ETV Bharat / state

ରାଜଧାନୀବାସୀଙ୍କୁ କେନାଲ ବନ୍ଧ ଭୟ, ବାଲି ବସ୍ତା ବାନ୍ଧି ଲୋକେ ରାତି ଅନିଦ୍ରା

author img

By

Published : Aug 3, 2023, 9:06 AM IST

ରାଜଧାନୀରେ ଚିନ୍ତା ବଡାଇଛି ବର୍ଷା । କେନାଲ ବନ୍ଧରେ ବାଲି ବସ୍ତା ପକାଇଲେ ଲୋକେ । ଅଧିକ ପଢନ୍ତୁ

canal water logging fear in bhubaneswar
canal water logging fear in bhubaneswar

canal water logging fear in bhubaneswar

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ଘାରିଛି ବର୍ଷା ଭୟ । ବର୍ଷ ହେଲେ ଅଣାୟତ୍ତ ହେଉଛି ଭୁବନେଶ୍ବରର ସ୍ଥିତି । ରାସ୍ତା ଘାଟ ଯୁଆଡେ ଚାହିଁବ ଖାଲି ପାଣି ହିଁ ପାଣି । ମୁଖ୍ୟ ରାସ୍ତାରେ ବର୍ଷା ପାଣି ଲହଡି ମାରୁଥିବାରୁ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାଜଧାନୀ ବାସିନ୍ଦା । ବନ୍ୟା ଆସିଲେ ନଦୀ କୁଳିଆଙ୍କୁ ନଦୀ ବନ୍ଧ ଭୟ ରହିଥିବା ବେଳେ ଏବେ ରାଜଧାନୀବାସୀଙ୍କୁ ଘାରିଛି କେନାଲ ଭୟ। କେନାଲ ପାଣି ଯେମତି ରାସ୍ତା ପାର ନକରି ଘରେ ପଶିବ ସେନେଇ ସଜାଗ ହୋଇଛନ୍ତି ସମସ୍ତେ । ରସୁଲଗଡ଼, ଝାରପଡ଼ା, ଲକ୍ଷ୍ମୀସାଗର, ବଡଗଡ ଦେଇ ଯାଇଥିବା କେନାଲ କଡରେ ବାଲି ବସ୍ତା ବନ୍ଧାଯାଇଛି ।

ଲଗାତର 2 ଦିନ ରାଜଧାନୀରେ ବର୍ଷା ହେବାରୁ କେଲାନର ପାଣି ବନ୍ଧ ଉପରେ ଚାଲିଥିଲା। ତେଣୁ ଆଗକୁ ଏହି ପାଣି ଯେମିତି କାହା ଘରକୁ ନପଶିବ ସେଥି ପାଇଁ 200ରୁ 300 ବାଲିବସ୍ତା କେନାଲ କଡରେ ରଖାଯାଇଛି । ରାତି ଅନିଦ୍ରା ହୋଇ କେନାଲ ବନ୍ଧ ଜଗି ରହୁଛନ୍ତି ସ୍ଥାନୀୟ ଲୋକେ । କୌଣସି ମୁହୂର୍ତ୍ତରେ ବର୍ଷା ପାଣି ବନ୍ଧ ପାର ହୋଇ ଘାଇ ସୃଷ୍ଟି ହୋଇପାରେ । ଏନେଇ ବିଭିନ୍ନ କଲୋନିର‌ ଲୋକେ ପାଳି କରି ରାତିରେ କେନାଲ ବନ୍ଧରେ ଡ୍ୟୁଟି କରୁଛନ୍ତି । ଯେମିତି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ତା ଉପରେ ମଧ୍ୟ ନଜର ରହିଛି।

ଏହା ମଧ୍ୟ ପଢନ୍ତୁ-ଜଳାର୍ଣ୍ଣବ ଅନୁଗୋଳ: ପାଣି ଘେରରେ ଗାଁଠୁ ସହର, ଜଳବନ୍ଦୀ ଲୋକେ

ଲକ୍ଷ୍ମୀସାଗର ସନ୍ତୋଷୀ ବିହାର ସାମ୍ନାରେ କିଛି ବାଲି ବସ୍ତା ବନ୍ଧାଯାଇଥିବା ଦେଖି ସେଠାକାର ଲୋକଙ୍କୁ ଯୋଗାଯୋଗ କରାଯାଇଥିଲା। ସନ୍ତୋଷୀ ବିହାର ସୋସାଇଟି ସେକ୍ରେଟାରୀ ଡିଏନ ଖଟୁଆ କହିଛନ୍ତି ଯେ, ଦୁଇ ଦିନ ତଳେ ବର୍ଷା ପାଣି ଜମିବା ଯୋଗୁ ଆମେ ବିଏମସିକୁ ଯୋଗାଯୋଗ କରୁଥିଲୁ । ସ୍ଥାନୀୟ କର୍ପୋରେଟର ସହାୟତାରେ‌ ଦୁଇ ଦିନ ହେବ ଧିରେ ଧିରେ ସେଠାରେ ବାଲି ବସ୍ତା ପ୍ୟାକ କରି ପକାଯାଉଛି । ବର୍ଷା ହେଲେ ଆମର ଭୟ ରହୁଛି‌ । ପୂର୍ବରୁ ସେହି ପାଖରେ ଥରେ ବନ୍ଧ ଖାଇ ଯାଇଥିଲା । ପରେ ସେଠାରେ ସିମେଣ୍ଟ କଙ୍କ୍ରିଟ କରାଯାଇଥିଲା । ତଥାପି ରାସ୍ତା ଉପରକୁ ପାଣି ଆସି କାଳେ ଘରେ ପଶିଯିବ ସେଥି ପାଇଁ ଟିକେ ଭୟ‌ ରହୁଛି ।

ଆଗକୁ ବି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ବାରମ୍ବାର‌ ଲୋକେ କେନାଲରେ ଅଳିଆ ଆବର୍ଜନା ପକାଇବା ଓ ବିଏମସି ମଧ୍ୟ ସମୟ ସମୟରେ ସଫା ନକରି ବର୍ଷା ଆସିବାର ଠିକ କିଛି ଦିନ ପୂର୍ବରୁ କେନାଲ ସଫା କରି ସେହି ବନ୍ଧ କଡ଼ରେ ଅଳିଆ ଆବର୍ଜନା ଜମା କରୁଛି । ଏହାପରେ କେନାଲ ପାଣିରେ ପୁଣି ଅଳିଆ ଜମି ରହୁଛି । କଳାରାହାଙ୍ଗ ଠାରୁ ଆରମ୍ଭ କରି ମଞ୍ଚେଶ୍ବର ସିମେଇ ଗାଡିଆ, ରସୁଲଗଡ, ଲକ୍ଷ୍ମୀସାଗର, ବଡଗଡ, ରବିଟକିଜ, ସାମନ୍ତରାପୁର ପର୍ଯ୍ୟନ୍ତ ଏହି କେନାଲ ବନ୍ଧ ଭୟ ରହୁଛି । ଯାହାକି ଏବେ ଚିନ୍ତା ଜନକ ବିଷୟ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.