ETV Bharat / state

Vigilance Awareness Week: ସଚ୍ଚୋଟତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ - ସଚୋଟ୍ଟତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଆଜିଠାରୁ ଆରମ୍ଭ ହୋଇଛି ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ (Vigilance Awareness Week) । ଏଥର ଥିମ୍‌ ରହିଛି ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ । ଅଧିକ ପଢନ୍ତୁ

ସଚୋଟ୍ଟତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ
ସଚୋଟ୍ଟତାର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ
author img

By

Published : Oct 31, 2022, 11:04 PM IST

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ (Vigilance Awareness Week) । ଏଥର ଥିମ୍‌ ରହିଛି ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକାରୀଙ୍କୁ ସଚ୍ଚୋଟତା ନେଇ ଶପଥ ପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜାତୀୟ ଭିଜିଲାନ୍ସ ସଚେତନତା ସପ୍ତାହ ସମଗ୍ର ଦେଶରେ ଆସନ୍ତା ନଭେମ୍ବର 6 ତାରିଖ ପର୍ଯ୍ୟନ୍ତ ଚାଲିବ । ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଏହା ରାଜ୍ୟ ବ୍ୟାପୀ ପାଳନ କରାଯିବ । ଲୋକସେବା ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଚୋଟ୍ଟତା ନେଇ ଶପଥ ପାଠ କରାଇଛନ୍ତି । NCRB ରିପୋର୍ଟ ଅନୁସାରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ଠାବ କରିବାରେ ଓଡିଶା ଭିଜିଲାନ୍ସ ନମ୍ବର 1 ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଗତ 12 ମାସ ମଧ୍ୟରେ ଓଡ଼ିଶା ଭିଜିଲାନ୍ସ ରେକର୍ଡ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଜବତ କରିଛି । ଦୁର୍ନୀତିକୁ ନେଇ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାର୍ଯ୍ୟକ୍ରମରେ 70 ଲକ୍ଷ ସ୍ୱୟଂ ସ୍ୱହାୟକ ମହିଳା ଗ୍ରୁପର ସଦସ୍ୟ ମଧ୍ୟ ଯୋଡ଼ି ହୋଇଥିଲେ । ସେହିଭଳି ଇଲେକ୍ଟ୍ରୋନିକ୍ସ, ଆଇଟି ବିଭାଗ ଏବଂ ସମସ୍ତ ଜିଲ୍ଲାପାଳ ଓ ବ୍ଲକ ଅଫିସରମାନେ ଭିସି ମାଧ୍ୟମରେ ଯୋଗଦେଇ ସଚୋଟ୍ଟତା ନେଇ ଶପଥ ପାଠ କରିଛନ୍ତି ।

ଭୁବନେଶ୍ୱରକୁ ସର୍ବୋତ୍ତମ ଭିଜିଲାନ୍ସ ଡିଭିଜନ, ବଲାଙ୍ଗିରକୁ ସର୍ବୋତ୍ତମ ୟୁନିଟ, ସମ୍ବଲପୁର ଡିଭିଜନର ଇନ୍ସପେକ୍ଟର ଟି.କେ ମହାପାତ୍ରଙ୍କୁ ସର୍ବୋତ୍ତମ ଅନୁସନ୍ଧାନକାରୀ ଅଧିକାରୀ, ବାଲେଶ୍ଵର ଡିଭିଜନର ଇନ୍ସପେକ୍ଟର ହେମାମଣି ନାୟକଙ୍କୁ ସର୍ବୋତ୍ତମ ମହିଳା ଅନୁସନ୍ଧାନ ଅଧିକାରୀ ଏବଂ ସ୍ୱତନ୍ତ୍ର ସରକାରୀ ଭିଜିଲାନ୍ସ ଓକିଲ ଭାବେ ଭି ଭି ରାମଦାସଙ୍କୁ ପୁରସ୍କୃତ କରାଯାଇଛି ।ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ଏବଂ ବ୍ଲକ ସ୍ତରରେ ସାଧାରଣ ସଭାର ଆୟୋଜନ କରାଯିବ । ଛାତ୍ର, ଯୁବକ, ଶିକ୍ଷାବିତ, ସେବା ଏବଂ ଅବସରପ୍ରାପ୍ତ ସରକାରୀ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଏନଜିଓ ଓ ନାଗରିକ ସମାଜର ସଦସ୍ୟମାନଙ୍କୁ ଦୁର୍ନିୀତି ବିରୋଧରେ ସଚେତନା କରାଯିବ । ବିଦ୍ୟାଳୟ ଏବଂ କଲେଜରେ ବିତର୍କ, କୁଇଜ୍‌‌, କାର୍ଟୁନ୍‌‌, ଦୁର୍ନୀତି ନିବାରଣ ପ୍ରସଙ୍ଗ ଉପରେ ସ୍ଲୋଗାନ, ପେଣ୍ଟିଂ, ରଙ୍ଗୋଲି ଏବଂ ପୋଷ୍ଟର ପ୍ରତିଯୋଗିତା କରାଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସଦସ୍ୟମାନେ ଗ୍ରାମସଭାରେ ଏହି ଅଭିଯାନ ସମ୍ପର୍କରେ ସଚେତନ କରାଇବେ । ଦୁର୍ନୀତି ନିବାରଣ ସଚେତନତା ସୃଷ୍ଟି ପାଇଁ ସୋସିଆଲ୍‌‌ ମିଡିଆ ପ୍ଲାଟଫର୍ମ, ହ୍ୱାଟସଆପ‌, ଇମେଲ୍‌‌, ଇଲେକ୍ଟ୍ରୋନିକ୍ ଓ ପ୍ରିଣ୍ଟ ମିଡିଆର ବ୍ୟାପକ ବ୍ୟବହାର କରାଯିବାର ଲକ୍ଷ୍ୟ ରଖାଯାଇଛି । ଜନସାଧାରଣ ଭିଜିଲାନ୍ସ ଟୋଲ୍‌‌ ଫ୍ରି ନମ୍ବର 1064 ବିଶିଷ୍ଟ ନମ୍ବରରେ କଲ କିମ୍ବା ଏସଏମଏସ କରି ଅଭିଯୋଗ ଜଣାଇପାରିବେ ।

ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଉଦବୋଧନ ଦେଇ କହିଛନ୍ତି, ରାଜ୍ୟରୁ ଦୁର୍ନୀତି ନିବାରଣ ଲାଗି ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ ସମସ୍ତେ କାର୍ଯ୍ୟକାରୀ କରିବା ଉଚିତ । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପୋଲିସ ଡ଼ିଜି ସୁନୀଲ କୁମାର ବଂଶଲ, 5ଟି ସଚିବ ଭି କେ ପଣ୍ଡିଆନ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଭିଜିଲାନ୍ସ ନିର୍ଦ୍ଦେଶକ ୟସବନ୍ତ ଜେଠବା ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ଡ଼ିଜି ଅସିତ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.