ETV Bharat / state

ଆଜି ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ବାତିଲ

author img

By

Published : May 22, 2023, 7:00 AM IST

ହାୱଡା ପୁରୀ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ବାତିଲ । ଟ୍ରେନ ବିଳମ୍ବରେ ଚାଲୁଥିବାରୁ ରେଳ ବିଭାଗ ନେଲା ନିଷ୍ପତ୍ତି । କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା କାଚ ଭାଙ୍ଗିବା ସହ ବିଦ୍ୟୁତ୍ ତାର ମଧ୍ୟ ଛିଣ୍ଡିଥିଲା । ଅଧିକ ପଢନ୍ତୁ

Vande Bharat Express cancelled
Vande Bharat Express cancelled

ଭୁବନେଶ୍ବର: ଆଜି ଚାଲିବନି ହାୱଡା-ପୁରୀ ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । ଟ୍ରେନ ବିଳମ୍ବରେ ଚାଲୁଥିବାରୁ ରେଳ ବିଭାଗ ନେଇଛି ଏପରି ନିଷ୍ପତ୍ତି । ଗତକାଲି(ରବିବାର) ଅପରାହ୍ନ ସମୟରେ କାଳବୈଶାଖୀ ତାଣ୍ଡବରେ ଭାଙ୍ଗିଥିଲା ବନ୍ଦେ ଭାରତ ଏକ୍ସପ୍ରେସର ସାମ୍ନା କାଚ। ଏନେଇ ବୈତରଣୀ ରୋଡ ଓ ମଞ୍ଜୁରୀ ରୋଡ ମଝିରେ ଦୀର୍ଘ 4 ଘଣ୍ଟା ଧରି ଅଟକି ରହିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ଯାଜପୁର ନିକଟରେ ଥିବା ବୈତରଣୀ ରୋଡ ଓ ମଞ୍ଜୁରୀ ରୋଡ ମଝିରେ 4.30 ସମୟର କାଳବୈଶାଖୀ ଯୋଗୁଁ ଏକ ବଡ ଗଛ ଟ୍ରାକରେ ପଡି ଯିବାରୁ ଟ୍ରେନ୍ କିଛି ସମୟ ପାଇଁ ଅଟକି ରହିଥିଲା । ଏହା ସହ ଟ୍ରେନର ଆଗ ପଟ କାଚ ଭାଙ୍ଗିଯିବା ସହ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା । ଯାହା ଫଳରେ ବୈତରଣୀ ରୋଡ ଓ ମଞ୍ଜୁରୀ ରୋଡ ମଝିରେ ଅଟକି ରହିଥିଲା ଟ୍ରେନ ।

ତେବେ ଅଧାରେ ଅଟକି ଥିବା ବନ୍ଦେ ଭାରତ ଏକ୍ସପ୍ରେସର ମରାମତି ସରିବା ପରେ ପୁଣି ତାର ଯାତ୍ରା ଆରମ୍ଭ କରିଥିଲା । ରେଳବାଇ ପକ୍ଷରୁ ବନ୍ଦେ ଭାରତର ମରାମତି କରାଯାଇ ଡିଜେଲ ଇଞ୍ଜିନ ଲଗାଯାଇଥିଲା । ଫଳରେ ଡିଜେଲ ଇଞ୍ଜିନ୍‌ ଜରିଆରେ ବନ୍ଦେ ଭାରତ ଏକ୍ସପ୍ରେସ ହାୱଡାକୁ ଯାତ୍ରା ଆରମ୍ଭ କରିଥିଲା । ଡିଜେଲ ଇଞ୍ଜିନ ଲାଗିଥିବାରୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଅଧିକ ସମୟ ଲାଗିଥିବାରୁ ଆଜି ଚଳାଚଳ କରିବ ନାହିଁ ବନ୍ଦେ ଭାରତ ଏକ୍ସପ୍ରେସ ।

ପ୍ରକାଶ ଥାଉକି, ଗତ ୧୮ ତାରିଖରେ ରାଜ୍ୟରେ ବନ୍ଦେ ଭାରତର ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଥିଲା । ପୁରୀରୁ ସିଧାସଳଖ ଭାବରେ ହାୱଡ଼ା ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟ୍ରେନଟି ରାଜ୍ୟର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲା ଏବଂ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଗତି କରୁଛି । ଏହି ଟ୍ରେନ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଏବଂ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ପ୍ରଦାନ କରୁଛି, ପର୍ଯ୍ୟଟନକୁ ବୃଦ୍ଧି କରିବା ଏବଂ ଅଞ୍ଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଗଡୁଛି ବନ୍ଦେ ଭାରତ ଏକ୍ସପ୍ରେସ ।

ଏହି ଟ୍ରେନ ପାଖାପାଖି ୫୦୦ କିଲୋମିଟରର ଦୂରତା ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବାର ସାମର୍ଥ୍ୟ ରହିଛି । ସାଧାରଣ ଟ୍ରେନ ତୁଳନାରେ ଏହା ବେଶ ଆରାମଦାୟକ ଅଟେ । ଏହି ଟ୍ରେନର ସବୁ କୋଚ୍ ଏସି ରହିଛି । ଟ୍ରେନରେ ଜିପିଏସ ଓ ଫାୟାର୍ ସେନ୍ସର ଲଗାଯାଇଛି । ୱାଇଫାଇ ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଖାଦ୍ୟପାନୀୟ ପାଇଁ ଡିପ ଫ୍ରିଜର ରଖାଯାଇଥିବା ବେଳେ ଯାତ୍ରୀଙ୍କ ପାଖରେ ରହିଛି ମୋବାଇଲ୍ ଚାର୍ଜିଂ ପଏଣ୍ଟ । ଲଗେଜ୍ ରଖିବା ପାଇଁ ମଡ୍ୟୁଲାର ରାକ୍ ମଧ୍ୟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.