ETV Bharat / state

ଦାବି ଶୁଣିଲେନି ସରକାର, ୪ତାରିଖରୁ ସମୂହ ଛୁଟି ନେବେ ପ୍ରାଣୀ ଚିକିତ୍ସକ - ପଶୁ ଡାକ୍ତରଙ୍କ ଦାବି

Veterinaries Mass Leave From 4th January: ଜାନୁଆରୀ ୪ ତାରିଖରୁ ପ୍ରାଣୀ ଚିକିତ୍ସକଙ୍କ ସମୂହ ଛୁଟି । ସେବା ବ୍ୟବସ୍ଥାରେ ରୂପାନ୍ତରଣକୁ ସରକାରଙ୍କ ଅବହେଳାକୁ ଦୃଷ୍ଟିରେ ରଖି ନେବେ ସମୂହ ଛୁଟି । ଅଧିକ ପଢ଼ନ୍ତୁ

୪ ତାରିଖରୁ ସମୂହ ଛୁଟି ନେବେ ପ୍ରାଣୀ ଚିକିତ୍ସକ

author img

By ETV Bharat Odisha Team

Published : Dec 25, 2023, 9:13 PM IST

୪ ତାରିଖରୁ ସମୂହ ଛୁଟି ନେବେ ପ୍ରାଣୀ ଚିକିତ୍ସକ

ଭୁବନେଶ୍ବର: ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ନେବେ ସମୂହ ଛୁଟି । ସେବା ବ୍ୟବସ୍ଥାରେ ରୂପାନ୍ତରଣକୁ ସରକାରଙ୍କ ଅବହେଳାକୁ ଦୃଷ୍ଟିରେ ରଖି ଜାନୁଆରୀ ୪ ତାରିଖରୁ ସମୂହ ଛୁଟିରେ ରହିବେ ପ୍ରାଣୀ ଚିକିତ୍ସକ । ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣର ଆବଶ୍ୟକତା ସମ୍ପର୍କରେ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ଅକ୍ଷରୁ ବିଗତ ବର୍ଷ ବର୍ଷ ଧରି ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନକରିବା ପରିତାପର ବିଷୟ ପାଲଟିଛି । ଯାହାକୁ ନେଇ ସମୂହ ଛୁଟିରେ ରହିବା ପାଇଁ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ଚେତାବନୀ ଦେଇଛି ।

ପୂର୍ବରୁ ପ୍ରାଣୀ ପାଳନ କେବଳ ମାତ୍ର ଆନୁଷଙ୍ଗିକ ବୃତ୍ତି ଭାବେ ପରିଗଣିତ ହେଉଥିବା ବେଳେ ଆଜି ଅନେକ ପରିବାର ସେମାନଙ୍କର ଜୀବିକା ପାଇଁ ପ୍ରାଣୀ ପାଳନ ଉପରେ ସମ୍ପୂର୍ଣ ଭାବରେ ନିର୍ଭର କରୁଛନ୍ତି । ଏହା ବ୍ୟତୀତ ସହରିକରଣ, ଔଦ୍ୟୋଗିକରଣ ଓ ସୂଚନା-ପ୍ରଯୁକ୍ତି ବିଦ୍ୟାର ପ୍ରଭୁତ ପ୍ରଗତି ମଧ୍ୟ ରାଜ୍ୟରେ ପ୍ରାଣୀ ପାଳନ ବ୍ୟବସ୍ଥାକୁ ବହୁ ପରିମାଣରେ ପ୍ରଭାବିତ କରିଛି । ସେହି ଅନୁସାରେ, ପ୍ରାଣୀ ପାଳକମାନଙ୍କର ପ୍ରାଣୀ ଚିକିତ୍ସା ସେବା ପାଇଁ ଆଶା ଓ ଆକାଂକ୍ଷାରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଛି । ଆଜି ପ୍ରାଣୀ ପାଳକମାନେ ନିଶୁଳ୍କ ଚିକିତ୍ସା ସେବା, ୨୪ ଘଣ୍ଟିଆ ସେବା, ଦ୍ବାରଦେଶରେ ଚିକିତ୍ସା, ବିଶେଷଜ୍ଞ ସେବା, ରେଫରାଲ ସୁବିଧା ଇତ୍ୟାଦି ଦାବି କରୁଥିବା ବେଳେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ବିଭାଗରେ ଏପରି ବ୍ୟବସ୍ଥା ନଥିବା ଦୁର୍ଭାଗ୍ୟଜନକ । ବିଭାଗ ତରଫରୁ ଏପରି ବ୍ୟବସ୍ଥା ନଥିବା ଯୋଗୁଁ ପ୍ରାଣୀ ପାଳକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେପଟେ ବିଗତ କିଛି ବର୍ଷରେ ପ୍ରାଣୀ ଚିକିତ୍ସକମାନେ ବହୁ ଥର ଉତ୍ପୀଡନର ଶିକାର ହୋଇଥିବା ନଜିର ମଧ୍ୟ ଅଛି । ଏପରିକି ମଣିଷଙ୍କ ଠାରେ ଦେଖାଯାଉଥିବା ଅଧିକାଂଶ ରୋଗ ପ୍ରାଣୀମାନଙ୍କ ଠାରୁ ହିଁ ଆସିଥାଏ । ତେଣୁ ସୁସ୍ଥ ମଣିଷ ସମାଜ ଗଠନ ପାଇଁ ରୋଗ ଓ ଜୀବାଣୁମାନଙ୍କୁ ପ୍ରାଣୀମାନଙ୍କ ଠାରେ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ଏହି ଲକ୍ଷ୍ୟ ନେଇ ମିଳିତ ଜାତିସଂଘ ଦ୍ବାରା ସମଗ୍ର ବିଶ୍ବରେ ଏକକ ସ୍ବାସ୍ଥ୍ୟ (OneHealth) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିପାଇଁ ସାରା ଦେଶରେ ଚୟନ କରାଯାଇଥିବା ପଞ୍ଚୋଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ ହୋଇଥିବା ଓଡ଼ିଶା ପାଇଁ ଗୌରବର ବିଷୟ । ତେଣୁ ଆଜିର ସମୟରେ ପ୍ରାଣୀ ଚିକିତ୍ସକମାନଙ୍କ ଭୂମିକା ଓ ଦାୟିତ୍ଵ ବହୁ ପରିମାଣରେ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢ଼ନ୍ତୁ....ପ୍ରାଣୀ ଚିକିତ୍ସକଙ୍କ ଉପରେ ଆକ୍ରମଣ ଘଟଣା, ସଂଘର ଗିରଫ ଦାବି

