ETV Bharat / state

ଆବାସ ଯୋଜନାର ବାସ୍ତବ ଚିତ୍ର, ପଲିଥିନ ତଳେ ବିତୁଛି ଜୀବନ - ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା

ସରକାରୀ ଯୋଜନା ପାଲଟିଛି ସାତ ସପନ । ନା ଅଛି ଖଣ୍ଡେ ପକ୍କାଘର ନା ଅନ୍ୟ କୌଣସି ସରକାରୀ ସୁବିଧା । ପଲିଥିନ ଘରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

pradhan mantri awas yojana scheme has been dream for villagers
ଆବାସ ଯୋଜନାର ବାସ୍ତବ ଚିତ୍ର, ପଲିଥିନ ତଳେ ବିତୁଛି ଜୀବନ
author img

By

Published : Sep 9, 2022, 2:10 PM IST

ଖୋର୍ଦ୍ଧା: ଜନସାଧାରଣଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ସେଥିମଧ୍ୟରେ ମଣିଷର ମୌଳିକ ଆବଶ୍ୟକତା ବାସଗୃହ ଯୋଜନା । କିନ୍ତୁ ପରିଚାଳନାଗତ ତ୍ରୁଟି ଏବଂ କ୍ଷେତ୍ରକର୍ମଚାରୀଙ୍କ ଅବହେଳା ଯୋଗୁଁ ଯୋଜନା ଦିଗହରା ହେବାକୁ ବସିଲାଣି । ରାଜ୍ୟ ସରକାରଙ୍କ ପକ୍କାଘର ପ୍ରତିଶୃତି ପାଣିର ଗାର ପାଲଟିଛି । ଭଙ୍ଗା ମାଟିକାନ୍ଥ ଓ ଜରିପାଲ ତଳେ ଭଗବାନଙ୍କ ଭରସାରେ ଏକାଧିକ ଆଦିବାସୀ ପରିବାର ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ବଡକୁମାରୀ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଦେଖିବାକୁ ମିଳିଛି ।

ଆବାସ ଯୋଜନାର ବାସ୍ତବ ଚିତ୍ର

ଆଦିବାସୀମାନଙ୍କ ପାଇଁ ପକ୍କାଘର ସାତ ସପନ ପାଲଟିଛି । ଗ୍ରାମର ଆଦିବାସୀ ସାହି ସାରା ଝାଟିମାଟି କୁଡ଼ିଆ ଘର । କେଉଁଠି ଚାଳ ନାହିଁ ତ କେଉଁଠି ଛପର ନାହିଁ, ସବୁଠି ଭଙ୍ଗା ଦଦରା କୁଡ଼ିଆ ଦେଖିବାକୁ ମିଳିଛି । ଘର ଖଣ୍ଡିଏ ନଥିବାରୁ ଲୋକେ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି । ବୋଲଗଡ ବ୍ଲକ ବଡକୁମାରୀ ପଞ୍ଚାୟତର ଖଲ୍ଲିକୋଟରେ ବସବାସ କରୁଥିବା ଗରିବ ଶ୍ରେଣୀର ହିତାଧିକାରୀ ମୂଲ ମଜୁରୀ ଲାଗି ପରିବାର ପ୍ରତିପୋଷଣ କରନ୍ତି । ପକ୍କା ଘର ଖଣ୍ଡିଏ ନଥିବାରୁ ପଲିଥିନ ସାହା ପାଲଟିଛି । ଏନେଇ ଗ୍ରାମବାସୀ କହିଛନ୍ତି, " ଘର ଯୋଗାଇବା ପାଇଁ ସରପଞ୍ଚ ଏବଂ ବିଡିଓଙ୍କୁ ଜଣାଇଥିଲୁ। ଖୁବ ଶୀଘ୍ର ଘର ଯୋଗାଇବା ନେଇ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ଯାଏ ମିଳିପାରିନାହିଁ ।"

ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ତଥା ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ପକ୍କା ବାସଗୃହ ଯୋଗାଇ ଦେବା ଲକ୍ଷ୍ୟରେ ସରକାର ଗତ 2015 ମସିହାଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ଏଠାରେ କାହା ପାଖରେ ବାସପଯୋଗୀ ଘର ଖଣ୍ଡିଏ ନାହିଁ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ତଥା ହିତାଧିକାରୀ ଚୟନରେ ପକ୍ଷପାତିତା ଯୋଗୁଁ ଖଲ୍ଲିକୋଟ ଆଦିବାସୀ ସାହିର ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଲୋକେ ବାରମ୍ବାର ସରପଞ୍ଚଙ୍କଠାରୁ ଅନ୍ୟ ଲୋକପ୍ରତିନିଧିଙ୍କ ଦ୍ବାରସ୍ଥ ହୋଇଛନ୍ତି। ହେଲେ ଏଯାଏଁ କୌଣସି ସୁଫଳ ମିଳିନାହିଁ । ସେପଟେ ଘଟଣା ସମ୍ପର୍କରେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା ବୋଲଗଡ଼ କରିଛନ୍ତି ବିଡ଼ିଓ ।

ଏହା ମଧ୍ୟ ପଢ଼ନ୍ତୁ: ଭାଇ ନାଁରେ ଜମି ହଡପ ଅଭିଯୋଗ ଆଣିଲା ଭଉଣୀ

ରାଜ୍ୟ ସରକାରଙ୍କ ପକ୍ଷରୁ ବାସହୀନ ଲୋକଙ୍କୁ ବିଜୁ ପକ୍କା ଘର ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସେହିପରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଳିତ ସହଯୋଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି। ଏହା ସତ୍ତ୍ବେ ଆଜି ବି ଅନେକ ଅଞ୍ଚଳରେ ଲୋକେ ଏଥିରୁ ବଞ୍ଚିତ ହୋଇଛନ୍ତି। ସରକାରଙ୍କ ଯୋଜନା କେବଳ ପ୍ରଚାରରେ ସୀମିତ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇଦେବାକୁ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.