ETV Bharat / state

ପାଣି ପାଇପ ଲୁଟ୍‌ର ମାଷ୍ଟର ମାଇଣ୍ଡ MBA ଡିଗ୍ରିଧାରୀ ଗିରଫ - ଖୋର୍ଦ୍ଧା ପାଣି ପାଇପ ଲୁଟ ଖବର

ପାଣି ପାଇପ ଲୁଟର ମାଷ୍ଟରମାଇଣ୍ଡ ଏମବିଏ ଡିଗ୍ରିଧାରୀ ଯୁବକକୁ ଗିରଫ କରିଛି ଟାଙ୍ଗି ପୋଲିସ । ସତ୍ୟକାମ ଚିଦାନନ୍ଦ ମହାନ୍ତି ନାମକ ଏମବିଏ ଯୁବକଙ୍କ ଘର କଟକ ଜଗତପୁରରେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ

ପାଣି ପାଇପ ଲୁଟର ମାଷ୍ଟର ମାଇଣ୍ଡ ଏମବିଏ ଡିଗ୍ରିଧାରୀ ଗିରଫ

author img

By

Published : Apr 29, 2022, 11:04 PM IST

ଖୋର୍ଦ୍ଧା: ପାଣି ପାଇପ ଲୁଟର ମାଷ୍ଟରମାଇଣ୍ଡ MBA ଡିଗ୍ରିଧାରୀ ଯୁବକକୁ ଗିରଫ କରିଛି ଟାଙ୍ଗି ପୋଲିସ । ସତ୍ୟକାମ ଚିଦାନନ୍ଦ ମହାନ୍ତି ନାମକ ଏମବିଏ ଯୁବକଙ୍କ ଘର କଟକ ଜଗତପୁରରେ ବୋଲି ଜଣାପଡିଛି । ଏହି ଯୁବକ ଜଣକ କୋଲକାତାର ରଶ୍ମି ମେଟାଲିକ ଲିମିଟେଡ଼ର ଓଡ଼ିଶା ଶାଖା ମୁଖ୍ୟ ଭାବରେ କାର୍ଯ୍ୟରତ ଥିବା ତଦନ୍ତ ବେଳେ ଜଣାପଡିଛି । ଯୁବକ ଜଣକ ଗ୍ରାମ୍ୟ ଜଳ ଯୋଗାଣରେ ବ୍ୟବହୃତ ପାଣି ପାଇପ୍ ଲୁଟର ଥିଲା ମାଷ୍ଟରମାଇଣ୍ଡ ।

ପାଣି ପାଇପ ଲୁଟର ମାଷ୍ଟର ମାଇଣ୍ଡ ଏମବିଏ ଡିଗ୍ରିଧାରୀ ଗିରଫ

ସୂଚନା ଅନୁଯାୟୀ, ଗତ ୩ ଦିନ ତଳେ ଟାଙ୍ଗୀ କଲେଜ୍ ପଡିଆ ଓ ଦୀକ୍ଷିତପଡା ଗ୍ରାମରୁ ଗ୍ରାମ୍ୟ ଜଳ ଯୋଗାଣ ପାଇଁ ମୋଟା ଲୁହାର ପାଇପ ଲୁଟ୍ ହୋଇଥିଲା, ଯାହାକୁ ଚୋରି କରିନେଇଥିଲେ ଏହି ଲୁଟେରା । ଏହି ଘଟଣାରେ ପୂର୍ବରୁ ୮ଜଣ ଅଭିଯୁକ୍ତଙ୍କ ସହ ୩ଟ୍ରକ, ଗୋଟିଏ ହାଇଡ୍ରା ମେସିନକୁ ଟାଙ୍ଗି ପୋଲିସ ଜବତ କରିଥିଲା । ତେବେ ଏହି ଘଟଣାରେ ଅଧିକ ତଦନ୍ତ କରି ଡକାୟତି ଗ୍ୟାଙ୍ଗର ମୁଖ୍ୟ ମାଷ୍ଟର ମାଇଣ୍ଡ ସହ ୫ ଜଣଙ୍କୁ ଗିରଫ କରିଛି ।

ସେମାନଙ୍କ ଠାରୁ ୪୦ଟି ଚୋରା ପାଣି ପାଇପ, ଗୋଟିଏ ମାରୁତି କାର, ୨ଟି ରବର ଷ୍ଟାମ୍ପ, ୧୦ଟି ବନ୍ଦ ଲଫାପା, ଗୋଟିଏ ଟ୍ରାନସପୋର୍ଟ ସଂସ୍ଥାର କାଗଜ ପତ୍ର, ୫ଟି ମୋବାଇଲ ଫୋନ୍, ଗୋଟିଏ ଲାପଟପ୍ ଓ ଗୋଟିଏ ପେନ୍ ଡ୍ରାଇଭ୍ ଜବତ କରିଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲୁଗାଁ ଏସ୍ଡ଼ିପିଓ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.