ଖୋର୍ଦ୍ଧା: ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ଦେଖିବାକୁ ମିଳୁଛି । ଏପରି ଭାଇରାଲ ଭିଡିଓ ପାଇଁ ଘରୋଇ ହିଂସା ଲୋକଲୋଚନକୁ ଆସିପାରୁଛି । ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ ଥାନା ଅଞ୍ଚଳରେ । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଗ୍ରାମର ଜୈନିକ ବ୍ୟକ୍ତି ନିଜ ପତ୍ନୀକୁ ଘରୋଇ କଳହ ପାଇଁ ସର୍ବ ସମ୍ମୁଖରେ ମାଡ଼ ମାରୁଛନ୍ତି ତାହାର ଭିଡ଼ିଓ ଏବେ ଭାଇରଲ ହେଉଛି ।
ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ହାତ ଧରିଥିବା ସ୍ୱାମୀ କିପରି ନିଜ ସ୍ତ୍ରୀକୁ ଏଭଳି ଗାଁ ଦାଣ୍ଡରେ ମାଡ଼ ମାରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡ଼ିଓରେ ଥିବା ସମ୍ପୃକ୍ତ ମହିଳା ଜଣକ ଏପର୍ଯ୍ୟନ୍ତ ସ୍ଥାନୀୟ ଥାନାରେ କୌଣସି ଅଭିଯୋଗ କରିନଥିବା ଜଣାପଡିଛି । ତେବେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିଜ ମାନବିକତା ଭୁଲି ସର୍ବସମ୍ମୁଖରେ ଏଭଳି ମାଡ଼ ମାରିବା କେତେ ଠିକ ?
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