ETV Bharat / state

କୋରୋନା ପଜିଟିଭ ଚିହ୍ନଟ, ଶରଧାପୁର ଗ୍ରାମ 72 ଘଣ୍ଟା ସଟଡାଉନ - ସରଧାପୁର ଗ୍ରାମ 72 ଘଣ୍ଟା ସଟଡାଉନ

ବୁଧବାର ସନ୍ଧ୍ୟା ୬ଟାରୁ ଆସନ୍ତା ୧୧ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସରଧାପୁର ଗ୍ରାମକୁ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ସଟଡାଉନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ପଜିଟିଭ ଚିହ୍ନଟ, ସରଧାପୁର ଗ୍ରାମ 72 ଘଣ୍ଟା ସଟଡାଉନ

author img

By

Published : Jul 9, 2020, 1:47 AM IST

ଖୋର୍ଦ୍ଧା: ଦିନକୁ ଦିନ ବେକାବୁ ହେବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଖୋର୍ଦ୍ଧାରେ ବଢିଚାଲିଛି ପଜିଟିଭ ସଂଖ୍ୟା । ଜିଲ୍ଲାର ନାଲିପଡା ଅର୍ଜୁନପୁର ଗ୍ରାମପଞ୍ଚାୟତର ଶରଧାପୁର ଗ୍ରାମରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାପରେ ଗ୍ରାମକୁ 72 ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି । ବୁଧବାର ସନ୍ଧ୍ୟା ୬ଟାରୁ ଆସନ୍ତା ୧୧ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶରଧାପୁର ଗ୍ରାମକୁ ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ସଟଡାଉନ ଘୋଷଣା କରିଛନ୍ତି ।

ଏହି ସମୟରେ ଉକ୍ତ ଗ୍ରାମକୁ କୌଣସି ବାହାର ଲୋକ ପ୍ରବେଶ କରିପାରିବେନି । ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ସେହିପରି ଗ୍ରାମର କୌଣସି ଲୋକ ବାହାରକୁ ମଧ୍ୟ ଯାଇପାରିବେ ନାହିଁ ବୋଲି ଏକ ପତ୍ର ମାଧ୍ୟମରେ ସ୍ଥାନୀୟ ସରପଞ୍ଚ ଜଣାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.