ETV Bharat / state

ରାଜଧାନୀରେ ସାନି ମତଦାନ ବେଳେ ବିଶୃଙ୍ଖଳା

ରାଜଧାନୀର 127 ନଂ ବୁଥରେ ସାନି ମତଦାନ ଚାଲୁଥିବା ବେଳେ ଦେଖାଦେଇଛି ବିଶୃଙ୍ଖଳା । ଭୋଟରଙ୍କୁ ପ୍ରବର୍ତ୍ତାଇବାକୁ ଯାଇ ଦେଖାଦେଇଛି ଉତ୍ତେଜନା । ପୂର୍ବରୁ ଇଭିଏମ ତ୍ରୁଟି ନେଇ ସାନି ମତଦାନର ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ ।

author img

By

Published : May 19, 2019, 12:24 PM IST

Updated : May 19, 2019, 2:23 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବ୍ୟାପକ ଅନିୟମିତତା ଓ ଗଣ୍ଡଗୋଳ ପରେ ଅନୁଷ୍ଠିତ ହୋଇଛି ମତଦାନ । ସାନି ମତଦାନ ଚାଲୁଥିବା ବେଳେ ପୁଣିଥରେ ଦେଖାଦେଇଛି ଉତ୍ତେଜନା । ରାଜଧାନୀର 127 ନଂ ବୁଥରେ ସାନି ଭୋଟଗ୍ରହଣ ଚାଲୁଥିବା ବେଳେ ଭୋଟରଙ୍କୁ ପ୍ରବର୍ତ୍ତାଉଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସୃଷ୍ଟି ହୋଇଛି ବିଶୃଙ୍ଖଳା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେପଟେ, ନିର୍ବାଚନକୁ କଡାକଡି କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଯାଇଥିଲା । ଏଥିସହ ତିନି ଦଳର ମୁଖିଆ ମଧ୍ୟ ନିର୍ବାଚନମଣ୍ଡଳୀରେ ଉପସ୍ଥିତି ଅଛନ୍ତି । ପୂର୍ବ ନିର୍ବାଚନରେ ଇଭିଏମ ତ୍ରୁଟି ଯୋଗୁଁ ପୁଃନ ନିର୍ବାଚନ ଲାଗି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ବାଚନୀ ମଣ୍ଡଳୀରେ 884 ଭୋଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା 25% ମତଦାନ ଗ୍ରହଣ ହୋଇଛି । ଗତଥର 360 ଜଣ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : May 19, 2019, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.