ETV Bharat / state

ଏଣିକି ପାଠ୍ୟକ୍ରମରେ ସାମିଲ ହେବ ବର୍ଜ୍ୟବସ୍ତୁ ପରିଚାଳନା ବିଷୟ - ପାଠ୍ୟକ୍ରମ

ଏଣିକି ପ୍ରତି ୱାର୍ଡ ଏବଂ ଘରୋଇ ବାସଗୃହସ୍ତରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସୃଷ୍ଟି କରାଯିବ ସଚେତନ। ତେବେ ବର୍ଜ୍ୟବସ୍ତୁ ପରିଚାଳନାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଏ ବିଷୟକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଯୋଡିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 5, 2019, 6:33 PM IST

ଭୁବନେଶ୍ବର: ଏଣିକି ପ୍ରତି ୱାର୍ଡ ଏବଂ ଘରୋଇ ବାସଗୃହରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସୃଷ୍ଟି କରାଯିବ ସଚେତନତା । ଏଥିସହ ନିୟମକୁ କଡାକଡି ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ । ଏନେଇ ଗୁରୁବାର ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅଗ୍ରଗତି ବିଷୟରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ବର୍ଜ୍ୟବସ୍ତୁ ପରିଚାଳନାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଏ ବିଷୟକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଯୋଡିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ରାସ୍ତା ନିର୍ମାଣ ଓ ସିମେଣ୍ଟ କରାଖାନାରେ ଅଧିକରୁ ଅଧିକ ପ୍ଲାଷ୍ଟିକର ବ୍ୟବହାର କରିବା ପାଇଁ ମଧ୍ୟ ସେ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍‌ ଓଡିଶାର 114ଟି ସହରାଞ୍ଚଳର କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଓ ଆର୍ଥିକ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ଆଲୋଚନାରୁ ଜଣା ପଡିଥିଲା କି 114ଟି ସହରାଞ୍ଚଳରେ 2024 ୱାର୍ଡ ରହିଛି ଏବଂ ଦୈନିକ ପ୍ରାୟ ହାରାହାରି 2575 ଟନ ବର୍ଜ୍ୟବସ୍ତୁ ବାହାରୁଛି ।

ଓଡ଼ିଶାରେ ଘର ପିଛା ହାରାହାରି 300ଗ୍ରାମ ବର୍ଜ୍ୟବସ୍ତୁ ବାହାରୁଛି । ଯାହା ଜାତୀୟ ହାରଠାରୁ କମ୍‌ ରହିଛି । ତେଣୁ ଏହାର ପରିଚାଳନା ପାଇଁ ମୁଖ୍ୟତଃ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରକାଶ ଯେ, ରାଜ୍ୟର ସହରାଞ୍ଚଳରେ 30 ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସକ୍ରିୟ ଅଛନ୍ତି । ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ବୈଠକରେ ସୂଚନା ଦେଇଥିଲେ ଯେ, ବିଭିନ୍ନ ସହରାଞ୍ଚଳରେ ବର୍ତ୍ତମାନ ସୁଦ୍ଧା 1200 ସ୍ବଚ୍ଛ ସାଥୀଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇଛି ।

