ଭୁବନେଶ୍ବର: ରାଜଭବନରେ କୁଳପତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଗବେଷଣା ଓ କ୍ୟାମ୍ପସ ମଧ୍ୟରେ ଶୈକ୍ଷିକ ବାତାବରଣ ସାଙ୍ଗକୁ ଓଡ଼ିଶାର ସଂସ୍କୃତିକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି । ଏହା ସହ NEPକୁ ଧ୍ୟାନରେ ରଖି ଓଡିଶା କଲଚର ଉପରେ ଭ୍ୟାଲୁ ଆଡ଼ କୋର୍ସ କରିବା ପାଇଁ ମଧ୍ୟ ଉପଦେଶ ଦେଇଛନ୍ତି କୁଳାଧିପତି। ଓଡ଼ିଶାର ବିଶ୍ୱ ବିଦ୍ୟାଳୟ ବିଶ୍ୱ ସ୍ତରରେ ନାଁ କମେଇବା ଉପରେ ମଧ୍ଯ ଫୋକସ କରିବା ପାଇଁ କରିଛନ୍ତି କୁଳାଧିପତି ।
ରାଜଭବନରେ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି କୁଳପତି ସମ୍ମିଳନୀ । ବିଶେଷ ଭାବରେ ଏହି ସମ୍ମିଳନୀରେ ଗବେଷଣା ଓ କ୍ୟାମ୍ପସ ମଧ୍ୟରେ ଶୈକ୍ଷିକ ବାତାବରଣ ସମେତ ଓଡ଼ିଶାର ସଂସ୍କୃତିକୁ ଅଧିକ ଗୁରୁତ୍ଵ ଦିଆଯାଇଛି । NEPକୁ ଗୁରୁତ୍ୱ ଦିଆଯିବା ସହ କିଛି ଓଡିଶା କଲଚର ଉପରେ ଭ୍ୟାଲୁ ଆଡ଼ କୋର୍ସ କରିବା ପାଇଁ ମଧ୍ୟ କହିଛନ୍ତି କୁଳାଧିପତି । ଓଡ଼ିଶାରେ ରାଜ୍ୟପାଳ ଦାୟିତ୍ୱ ନେବା ପରେ କୁଳାଧିପତି ଭାବେ ପ୍ରଥମ ଥର କୁଳପତିମାନଙ୍କର ବୈଠକ ନେଇଛନ୍ତି ରଘୁବର ଦାସ । ରାଜ୍ୟର ଆଡ଼ମିନିଷ୍ଟ୍ରେଟିଭ ବିଭାଗର ସେକ୍ରେଟାରୀଙ୍କ ସମେତ କୃଷି ବିଭାଗ ଅଧୀନରେ ଥିବା ୭ଟି ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ମଧ୍ୟ ଏ ଆଲୋଚନାରେ ଭାଗ ନେଇଥିଲେ । ବିଶ୍ୱ ବିଦ୍ୟାଳୟର ସମସ୍ୟା ଯେମିତିକି ଷ୍ଟାଫ ସଂଖ୍ୟା ବୃଦ୍ଧି, ଭିତ୍ତିଭୂମି ବୃଦ୍ଧି ତାହା ଉପରେ ମଧ୍ୟ ଆଲୋଚନା କରାଯାଇଛି । ଓଡ଼ିଶାର ବିଶ୍ୱ ବିଦ୍ୟାଳୟ ଗୁଡିକ କିଭଳି ବିଶ୍ୱ ସ୍ତରରେ ନାଁ କମେଇ ପାରିବ ତାହା ଉପରେ ଫୋକସ କରିବା ପାଇଁ କରିଛନ୍ତି କୁଳାଧିପତି ।
ଏହା ମଧ୍ୟ ପଢ଼ନ୍ତୁ...ସୁନ୍ଦରଗଡରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଏକାଧିକ ପ୍ରକଳ୍ପ ସହ କେନ୍ଦ୍ରୀୟ ବିଦ୍ୟାଳୟର କଲେ ଉଦଘାଟନ
ଏନେଇ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି କହିଛନ୍ତି ଯେ, "ପୂର୍ବରୁ ଏଭଳି ନିଷ୍ପତ୍ତି ନେଇ କାମ କରାଯାଇଛି । ୧୦୦ ପିଲା ରହିବା ଭଳି ହଷ୍ଟେଲ ମଧ୍ୟ ରହିଛି । ଯାହା ଭୁଲ ହୋଇଛି ତାର କାରଣ ଖୋଜି ତର୍ଜମା କରାଯାଉଛି "। ଏପଟେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ଯେ, "ଆଜି ପ୍ରଥମ ସାକ୍ଷାତକାର କୁଳାଧିପତିଙ୍କ ସହ ହୋଇଛି । ୫ଟି ବିଷୟରେ ଆଲୋଚନା ହୋଇଛି । NEP 2020ର ଲାଗୁ କେମିତି ହୋଇଛି, ପରୀକ୍ଷା ପରିଚାଳନା କିଭଳି ହେଉଛି, ରିସର୍ଚ୍ଚ ଉପରେ ବିଶ୍ୱ ବିଦ୍ୟାଳୟର ସ୍ଥିତି କିଭଳି ରହିଛି ଏଭଳି ସବୁ ଉପରେ ଆଲୋଚନା କରାଯାଇଛି "। ଏପଟେ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ ରାଉଳ କହିଛନ୍ତି ଯେ, "ରାଜ୍ୟର ୨୮ଗୋଟି ବିଶ୍ୱ ବିଦ୍ୟାଳୟର କୁଳପତିମାନଙ୍କର ଆଜି ବୈଠକରେ ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ମାନ ବୃଦ୍ଧି କିଭଳି ହୋଇପାରିବ, କ୍ୟାମ୍ପସରେ ଶୈକ୍ଷିକ ବତାବତରଣ ରହିବ ଏସବୁ ଉପରେ ଆଲୋଚନା କରାଯାଇଛି "।