ETV Bharat / state

BOITA BANDANA: ହାଇଦ୍ରାବାଦରେ ପାଳନ ହେବ କାର୍ତ୍ତିକ ପୂର୍ଣ୍ଣିମା, ମୁଖ୍ୟ ଅତିଥି କୁନା ତ୍ରିପାଠୀ - ମୁଖ୍ୟ ଅତିଥି କୁନା ତ୍ରିପାଠୀ

ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆସନ୍ତା ୬ ତାରିଖରେ ହାଇଦ୍ରାବାଦରେ ଆୟୋଜିତ ହେବ ବୋଇତ ବନ୍ଦାଣ ଉତ୍ସବ । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଓଏଫଡିସି ସଭାପତି କୁନା ତ୍ରିପାଠୀ । ଅଧିକ ପଢନ୍ତୁ

BOITA BANDANA: ହାଇଦ୍ରାବାଦରେ ପାଳିତ ହେବ କାର୍ତ୍ତିକ ପୂର୍ଣ୍ଣିମା, ମୁଖ୍ୟ ଅତିଥି କୁନା ତ୍ରିପାଠୀ

author img

By

Published : Nov 4, 2022, 10:56 PM IST

Updated : Nov 5, 2022, 9:08 AM IST

ହାଇଦ୍ରାବାଦ: ଚଳିତ ମାସ ୬ ତାରିଖରେ ମଣିକୋଣ୍ଡାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଳିବ ସାମାଜିକ ଅନୁଷ୍ଠାନ ଉତ୍କଳ ୟୁଥ ଆସୋସିଏସନ ହାଇଦ୍ରାବାଦ (Utkal Youth Association) । ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ବାହାରେ ଏହି ଉତ୍ସବ ପାଳିତ ହେଉଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ଓଲିଉଡ଼ ଜଗତର ସୁନାମଧନ୍ୟ ଅଭିନେତା ତଥା ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ (OFDC)ର ସଭାପତି କୁନା ତ୍ରିପାଠୀ ।

BOITA BANDANA: ହାଇଦ୍ରାବାଦରେ ପାଳିତ ହେବ କାର୍ତ୍ତିକ ପୂର୍ଣ୍ଣିମା, ମୁଖ୍ୟ ଅତିଥି କୁନା ତ୍ରିପାଠୀ

ଓଡିଶାର ସାଧାବପୁଅ (ବଣିକମାନେ) ସୁଦୂର ଯାଇ ପୂର୍ବ ଭାରତୀୟ ଦେଶ ଇଣ୍ଡୋନେସିଆର ବାଲି, ଜାଭା ଓ ସୁମାତ୍ରାରେ ବାଣିଜ୍ୟ ବ୍ୟବସାୟ କରୁଥିଲେ । ଏହାଦ୍ବାରା ସେମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ମଧ୍ୟ ସ୍ଥାପନ ହେଉଥିଲା । ତେବେ ଇତିହାସକୁ ମନେ ପକାଇବା ତଥା କଳିଙ୍ଗର ଗୌରବମୟ ନୌବାଣିଜ୍ୟ କାରବାର ଉଦ୍ଦେଶ୍ୟରେ ରାଜ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯାଏ । ଏହାସହିତ ବଣିକମାନେ ଡଙ୍ଗାରେ ବ୍ୟବସାୟ କରୁବାକୁ ଯାଇଥାନ୍ତି ଏବଂ ସେମାନେ ଫେରିବା ପରେ ଓଡ଼ିଶାର ସାଧବ ବୋହୂମାନେ ସେମାନଙ୍କୁ ବନ୍ଦାପନା କରି ସ୍ବାଗତ କରିଥାନ୍ତି, ଯାହାକୁ 'ବୋଇତ ବନ୍ଦାଣ ଉତ୍ସବ' କୁହାଯାଏ ।

ରାଜ୍ୟରେ ଅନେକ ବଣିକ ପୁଅ ଇଣ୍ଡୋନେସିଆ ସମେତ ମାଲେସିଆ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, କମ୍ବୋଡ଼ିଆ, ଭିଏତନାମ ଭଳି ପୂର୍ବାଞ୍ଚଳ ଦେଶଗୁଡ଼ିକ ସମୁଦ୍ର ପଥରେ ଯାଇ ବାଣିଜ୍ୟ ବ୍ୟବସାୟ କରି ଅର୍ଥ ଉପାର୍ଜନ କରୁଥିଲେ । ଓଡ଼ିଶାର ଏହି ସଂସ୍କୃତିର ପ୍ରୋତ୍ସାହନ ଲାଗି ପଡୋଶୀ ରାଜ୍ୟ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଏହି ଉତ୍ସବ ପାଳିତ ହେଉଛି । ଓଡିଆଙ୍କ ଏହି ଗର୍ବ ଓ ଗୌରବମୟ ଇତିହାସକୁ ଉତ୍କଳ ୟୁଥ ଆସୋସିଏସନ ପକ୍ଷରୁ ପଡୋଶୀ ରାଜ୍ୟରେ ସେଲିବ୍ରେଟ କରାଯିବ ।

କାର୍ଯ୍ୟକ୍ରମର ସୂଚୀ:-

- ରବିବାର ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଦୀପଦାନ ଓ ସଂକୀର୍ତ୍ତନର ଆୟୋଜନ କରାଯାଇଛି ।

- ଏହାପରେ ୬ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ ।

- ସାଢେ ୬ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ କରାଯିବ ।

ସ୍ଥାନ- ହାଇଦ୍ରାବାଦର ମଣିକୋଣ୍ତା, ମଲକମଚେରୁଭୁଠାରେ ଏହି ଉତ୍ସବ ଅନୁଷ୍ଠିତ ହେବ ।

Last Updated : Nov 5, 2022, 9:08 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.