ଏଥିପାଇଁ ସେମାନଙ୍କୁ 2ଟି ପର୍ଯ୍ୟାୟରେ ଉତ୍ତମମାନର ପ୍ରଶିକ୍ଷଣ ଦିଆଯାଇଛି । ଜଣେ ସ୍ବଚ୍ଛ ସାଥୀ ପ୍ରାୟ 600 ବାସଗୃହ ଦାୟିତ୍ବରେ ରହିବେ ଏବଂ 4 ଜଣ ସ୍ବଚ୍ଛ ସାଥୀଙ୍କ କାର୍ଯ୍ୟକୁ ଜଣେ ସୁପରଭାଇଜର ତଦାରଖ କରିବେ । ଏଥିସହ ବ୍ୟାପକ ସଚେତନତା ପାଇଁ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ହୋର୍ଡିଂ ମଧ୍ୟ ଲାଗିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପ୍ରତି ୱାର୍ଡ଼ ଏବଂ ଘରୋଇ ବାସଗୃହ ସ୍ତରରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ସଚେତନତା ସୃଷ୍ଟି ସହ ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଅସୀତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ଅଗ୍ରଗତି ବିଷୟରେ ସମୀକ୍ଷା କରି ଶ୍ରୀ ତ୍ରିପାଠୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ଜ୍ୟବସ୍ତୁ ପରିାଚଳନାକୁ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଏ ବିଷୟରେ ଏକ ପାଠ୍ୟ ବିଷୟବସ୍ତୁ ବିଦ୍ୟାଳୟ ପାଠ୍ୟକ୍ରମରେ ସନ୍ନବେଶିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ରାସ୍ତା ନିର୍ମାଣ ଓ ସିମେଣ୍ଟ କରାଖାନାମାନଙ୍କରେ ଅଧିକରୁ ଅଧିକ ପ୍ଲାଷ୍ଟିକର ବ୍ୟବହାର କରିବା ପାଇଁ ମଧ୍ୟ ଶ୍ରୀ ତ୍ରିପାଠୀ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍‌ ଓଡ଼ିଶାର ୧୧୪ଟି ସହରାଞ୍ଚଳର କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧିତ ପ୍ରଶାସନିକ, ବୈଷୟିକ ଓ ଆର୍ଥିକ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ୧୧୪ଟି ସହରାଞ୍ଚଳରେ ୨୦୨୪ ୱାର୍ଡ଼ ରହିଛି ଏବଂ ଦୈନିକ ପ୍ରାୟ ହାରାହାରି ୨୫୭୫ ଟନ ବର୍ଜ୍ୟବସ୍ତୁ ବାହାରୁଛି । ଓଡ଼ିଶାରେ ଘରପିଛା ହାରାହାରି ୩୦୦ ଗ୍ରାମ୍‌ ବର୍ଜ୍ୟବସ୍ତୁ ବାହାରୁଛି ଓ ଏହା ଜାତୀୟ ହାରଠାରୁ କମ୍‌ ରହିଛି । ଏହାର ପରିଚାଳନା ପାଇଁ ମୁଖ୍ୟତଃ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରକାଶ ଥାଉକି, ରାଜ୍ୟର ସହରାଞ୍ଚଳରେ ୩୦ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକି୍ରୟ ଅଛନ୍ତି । ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍‌ ନାୟକ ବୈଠକରେ ସୂଚନା ଦେଇଥିଲେ ଯେ, ବିଭିନ୍ନ ସହରାଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୨୦୦ ସ୍ୱଚ୍ଛ ସାଥିଙ୍କୁ ଏହି କାର୍ଯ୍ୟରେ ସାମିଲ କରାଯାଇଛି ଏବଂ ଏଥିପାଇଁ ସେମାନଙ୍କୁ ୨ଟି ପର୍ଯ୍ୟାୟରେ ଉତ୍ତମମାନରପ୍ରଶିକ୍ଷଣ ଦିଆଯାଇଛି । ଜଣେ ସ୍ୱଚ୍ଛ ସାଥୀ ପ୍ରାୟ ୬୦୦ ବାସଗୃହ ଦାୟିତ୍ୱରେ ରହିବେ ଏବଂ ୪ ଜଣ ସ୍ୱଚ୍ଛ ସାଥିଙ୍କ କାର୍ଯ୍ୟକୁ ଜଣେ ସୁପରଭାଇଜର ତଦାରଖ କରିବେ । ବ୍ୟାପକ ସଚେତନତା ପାଇଁ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡ଼ରେ ହୋର୍ଡ଼ିଂ ଲାଗିବ ।Body:ବବConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.