ETV Bharat / state

ଭୋଟ ଦେବେନି କାଚରା ଗ୍ରାମବାସୀ: ପୋଷ୍ଟର ମାରି ସରକାରଙ୍କୁ ଦେଲେ ଚେତାବନୀ

author img

By ETV Bharat Odisha Team

Published : Dec 29, 2023, 7:47 PM IST

Threatening of vote Boycott: ରାଜସ୍ୱ ଗ୍ରାମର ମାନ୍ୟତା ମିଳୁନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

threaten to vote boycott
କାଚରା ଗ୍ରାମବାସୀଙ୍କ ଭୋଟ ବର୍ଜନ
କାଚରା ଗ୍ରାମବାସୀଙ୍କ ଭୋଟ ବର୍ଜନ

ଖୋର୍ଦ୍ଧା : ଭୋଟ ବର୍ଜନ କଲେ କାଚରା ଗ୍ରାମବାସୀ । ଏଭଳି ଲେଖାଥିବା ବ୍ୟାନର ଝୁଲୁଛି ଗାଁ ମୁଣ୍ଡରେ । ଗ୍ରାମର ଶତାଧିକ ଲୋକେ ରାଜସ୍ୱ ଗ୍ରାମର ମାନ୍ୟତା ପାଇଁ ବାରମ୍ବାର ଦାବି କରି ନିରାଶ ହେବା ପରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ସରକାର ଯଦି ଗ୍ରାମବାସୀଙ୍କ ଦାବି ପୂରଣ ନକଲେ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ଗ୍ରାମ ପଞ୍ଚାୟତ ଅଧୀନରେ ରହିଛି କାଚରା ଗ୍ରାମ । 1998 ମସିହାରୁ ଏହି ଗ୍ରାମକୁ ରାଜସ୍ୱ ଗ୍ରାମର ସ୍ୱୀକୃତି ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ରାଜସ୍ୱ ଗ୍ରାମର ମାନ୍ୟତା ମିଳିପାରିନାହିଁ । ଫଳରେ ଅନ୍ୟ ବିଭାଗର ଦପ୍ତରରେ ଏହି ଗ୍ରାମ ବାବଦରେ କୌଣସି ସୂଚନା ନାହିଁ ।

ଯେଉଁଥିପାଇଁ ଗ୍ରାମବାସୀ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି । ତହସିଲ ସ୍ତରରୁ ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଘଟଣା ସମ୍ପର୍କରେ ଅବଗତ କରି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହେଲେ କୌଣସି ସୁଫଳ ମିଳିନାହିଁ । ଫଳରେ ବାଧ୍ୟ ହୋଇ ଏଭଳି ଭୋଟ ବର୍ଜନର ଚରମ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ କହିଛନ୍ତି । 'କାଚରା' ଗ୍ରାମ ବୋଲି ଫଳକ ଲାଗିଛି ଓ ସ୍କୁଲ ନାମକରଣ ମଧ୍ୟ ହୋଇଛି କିନ୍ତୁ ଏ ଗ୍ରାମ ସମ୍ପର୍କରେ ସରକାରୀ ଦପ୍ତରମାନଙ୍କରେ କୌଣସି ସୂଚନା ନାହିଁ। ଫଳରେ ସରକାରୀ ସୁବିଧା ପାଇବା ପାଇଁ ଅନ୍ୟ ଗ୍ରାମର ନାମକୁ ବ୍ୟବହାର କରୁଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ...Best Tourism Village Award: ପଟ୍ଟଚିତ୍ରର ଗାଁକୁ ସମ୍ମାନ, ରଘୁରାଜପୁରକୁ ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ମାନ୍ୟତା

ଏହା ମଧ୍ୟ ପଢନ୍ତୁ...ରାଜସ୍ୱ ଗ୍ରାମ ମାନ୍ୟତା ଦାବିରେ ଗ୍ରାମବାସୀଙ୍କ ଭୋଟ ବର୍ଜନ, ମତଦାନ ବାଧାପ୍ରାପ୍ତ

ଅପରପକ୍ଷେ, ସରକାର ପ୍ରଦାନ କରିଥିବା ରାସନକାର୍ଡ,ଜବକାର୍ଡ, କୃଷକ ଆଇଡିମାନଙ୍କରେ ଗ୍ରାମର ନାମ 'କାଚରା' ପରିବର୍ତ୍ତେ ତଣ୍ଡାଳ, କେନ୍ଦୁପଲି, କଣ୍ଟାବାଡ଼ ଭଳି ଗ୍ରାମର ନାମ ଉଲ୍ଲେଖ ରହିଛି । ସେହିଭଳି ବୃଦ୍ଧବୃଦ୍ଧାମାନେ ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ସାମଗ୍ରୀ ଆଣିବା ପାଇଁ 2 କିଲୋମିଟର ଦୂର କଣ୍ଟାବାଡ଼ ଉପରେ ନିର୍ଭର କରୁଛନ୍ତି । ଦୀର୍ଘ ବର୍ଷ ଧରି ଏଭଳି ସମସ୍ୟାର ସମାଧାନ ପାଇଁ ସରକାର କିମ୍ବା ଜନପ୍ରତିନିଧି କୌଣସି ଆନ୍ତରିକତା ଦେଖାଉ ନଥିବା କହିଛନ୍ତି । ତେବେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କାଚରା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ନମିଳିଲେ ଭୋଟ ବର୍ଜନ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.