ETV Bharat / state

ଖୋର୍ଦ୍ଧାରେ ମୁକ୍ତା ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ - ମୁକ୍ତା ଯୋଜନାରେ ମହାଦୁର୍ନୀତି

ଖୋର୍ଦ୍ଧା ପୌରପରିଷଦର ଉନ୍ନତି ପାଇଁ ମୁକ୍ତା ଯୋଜନାରେ ଆସିଥିଲା 5 କୋଟିରୁ ଊର୍ଦ୍ଧ୍ବ ଟଙ୍କା । କିନ୍ତୁ ନିମ୍ନମାନର କାର୍ଯ୍ୟ କରି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

corruption in mukta yojana scheme
corruption in mukta yojana scheme
author img

By

Published : Mar 28, 2023, 3:24 PM IST

corruption in mukta yojana scheme

ଖୋର୍ଦ୍ଧା: ମୁକ୍ତା ଯୋଜନାରେ ମହାଦୁର୍ନୀତି । ନିମ୍ନମାନର କାର୍ଯ୍ୟ କରି ଟଙ୍କା ଆତ୍ମସାତ କରାଯାଉଛି । ସ୍ୱୟଂସହାୟକ ଗୋଷ୍ଠୀକୁ ମୋହୋରା କରାଯାଇ ଅସାଧୁ କର୍ମଚାରୀଙ୍କ ସହିତ ଠିକାଦାରଙ୍କ ମିଲି ଭଗତରେ କୋଟିକୋଟି ଟଙ୍କା ଚଳୁ କରିନେଇଥିବା ଅଭିଯୋଗ କରିଛନ୍ତି ଖୋର୍ଦ୍ଧାବାସୀ । ଖୋର୍ଦ୍ଧା ପୌରପରିଷଦର ଉନ୍ନତି ପାଇଁ 5 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆସିଥିବା ବେଳେ ନିମ୍ନମାନର କାର୍ଯ୍ୟ କରାଯାଇ ଟଙ୍କା ଆତ୍ମସାତ କରାଯାଇଛି ।

ଏହା ବି ପଢ଼ନ୍ତୁ- Budget Session: ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ, ବିବୃତ୍ତି ରଖିବାକୁ ଦାବି କଲେ ବିରୋଧୀ

ମୁକ୍ତା ଯୋଜନା ମାଧ୍ୟମରେ ସହରର ଅନେକ ଛୋଟ ବଡ଼ କାର୍ଯ୍ୟ କରିବାପାଇଁ କୋଟିକୋଟି ଟଙ୍କା ପ୍ରଦାନ କରାଯାଉଛି । ସେହିଭଳି ଖୋର୍ଦ୍ଧା ସହରର ବିକାଶ କରିବା ପାଇଁ ରାଜ୍ୟ ସରକାର 5 କୋଟିରୁ ଉର୍ଦ୍ଧ୍ବ ଟଙ୍କା ପ୍ରଦାନ କରିଥିଲେ । ଏହି ଅର୍ଥରେ ସହରରେ 10ଟି ପ୍ରକଳ୍ପ କାର୍ଯ୍ୟ କରାଯାଇଛି । 145ଟି ବର୍ଷା ଜଳ ଅମଳ ପ୍ରକଳ୍ପରେ ଖର୍ଚ୍ଚ ହୋଇଛି 1 କୋଟି 13 ଲକ୍ଷ , 7ଟି ମିନି ପାର୍କରେ ଖର୍ଚ୍ଚ ହୋଇଛି 91 ଲକ୍ଷ, 6ଟି ଓପନ ଜିମ୍‌ରେ 40 ଲକ୍ଷ , 5ଟି ଶିଶୁ ଉଦ୍ୟାନରେ 35 ଲକ୍ଷ , 4ଟି ଖେଳ ପଡିଆରେ 34 ଲକ୍ଷ, ବୃକ୍ଷ ରୋପଣରେ 19 ଲକ୍ଷ, 4ଟି ଭେଣ୍ଡିଂ ଜୋନରେ 56 ଲକ୍ଷ, 5ଟି ସରକାରୀ ଜାଗାର ଉନ୍ନତିକରଣରେ 27 ଲକ୍ଷ , 6ଟି ପରିଶ୍ରାଗାରରେ 14 ଲକ୍ଷ , ଗୋଟିଏ ଚେକ ଟାଇଲ ରାସ୍ତାରେ 5ଲକ୍ଷ । ଏହି କାର୍ଯ୍ୟ ଗୁଡିକୁ ସ୍ଥାନୀୟ ଅଞ୍ଚଳରେ ଥିବା ସ୍ୱୟଂସହାୟକ ଗୋଷ୍ଠୀମାନେ କରିବେ ଏବଂ ଏହାର ତଦାରଖ ଦାୟିତ୍ବ ପୌରପରିଷଦର ଅଧିକାରୀଙ୍କ ହାତରେ ରହିଛି ।

ଏହା ମଧ୍ୟ ପଢନ୍ତୁ-Budget Session: ଶୂନ୍ୟକାଳରେ ଉଠିଲା ମହାନଦୀ ଜଳ ସଙ୍କଟ ପ୍ରସଙ୍ଗ, ବିବୃତ୍ତି ରଖିବାକୁ ଦାବି କଲେ ବିରୋଧୀ

କିନ୍ତୁ ଏଭଳି କରାନଯାଇ ପୌରପରିଷଦର କିଛି ଅସାଧୁ କର୍ମଚାରୀ ଏବଂ କିଛି ଠିକାଦାରଙ୍କ ମିଲିଭଗତରେ ସ୍ୱୟଂସହାୟକ ଗୋଷ୍ଠୀ ମାନଙ୍କ ନାମରେ କାର୍ଯ୍ୟ ଅଣାଯାଇ ଅତି ନିମ୍ନ ମାନର କାମ କରାଯାଉଛି । ବିଭିନ୍ନ ସ୍ଥାନରେ କାର୍ଯ୍ୟ ହୋଇନଥିଲେ ମଧ୍ୟ ଫଳକ ଲାଗିଛି, ଆଉ କିଛି କିଛି ସ୍ଥାନରେ କାର୍ଯ୍ୟ ହୋଇଥିଲେ ବି ଫଳକ ନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଓ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ସେପଟେ ସହରବାସୀଙ୍କ ଅଭିଯୋଗ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କିମ୍ବା ପୌର ପରିଷଦ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.