ETV Bharat / state

Vaccination Drive: ଆଜିଠୁ ରାଜ୍ୟରେ କୋଭିସିଲ୍ଟ ଟୀକାକରଣ ଆରମ୍ଭ

author img

By

Published : Jan 19, 2023, 12:02 PM IST

ରାଜ୍ୟରେ ଆଜି ଠାରୁ ଆରମ୍ଭ ହେଲା କୋଭିସିଲ୍ଟ ଟୀକାକରଣ । ବଛା ବଛା ଡାକ୍ତରଖାନାରେ ଦିଆଯିବ କୋଭିସିଲ୍ଡ ଟିକା । ଦ୍ୱିତୀୟ ଓ ତୃତୀୟ ଡୋଜ ଟିକା ନେଇପାରିବେ ହିତାଧିକାରୀ । ଅଧିକ ପଢନ୍ତୁ

Covishield vaccination started from today

ଭୁବନେଶ୍ବର: ରାଜ୍ୟରେ ପୁଣି ଆରମ୍ଭ ହେଲା କୋରୋନା ଟୀକାକରଣ । ଆଜି ଠାରୁ ରାଜ୍ୟରେ କୋଭିସିଲ୍ଡ ଟିକା ଉପଲବ୍ଧ ହୋଇଛି । ବଛା ବଛା ଡାକ୍ତରଖାନାରେ ଦିଆଯିବ କୋଭିସିଲ୍ଡ ଟିକା । କୋଡିସିଲ୍ଡ ଟିକାର ଦ୍ୱିତୀୟ ଓ ତୃତୀୟ ଡୋଜ ନେଇପାରିବେ ହିତାଧିକାରୀ । ରାଜ୍ୟରେ ବର୍ତ୍ତମାନ ପାଖାପାଖି 1 ଲକ୍ଷ ଡୋଜ ଟିକା ଗଚ୍ଛିତ ହୋଇ ରହିଥିବା ବେଳେ ସିଏଚସି, ଏସଡିଏଚ, ଡିଏଚଏଚ ଓ ବିଏଚସିରେ କରାଯିବ ଟୀକାକରଣ ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ 3 କୋଟି 52 ଲକ୍ଷ 50 ହଜାର 342 ଜଣ ନେଇଥିବା ବେଳେ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି 3 କୋଟି 30 ଲକ୍ଷ 979 । ସେହିପରି ଭାବରେ ବୁଷ୍ଟର ଡୋଜ ଟିକା ନେଇଛନ୍ତି 1 କୋଟି 31 ଲକ୍ଷ 98 ହଜାର 797 ଜଣ । ତେବେ ରାଜ୍ୟରେ 75 ତମ ସ୍ବାଧିନତା ଦିବସ ପାଳନ ଅବସରରେ 75 ଦିନ ପାଇଁ ସମଗ୍ର ଦେଶରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନଙ୍କୁ ମାଗଣାରେ ଟୀକାକରଣ କରାଯାଇଥିଲା ।

ଏହା ମଧ୍ୟରେ ରାଜ୍ୟରେ ଅନେକ ଲୋକ ଦ୍ବିତୀୟ ଡୋଜ ଏବଂ ତୃତୀୟ ଡୋଜ ଟିକା ନେଇ ନାହାନ୍ତି । ତେବେ ଅନ୍ୟ ଦେଶ ଗୁଡିକରେ କୋରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଏନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ମାଗଣା ଟିକା ପାଇଁ ଚିଠି ଲେଖିଥିଲେ। ଏହାପରେ କୋଭିସିଲ୍ଡ ଟିକା ପହଞ୍ଚିବା ପରେ ଆଜିଠାରୁ ଆରମ୍ଭ ହୋଇଛି ଟୀକାକରଣ ।

ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସମୟରେ 41 ପ୍ରତିଶତ ହିତାଧିକାରୀ ତୃତୀୟ ଡୋଜ ଟିକା ନେଇଥିବା ବେଳେ 90 ପ୍ରତିଶତରୁ ଅଧିକ ଦିତୀୟ ଡୋଜ ଟିକା ନେଇଛନ୍ତି । ଅନେକ ହିତାଧିକାରୀ ଟିକା ନେବାରୁ ବଞ୍ଚିତ ହୋଇଥିବା ବେଳେ ରାଜ୍ୟ ସରକାର ପୁଣିଥରେ ଟିକା ପ୍ରତ୍ୟେକଟି ଲୋକଙ୍କୁ ଦେବାଲାଗି କୋଭିସିଲ୍ଡ ଟିକା ଅଣାଯାଇଛି । ସମସ୍ତେ ଯେପରି ଟିକା ନେଇପାରିବେ ସେନେଇ ଏଭଳି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3 କୋଟି 35 ଲକ୍ଷ 44 ହଜାର 986 ଶହ ଜଣେ ପୁରୁଷ ଟୀକା ନେଇଥିବା ବେଳେ 3 କୋଟି 46 ଲକ୍ଷ 90 ହଜାର 230 ହଜାର ଡୋଜ ଟିକା ମହିଳା ନେଇଛନ୍ତି । ଏପର୍ଯ୍ୟନ୍ତ ମୋଟ କୋଭିସିଲ୍ଡ ଟିକା ନେଇଛନ୍ତି 6 କୋଟି 41 ଲକ୍ଷ 7 ହଜାର 585 । ବିଶେଷ ଭାବରେ ଯେଉଁ ମାନେ ଟିକା ନେଇନାହାନ୍ତି ସେମାନେ ତୁରନ୍ତ ଟିକା ନେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଏହା ସହ କ୍ୟାପିଟାଲ ହସ୍ପିଟାଲରେ କୋଭିଡ କୋଭିସିଲ୍ଡ ଟୀକାକରଣ କରାଯାଉଛି । ସକାଳ 10 ଟାରୁ ଅପରାହ୍ନ 1 ପର୍ଯ୍ୟନ୍ତ ଟୀକାକରଣ କରାଯିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.