟ କରିଲେ ନାହିଁ । ବର୍ତ୍ତମାନ ମୁଁ ଆଇନର ଆଶ୍ରୟ ନେବି । " ଏ ସମ୍ପର୍କରେ ଜିଲ୍ଲାପାଳ ଓ ଘଟଣାର ତଦନ୍ତ କରୁଥିବା ଏସଡିପିଓଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.