ତେବେ ରାଜ୍ୟରେ ୧୯୧୦ ଡାକ୍ତରଙ୍କ କାମ ୧୩୦୦ ଡାକ୍ତର ତୁଲାଉଥିବା ବେଳେ ଚାକିରି କ୍ଷେତ୍ରରେ ପଦୋନ୍ନତିର ସୁବିଧା ନଥିବା ପ୍ରାଣୀ ଚିକିତ୍ସକମାନଙ୍କୁ ହତୋତ୍ସାହିତ କରିଛି । ଦୀର୍ଘ ୨୨-୨୩ ବର୍ଷ ସେମାନଙ୍କୁ ଗୋଟିଏ ଦରମାରେ କାର୍ଯ୍ୟ କରିବାକୁ ପଡ଼ୁଛି । ପାଖାପାଖି 40 ପ୍ରତିଶତ ଅଧସ୍ତନ କର୍ମଚାରୀ ପଦବୀ ମଧ୍ୟ ଖାଲି ପଡିଛି । ଯାହାକି ପ୍ରାଣୀ ଚିକିତ୍ସକମାନଙ୍କୁ ଅଧିକ ଚାପଗ୍ରସ୍ତ କରିଛି । ଏହା ବ୍ୟତୀତ ସରକାରଙ୍କ ଠାରୁ ନିରାଶ ପ୍ରାଣୀ ଚିକିତ୍ସକମାନେ ସେବା ମନୋବୃତ୍ତି ହରାଇ ବସିବା ସହିତ ମାନସିକ ଗ୍ଲାନୀ ଯୋଗୁଁ ଆଗାମୀ ଦିନରେ ସେବା ଯୋଗାଇ ଦେବାକୁ ନିଜର ଅସାମର୍ଥ୍ୟ ପ୍ରକାଶ କରିଛନ୍ତି । ଏହାକୁ ନେଇ ଆସନ୍ତା ଜାନୁଆରୀ ୪ ତାରିଖ ମଧ୍ୟରେ ଯଦି ସରକାର ସେମାଙ୍କର ଅଭିଯୋଗ ଗୁଡିକୁ ବିଚାରକୁ ନନିଅନ୍ତି ତେବେ ରାଜ୍ୟର ସମସ୍ତ ପ୍ରାଣୀ ଚିକିତ୍ସକ ଏକକାଳୀନ ସମୂହ ଛୁଟିରେ ରହିବେ ବୋଲି ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.