ଖୋର୍ଦ୍ଧା : ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାର ସ୍କୁଲ ଗୁଡିକରେ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ମଧ୍ୟ ତୋଫାନି ଗସ୍ତ କରି ସ୍କୁଲ ଗୁଡିକର ସ୍ଥିତି ଯାଞ୍ଚ କରୁଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସ୍କୁଲ ମାନଙ୍କରେ ପିଲାମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନକୁ ନିଜେ ଖାଉଛନ୍ତି ମନ୍ତ୍ରୀ । ମାତ୍ର କିଛି ସ୍କୁଲ ଏପରି ରହିଛି ଯେଉଁଠି ଛାତ୍ରଛାତ୍ରୀଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ ।
ଆମେ କହୁଛୁ ଖୋର୍ଦ୍ଧା ଠାରୁ ମାତ୍ର 15 କିମି ଦୂରରେ ଥିବା ଗୋଡା ଗ୍ରାମର ଲୋକନାଥ ଦେବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଥା । ବିଦ୍ୟାଳୟରେ ଦୁଇଟି ନଳକୂପ ଥିବା ସତ୍ତ୍ବେ ମିଳୁନି ବିଶୁଦ୍ଧ ପାନୀୟ ଜଳ। ଉଭୟ ନଳକୂପରୁ ଗୋଳି ପାଣି ବାହାରିବା କାରଣରୁ ଏହାକୁ ପିଇ ଛାତ୍ରଛାତ୍ରୀ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏମିତିକି ମଧ୍ୟାହ୍ନ ଭୋଜନ ପାଇଁ ପାଖରେ ଥିବା ଖୋଲା କୂଅର ପାଣି ବ୍ୟବହାର କରୁଥିବା କହିଛନ୍ତି ସ୍କୁଲ ଶିକ୍ଷକ ।
ଏପରି ସ୍ଥଳେ ସରକାରଙ୍କ 'ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ' ସ୍ଲୋଗାନର ଅସଲ ଚିତ୍ର ପଦାରେ ପଡିଛି।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