ETV Bharat / state

ନିଖୋଜ ଯୁବକର ମିଳୁନି ପତ୍ତା, ପ୍ରତିବାଦରେ SP ଅଫିସ ଘେରାଉ କଲେ ଗ୍ରାମବାସୀ

ଖୋର୍ଦ୍ଧାରେ ୫ ଦିନ ପରେ ମଧ୍ୟ ନିଖୋଜ ଯୁବକର ପତ୍ତା ମିଳୁନି । ଏହାର ପ୍ରତିବାଦରେ SPଙ୍କ ଅଫିସ ଘେରାଉ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

author img

By

Published : Oct 28, 2021, 3:13 PM IST

ନିଖୋଜ ଯୁବକର ମିଳୁନି ପତ୍ତା, ପ୍ରତିବାଦରେ SP ଅଫିସ ଘେରାଉ କଲେ ଗ୍ରାମବାସୀ
ନିଖୋଜ ଯୁବକର ମିଳୁନି ପତ୍ତା, ପ୍ରତିବାଦରେ SP ଅଫିସ ଘେରାଉ କଲେ ଗ୍ରାମବାସୀ

ଖୋର୍ଦ୍ଧା: ଗତ 5 ଦିନ ଧରି ଖୋର୍ଦ୍ଧା ଟାଉନ ଥାନା କୁମ୍ଭୀଲୋ ଗ୍ରାମର ସନ୍ତୋଷ ବେହେରା ଅଛନ୍ତି ନିଖୋଜ । ଏହାର ପ୍ରତିବାଦରେ ଶତାଧିକ ଗ୍ରାମବାସୀ ଆଜି(ଗୁରୁବାର) SP ଅଫିସ ଘେରାଉ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ କୁମ୍ଭୀଲୋ ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ପୁଅ ସନ୍ତୋଷ ଓରଫ ରାଜା ଗତ 24ତାରିଖ ଗାଈ ଚରାଇବାକୁ ଯାଇ ଫେରିନଥିଲେ । ଏନେଇ 25 ତାରିଖରେ ତାଙ୍କ ବାପା ଲକ୍ଷ୍ମୀଧର ଖୋର୍ଦ୍ଧା ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଥାନାରେ ଏକ ନିଖୋଜ ମାମଲା ମଧ୍ୟ ରୁଜୁ ହୋଇଥିଲା ।

ଅନ୍ୟପଟେ ତାଙ୍କ ପୁଅଙ୍କୁ ପତିନବର ଗ୍ରାମର କେତେଜଣ ଯୁବକ ଅପହରଣ କରିନେଇଥିବା ଅଭିଯୋଗ ସତ୍ତ୍ବେ ପୋଲିସ ଚୁପ ବସିଛି ବୋଲି ପରିବାର ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ଆଜି ଶତାଧିକ ଗ୍ରାମବାସୀ SPଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସେପଟେ ଘଟଣାର ତଦନ୍ତ ଜାରି ରହିଛି ଏବଂ ୨ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା SDPO ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.