ETV Bharat / state

ଖୋର୍ଦ୍ଧାରେ ହାତୀପଲଙ୍କ ଉତ୍ପାତ, ଚାଷୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ

ଚାଷୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ । ଟାଙ୍ଗୀ ରେଞ୍ଜରେ ୨୦ ଟିକିଆ ହାତୀପଲଙ୍କ ଉତ୍ପାତ । ଝରିଆ ଗ୍ରାମରେ ହାତୀକୁ ଘଉଡାଇବା ବେଳେ ମୁହାଁ ମୁହିଁ ହେଲେ ଚାଷୀ ଓ ବନ କର୍ମଚାରୀ । ଅଧିକ ପଢନ୍ତୁ

author img

By

Published : Dec 16, 2022, 11:45 AM IST

ଖୋର୍ଦ୍ଧାରେ ହାତୀପଲଙ୍କ ଉତ୍ପାତ
ଖୋର୍ଦ୍ଧାରେ ହାତୀପଲଙ୍କ ଉତ୍ପାତ
ଚାଷୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ

ଖୋର୍ଦ୍ଧା: ଟାଙ୍ଗୀ ରେଞ୍ଜରେ ହାତୀପଲଙ୍କ ଆତଙ୍କ ରାଜ । ଦିନ ବେଳା ଜଙ୍ଗଲରେ ରହୁଥିବା ବେଳେ ରାତି ହେଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ହାତୀପଲ । ଫଳରେ ହାତୀ ଭୟରେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଲୋକେ । ଝରିଆ ଗ୍ରାମରେ ଚାଷ ଜମିରୁ ହାତୀକୁ ଘଉଡାଇବା ବେଳେ ମୁହାଁ ମୁହିଁ ହୋଇଥିଲେ ଚାଷୀ ଓ ବନ କର୍ମଚାରୀ । ଫଳରେ ୩ଜଣ ବନ କର୍ମଚାରୀ ଆହତ ହୋଇ ଟାଙ୍ଗୀ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ବନ ଖଣ୍ଡ ଟାଙ୍ଗୀ ରେଞ୍ଜ ଉଗ୍ରତାରା ଜଙ୍ଗଲରୁ ୨୦ ଟିକିଆ ହାତୀପଲ ବାହାରି ଆତଙ୍କ ମଚାଇଛନ୍ତି । ଏହି ହାତୀପଲ ନୟାଗଡ, ଚାନ୍ଦପୁର, ଭଜାଗଡ, ମଙ୍ଗଳାଜୋଡି, ଟାଙ୍ଗୀ, ତାରିମୀ, ବଡପାରୀ, ଝରିଆ ଅଦି ଅଞ୍ଚଳରେ ଥିବା ଏକର ଏକର ଧାନ ଫସଲ ନଷ୍ଟ କରିଥିବା ବେଳେ ଫସଲକୁ ନେଇ ଚିନ୍ତାରେ ରହିଥିଲେ ଚାଷୀ ।

ଏହା ମଧ୍ୟ ପଢନ୍ତୁ-EPF ପେନସନର୍ସ ସଂଘର ତିନି ଦଫା ଦାବି, ୯ ହଜାର ଟଙ୍କା ପେନସନ୍ ପାଇଁ ନିବେଦନ

ଗତକାଲି କିଛି ଚାଷୀ ହାତରେ ଟର୍ଚ୍ଚ ଲାଇଟ ଠେଙ୍ଗା ଧରି ହାତୀଙ୍କୁ ଘଉଡାଇବାରେ ଲାଗି ପଡିଥିଲେ । ଏହାପରେ ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ ନିକଟରେ ହାତୀ ଅଟକିଯିବାରୁ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଥିଲା । କିଛି ସମୟ ପରେ ହାତୀପଲ ରାସ୍ତା ଅତିକ୍ରମ କରି ଝରିଆ ଗ୍ରାମ ଆଡକୁ ପଳାଇଥିଲେ । ହାତୀପଲ ଝରିଆ ଗ୍ରାମ ଆଡକୁ ଯାଉଥିବା ଗ୍ରାମବାସୀ ଖବର ପାଇବା ପରେ ନିଜ ଧାନ କ୍ଷେତକୁ ସୁରକ୍ଷା ଦେବା ପାଇଁ ଅଣ୍ଟା ଭିଡିଥିଲେ । ଏହି ସମୟରେ ବନ କର୍ମଚାରୀ ମାନେ ପହଞ୍ଚିବାରୁ ଉତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଆକ୍ରମଣରେ ୩ ଜଣ ବନ କର୍ମଚାରୀ ଆହତ ହୋଇ ଟାଙ୍ଗୀ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣା ପଡିଛି । ତେବେ ବନବିଭାଗ ହାତୀ ଘଉଡାଇବା ପାଇଁ ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.