ETV Bharat / state

ନିଜ କବଲା ରାସ୍ତାକୁ ବାଡପକାଇ ଅବରୋଧ କଲେ ଗ୍ରାମବାସୀ

ସାରୁଅ ଶିଳ୍ପାଞ୍ଚଳରେ ଘରୋଇ ଜମି ଜାଲିଆତି ବିରୁଦ୍ଧରେ ଆସିଥିବା ଅଭିଯୋଗ ପରେ ଷଷ୍ଠଦିନରେ ପ୍ରଶାସନ ପକ୍ଷରୁ ଜମି ମାପଚୁପ ଜାରି ରହିଛି । ସେହିପରି ଗ୍ରାମବାସୀ ମାନେ ମଧ୍ୟ ନିଜ କବଲା ରାସ୍ତାକୁ ବାଡପକାଇ ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 9, 2020, 10:53 PM IST

ନିଜ କବଲା ରାସ୍ତାକୁ ବାଡପକାଇ ଅବରୋଧ କଲେ ଗ୍ରାମବାସୀ
ନିଜ କବଲା ରାସ୍ତାକୁ ବାଡପକାଇ ଅବରୋଧ କଲେ ଗ୍ରାମବାସୀ

ଖୋର୍ଦ୍ଧା: ନିଜ କବଲା ରାସ୍ତାକୁ ବାଡପକାଇ ଅବରୋଧ କଲେ ଗ୍ରାମବାସୀ । ସାରୁଅ ଶିଳ୍ପାଞ୍ଚଳରେ ଘରୋଇ ଜମି ଜାଲିଆତି ବିରୁଦ୍ଧରେ ଆସିଥିବା ଅଭିଯୋଗ ପରେ ଷଷ୍ଠଦିନରେ ପ୍ରଶାସନ ପକ୍ଷରୁ ଜମି ମାପଚୁପ ଜାରି ରହିଛି ।

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍‌ ପୃଥକ ପୃଥକ ସ୍ଥାନରେ ମାପଚୁପ କରିଛନ୍ତି । ବେଗୁନିଆ ତହସିଲଦାର, ଆର୍‌ଆଇ ଓ ଅମିନ ଉପସ୍ଥିତ ରହି ନକ୍ସା ଓ ଅଭିଯୋଗ ଆଧାରରେ ଜବରଦଖଲ ହୋଇଥିବା ଜମି ଚିହ୍ନଟ କରାଯିବା ସହିତ ଗୋଚର ଜମିକୁ ଚିହ୍ନଟ କରିଛନ୍ତି । ଅନ୍ୟପଟେ ଆଜି ଗ୍ରାମର ସନାତନ ପାହାଡାସିଂ ନିଜ ଜମିରେ ବାଡ କରିବାରୁ ଗ୍ରାମ ପୋଖରୀକୁ ଯବାକୁ ଥିବା ଏକମାତ୍ର ରାସ୍ତା ବନ୍ଦ ହୋଇଛି । ଘରୋଇ ଚ୍ୟାନେଲ ପକ୍ଷରୁ ପୋଖରୀକୁ ବାଟଛଡା ଯାଇଥିବା ଘୋଷଣା ପରେ ସନାତନ ଏପରି କରିଥିବା କହିଛନ୍ତି ।

ସେପଟେ ପୂର୍ବରୁ ଅଭିଯୋଗ କରିଥିବା ଜଳଧର ମହାଭୋଇ ଗୁରୁବାର ନୋଟିସ ପାଇଥିଲେ ମଧ୍ୟ ଆଜି ଦିନ ତମାମ ପ୍ରଶାସନ ଅପେକ୍ଷାରେ ରହିଥିବାର କହିଛନ୍ତି । ତେବେ ଗ୍ରାମରେ ଥିବା ଜବରଦଖଲକୁ ମୁକ୍ତ କରିବାକୁ ପ୍ରଶାସନ ପାଖରେ ଦାବି ରଖିଛନ୍ତି ଗ୍ରାମବାସୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.