ETV Bharat / state

ହାୱଡା-ପୁରୀ ମଧ୍ୟରେ ଗଡିବ ସାପ୍ତାହିକ ବନ୍ଦେ ଭାରତ ଟ୍ରେନ

author img

By ETV Bharat Odisha Team

Published : Jan 10, 2024, 10:32 AM IST

Howrah-Puri Vande Bharat train: ହାୱଡା ଓ ପୁରୀ ମଧ୍ୟରେ ଗଡିବ ସାପ୍ତାହିକ ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନ । ଏହି ସ୍ୱତନ୍ତ୍ର ଟ୍ରେନ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଚଳାଚଳ କରିବ । ଅଧିକ ପଢନ୍ତୁ

ହାୱଡା ପୁରୀ ମଧ୍ୟରେ ଗଡିବ ସାପ୍ତାହିକ ସ୍ୱତନ୍ତ୍ର ବନ୍ଦେ ଭାରତ ଟ୍ରେନ

ଭୁବନେଶ୍ବର: ରାଜ୍ୟରେ ଗଡିବ ଆଉ ଏକ ବନ୍ଦେ ଭାରତ ଟ୍ରେନ । ଯାହା ପଶ୍ଚିମବଙ୍ଗର ହାୱଡାଠାରୁ ପୁରୀ ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନ ସାପ୍ତାହିକ ଭାବରେ ଅର୍ଥାତ କେବଳ ଗୁରୁବାର ଦିନ ଚଳାଚଳ କରିବ ଏବଂ କେବଳ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଗଡିବ । ଏହି ସ୍ୱତନ୍ତ୍ର ଟ୍ରେନ ଆସନ୍ତା 11 ତାରିଖ, 18 ତାରିଖ ଏବଂ 25 ତାରିଖରେ ଚଳାଚଳ କରିବ । ବିଶେଷ ଭାବରେ ହାୱଡାରୁ ପୁରୀ ଏବଂ ପୁରୀରୁ ହାୱଡା ପର୍ଯ୍ୟନ୍ତ ଯିବ ।

ଏହି ସ୍ୱତନ୍ତ୍ର ବନ୍ଦେ ଭାରତ ଏକ୍ସପ୍ରେସଟି ହାୱଡାରୁ ଯାତ୍ରା ଆରମ୍ଭ କରି ଖଗଡପୁର, ବାଲେଶ୍ଵର, ଭଦ୍ରକ, ଝାରସୁଗୁଡ଼ା, କଟକ, ଭୁବନେଶ୍ୱର ଖୋର୍ଦ୍ଧା ଏବଂ ପୁରୀ ରେଳ ଷ୍ଟେସନରେ ରହଣି କରିବ । ହାୱଡାରୁ ସକାଳ 6ଟା 10ରେ ଛାଡ଼ିବା ସହ ସମସ୍ତ ଷ୍ଟେସନ ଠାରେ 2 ମିନିଟ ରହଣି କରିବ । ଏହାରି ମଧ୍ୟରେ ପୁରୀରେ ପହଞ୍ଚିବ ମଧ୍ୟାହ୍ନ 12ଟା 35 ମିନିଟରେ । ସେହିପରି ପୁରୀରୁ ମଧ୍ୟାହ୍ନ 1ଟା 50ରେ ଛାଡ଼ିବା ସହ ହାୱଡାରେ ଏହା ରାତି 8ଟା 30ରେ ପହଞ୍ଚିବ । ଏହି ସ୍ୱତନ୍ତ୍ର ଟ୍ରେନରେ 16ଟି କୋଚ ଲାଗିବ । TSDTC-2, TSMC-8, TSTC-4, TSNDTC-2 16 କୋଚ ରହିବ ।

ଏହାମଧ୍ୟ ପଢନ୍ତୁ... Vande Bharat trial run: ବନ୍ଦେ ଭାରତ ଟ୍ରେନର ଦ୍ବିତୀୟ ଟ୍ରାଏଲ ରନ, ଅନୁଗୋଳରେ ଲୋକଙ୍କ ମଧ୍ୟରେ ଉତ୍ସାହ

ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଆଦି ଜିଲ୍ଲାରେ ବନ୍ଦେ ଏକ୍ସପ୍ରେସ ଚଳାଚଳ କରୁଛି । ଲୋକମାନଙ୍କୁ ଖୁବ ଶୀଘ୍ର ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପହଞ୍ଚାଉଥିବାରୁ ବନ୍ଦେ ଭାରତ ଟ୍ରେନ ଏବେ ସମସ୍ତଙ୍କ ପସନ୍ଦ ପାଲଟିଛି । ତେବେ ରାଜ୍ୟରେ ପୂର୍ବରୁ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଜଗନ୍ନାଥ ଧାମ ପୁରୀରୁ ଇସ୍ପାତ ନଗରୀ ରାଉରକେଲ ସହିତ ସଂଯୋଗ କରୁଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳଠାରେ ଥିବା ଶିଳ୍ପାଞ୍ଚଳ ଏବଂ ଝାରସୁଗୁଡା ସହିତ ସଂଯୋଗ ମଧ୍ୟ କରୁଛି ।

ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବା ସହ ଏବଂ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲୁଛି । ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡିଶାର ଜିଲ୍ଲାଗୁଡିକୁ ସଂଯୋଗ କରିବା ସହ ଉପକୂଳ ଏବଂ ପଶ୍ଚିମ ଓଡିଶା ଅଞ୍ଚଳର ଲୋକଙ୍କ ଗମନାଗମନ ବେଶ ସୁବିଧା କରିଛି । ତେବେ ହାଓ୍ବଡାରୁ ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କଲେ ଲୋକମାନେ ବେଶ ଉପକୃତ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.