ଖୋର୍ଦ୍ଧା : ବରୁଣେଇ ପାଦଦେଶରେ ନିର୍ମାଣ ହେବ ପାଇକ ସ୍ମାରକୀ । ଏଥିପାଇଁ ରାଜ୍ୟ ସରକାର 9 ଏକର 685 ଡ଼ିସିମିଲ ଜାଗା ନିଶୁଳ୍କ ଯୋଗାଇ ଦେଇଛନ୍ତି । ଏହି ଖୁସିରେ ବରୁଣେଇ ପାଦଦେଶରୁ ଆରମ୍ଭ କରି ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି ବିଜୟ ଉତ୍ସବ ।
ବୀର ପାଇକ ସଂଗଠନ ପକ୍ଷରୁ ବିରାଟ ପାଇକ ବାଦ୍ୟର ତାଳେ ତାଳେ ରଣ କୌଶଳ ପ୍ରଦର୍ଶନ କରି ନିର୍ଧାରିତ ସ୍ମାରକୀ ସ୍ଥାନରେ ନଡ଼ିଆ ଭାଙ୍ଗି ବିଜୟ ଉତ୍ସବ ପାଳନ କରିଛି । ସେହିଭଳି ଜିଲ୍ଲା ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ପରିସରରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମଲ୍ୟାର୍ପଣ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଇଟିଭି ଭାରତ ,ଖୋର୍ଦ୍ଧା