ETV Bharat / state

ସପ୍ତାହେ ଭିତରେ ସବୁ ଅଞ୍ଚଳକୁ ମିଳିବ ପାଣି

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଧିରେ ଧିରେ ସୁଧୁରୁଛି ଜଳ ସମସ୍ୟା । ଅନେକ ଜିଲ୍ଲାରେ ଶତ ପ୍ରତିଶତ ପାନୀୟ ଜଳ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଆଉ କିଛି ଜିଲ୍ଲାରେ 50 ପ୍ରତିଶତ କାର୍ଯକାରୀ ହୋଇଛି । ବାକି ସମସ୍ତ ସ୍ଥାନରେ ସାତ ଦିନ ମଧ୍ୟରେ ପାଣି ପହଞ୍ଚିଯିବ ବୋଲି କହିଛନ୍ତି ଲୋକ ସଂପର୍କ ସଚିବ ସଞ୍ଜୟ ସିଂ ।

author img

By

Published : May 10, 2019, 9:24 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା ପ୍ରଭାବିତ ଅଞ୍ଚଳରେ ଧିରେ ଧିରେ ସୁଧୁରୁଛି ଜଳ ସମସ୍ୟା । ତେବେ ଅନେକ ଜିଲ୍ଲାରେ ଶତ ପ୍ରତିଶତ ପାନୀୟ ଜଳ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଆଉ କିଛି ଜିଲ୍ଲାରେ 50 ପ୍ରତିଶତ କାର୍ଯକାରୀ ହୋଇଛି । ବାକି ସମସ୍ତ ସ୍ଥାନରେ ସାତ ଦିନ ମଧ୍ୟରେ ପାଣି ପହଞ୍ଚିଯିବ ବୋଲି କହିଛନ୍ତି ଲୋକସଂପର୍କ ସଚିବ ସଞ୍ଜୟ ସିଂ ।

ଭିଡି଼ଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ଭଦ୍ରକ ଓ କେନ୍ଦ୍ରପଡ଼ା ଜିଲ୍ଲାରେ ପାନୀୟ ଜଳ 100 ପ୍ରତିଶତ କାର୍ଯକାରୀ ହୋଇଛି । ସେହିପରି 50 ପ୍ରତିଶତ କାର୍ଯ୍ୟକ୍ଷମ ହୋଇଥିବା ଜିଲ୍ଲା ଗୁଡିକ ହେଉଛି ଯାଜପୁର, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା । କିନ୍ତୁ ପୁରୀ ଜିଲ୍ଲାରେ ପାନୀୟ ଜଳ ଯୋଗାଣ 27 ପ୍ରତିଶତ କାର୍ଯ୍ୟକ୍ଷମ ହୋଇଛି । 13 ତାରିଖ ସୁଦ୍ଧା ସବୁ ଅଞ୍ଚଳକୁ ପାଣି ପହଞ୍ଚିଯିବା ନେଇ ସଚିବ ସୂଚନା ଦେଇଛନ୍ତି । ମୋଟ 563 ଟି ୱାଟର ଟ୍ୟାଙ୍କର ବ୍ୟବହାର କରାଯାଇଛି ଏବଂ 1743 ଟି ପାନୀୟ ଜଳ ଯୋଜନା କାର୍ଯକାରୀ ହୋଇଯାଇଛି ।

ପୁରୀର ଅସ୍ତରଙ୍ଗ ଓ କାକଟପୁରରେ ପାଣିର ସମସ୍ୟା ଦେଖାଯାଉଥିବାରୁ 2ଟି ଭ୍ରାମ୍ୟମାଣ ଗାଡ଼ି ବିଭାଗ ପକ୍ଷରୁ ପଠାଯାଇଛି । ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ପୁରୀ ଜିଲ୍ଲାର ପ୍ରତି ବ୍ଲକର 3 ଟି ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯିବାର ଯୋଜନା ରହିଛି । ପୁରସ୍କୃତ ରାଶି ଯଥାକ୍ରମେ 5ଲକ୍ଷ, 3ଲକ୍ଷ ଓ 2 ଲକ୍ଷ ରହିଛି ।

ସେହିପରି ବାତ୍ୟା ପରେ ବିଭିନ୍ନ ସଂକ୍ରମକ ରୋଗ ବ୍ୟାପିବାର ଆଶଙ୍କା ଥିବାରୁ 943ଟି ଭ୍ରାମ୍ୟମାଣ ପରିମଳ ଯାନକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ବିଶେଷ କରି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ଅଂଚଳରେ ଯେପରି ରୋଗ ନ ବ୍ୟାପେ ସେଥିପ୍ରତି ଗୁରୁତ୍ବ ଦେବାକୁ ରାଜ୍ୟ ସରକାର ସ୍ବାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BREAKING

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.