ETV Bharat / state

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା - ତହସିଲ କାର୍ଯ୍ୟାଳୟ

ରାସ୍ତା ଅବରୋଧ ସମ୍ପର୍କରେ ସ୍ଥାନୀୟ ତହସିଲଦାରଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏହାର ପ୍ରତିବାଦ କରିଛନ୍ତି ଗ୍ରାମବାସୀ।

ଗ୍ରାମବାସୀଙ୍କ ଧାରଣା
ଗ୍ରାମବାସୀଙ୍କ ଧାରଣା
author img

By

Published : Dec 10, 2019, 8:20 PM IST

ଖୋର୍ଦ୍ଧା: ଜିଲ୍ଲାର ଟାଙ୍ଗୀ ତହସିଲ ସାମ୍ନାରେ କୁଞ୍ଜୁରି ପଞ୍ଚାୟତ ଆଡିଆପଡା ଗ୍ରାମବାସୀଙ୍କ ପ୍ରତିବାଦ। ଗ୍ରାମକୁ ସଂଯୋଗ କରୁଥିବା ସରକାରୀ ରାସ୍ତାକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି। ରାସ୍ତା ଅବରୋଧ ସମ୍ପର୍କରେ ସ୍ଥାନୀୟ ଗ୍ରାମବାସୀ ତହସିଲଦାରଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏହାର ପ୍ରତିବାଦ କରିଛନ୍ତି ଗ୍ରାମବାସୀ।

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ଟାଙ୍ଗୀ ତହସିଲ ସମ୍ମୁଖରେ ବିକ୍ଷୋଭ କରିବା ସହ ଘେରାଉ ମଧ୍ୟ କରିଥିଲେ। ଘଟଣାସ୍ଥଳରେ ଟାଙ୍ଗୀ ଅତିରିକ୍ତ ତହସିଲଦାର, ଟାଙ୍ଗୀ ଥାନା ଅଧିକାରୀ ଧାରଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ଏକ ଘଣ୍ଟା ଭିତରେ ରାସ୍ତା ଅବରୋଧ ହଟାଇବା ସହ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୃତି ଦେଵାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Body:ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଧିନ କୁଞ୍ଜୁରି ପଞ୍ଚାୟତ ଆଡିଆପଡା ଗ୍ରାମକୁ ସଂଯୋଗ କରୁଥିବା ଦିର୍ଘ ଦିନରୁ ଥିବା ସରକାରୀ ରାସ୍ତା କୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଜବର ଦଖଲ କରି ରଖିଛନ୍ତି । ରାସ୍ତା ଅବରୋଧ ସଂପର୍କେ ସ୍ଥାନୀୟ ଗ୍ରାମବାସୀ ତହସିଲଦାରଙ୍କୁ ଅଭିଯୋଗ କଲାପରେ ମଧ୍ୟ କୈଣସି ସୁଫଳ ନ ମିଳିବାରୁ ପ୍ରତିବାଦରେ ସ୍ଥାନୀୟ ବ୍ୟକ୍ତି ମାନେ ଆଜି ଟାଙ୍ଗୀ ତହସିଲ ସମ୍ମୁଖରେ ବିକ୍ଷୋଭ କରିବା ସହ ଘେରାଉ କରିଥିଲେ । ଘଟଣାସ୍ଥଳରେ ଟାଙ୍ଗୀ ଅତିରିକ୍ତ ତହସିଲଦାର,ଟାଙ୍ଗୀ ଥାନାଧିକାରୀ ଧାରଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଏକ ଘଣ୍ଟା ଭିତରେ ରାସ୍ତା ଅବରୋଧ ହଟାଇବା ସହ ୭ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶୃତି ଦେଵାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.