ETV Bharat / state

ଛାତ୍ରଛାତ୍ରୀଙ୍କ ଫିଡବ୍ୟାକ ପ୍ରସଙ୍ଗ: ଏଣିକି ଅଧ୍ୟାପକମାନେ ସଚେତନ ହେବେ କହିଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି - ଅଧ୍ୟାପକଙ୍କ ଦକ୍ଷତାର ଫିଡବ୍ୟାକ ଦେବେ ଛାତ୍ରଛାତ୍ରୀ

ଛାତ୍ର ଛାତ୍ରୀଙ୍କ ଫିଡବ୍ୟାକ ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ସବିତା ଆଚାର୍ଯ୍ୟ । ଏହାଦ୍ବାରା ଉଭୟ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ସଚେତନ ହେବେ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

students feedback report
ଛାତ୍ରଛାତ୍ରୀଙ୍କ ଫିଡବ୍ୟାକ ପ୍ରସଙ୍ଗ
author img

By

Published : Aug 19, 2023, 6:15 PM IST

ଛାତ୍ରଛାତ୍ରୀଙ୍କ ଫିଡବ୍ୟାକ ପ୍ରସଙ୍ଗ

ଭୁବନେଶ୍ବର: ରାଜ୍ୟରେ ଥିବା ବିଶ୍ଵବିଦ୍ୟାଳୟ ହେଉ ବା ମହାବିଦ୍ୟାଳୟ ସବୁଠି ଅଧ୍ୟାପକଙ୍କ ବିରୋଧରେ ଆସୁଛି ଅଭିଯୋଗ । ମାଳମାଳ ଅଭିଯୋଗ ପରେ ଉକ୍ତ କଲେଜଗୁଡିକୁ ୧୪ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଗୁଡ଼ିକୁ ମଗାଯାଇଥିବା ରିପୋର୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି । ଛାତ୍ରୀଛାତ୍ରୀଙ୍କ ଫିଡବ୍ୟାକ ଦ୍ବାରା ଉଭୟ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ସଚେତନ ହେବେ କହିଛନ୍ତି ସବିତା ଆଚାର୍ଯ୍ୟ ।

ରାଜ୍ୟରେ ଥିବା ବିଶ୍ଵବିଦ୍ୟାଳୟ ହେଉ ବା ମହାବିଦ୍ୟାଳୟ ସବୁଠି ଅଧ୍ୟାପକଙ୍କ ବିରୋଧରେ ଆସୁଛି ଅଭିଯୋଗ । ଏହାରି ମଧ୍ୟରେ ରାଜ୍ୟର ନାମୀଦାମୀ କଲେଜ, ବିଶ୍ଵବିଦ୍ୟାଳୟ ମଧ୍ୟ ରହିଛି । ଉତ୍କଳ ବିଶ୍ବବିଦ୍ୟାଳୟ ହେଉ କି ସମ୍ବଲପୁର ବିଶ୍ଵବିଦ୍ୟାଳୟ ଅଥବା ରମାଦେବୀ ବିଶ୍ଵବିଦ୍ୟାଳୟ ଏପରିକି କଳାହାଣ୍ଡି ବିଶ୍ଵବିଦ୍ୟାଳୟରୁ ମଧ୍ୟ ଆସିଛି ଅନେକ ଅଭିଯୋଗ । ଏହି ପରିପ୍ରେକ୍ଷୀରେ ଶିକ୍ଷା ବିଭାଗ ଛାତ୍ରୀଛାତ୍ରୀଙ୍କୁ ଫିଡବ୍ୟାକ ମାଗିଛି । ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି, "ଯେ ଏହା ହେଉଛି ଉଚ୍ଚ ଶିକ୍ଷା ବିଭାଗର ଏକ ପଦକ୍ଷେପ । ଏହା ଦ୍ବାରା ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ସଚେତନ ହେବେ । ସଠିକ ଭାବରେ ପାଠ ପଢ଼ାଇବା ସହ ଠିକ ସମୟରେ କଲେଜକୁ ଆସିବେ। କିଛି କିଛି ସ୍ଥାନରେ ଏଭଳି ଘଟଣା ଘଟୁଥିବ, ତେଣୁ ଉଚ୍ଚ ଶିକ୍ଷା ବିଭାଗ ଏଭଳି ଏକ ପଦକ୍ଷେପ ନେଉଛି ।" ବର୍ତ୍ତମାନ ସମୟରେ କଲେଜ କ୍ୟାମ୍ପସରେ ଗଣ୍ଡଗୋଳ କମିଯାଇଛି ବୋଲି କହିଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ର କୁଳପତି ସବିତା ଆଚାର୍ଯ୍ୟ ।

ଏହା ମଧ୍ୟ ପଢ଼ନ୍ତୁ: ଏଣିକି ଛାତ୍ରଛାତ୍ରୀଙ୍କ ହାତରେ ଅଧ୍ୟାପକଙ୍କ ଦକ୍ଷତା ମୂଲ୍ୟାୟନ

ଏପଟେ କଳାହାଣ୍ଡି ଜିଲ୍ଲା ଛାତ୍ର ସଂଗଠନ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ନାମରେ ଆଣିଛନ୍ତି ଗୁରୁତର ଅଭିଯୋଗ । ଯାହା ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗ ସମେତ ଶିଶୁ କମିଶନରଙ୍କୁ ଛାତ୍ର ସଙ୍ଗଠନ ଚିଠି କରିଛନ୍ତି । ଏହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଏହାରି ଉପରେ 5 ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ, ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଭୟରେ ଛାତ୍ରଛାତ୍ରୀ ମାନେ ଅନେକ ସମୟରେ ନିଜର ଅଧିକାରରୁ ବଞ୍ଚିତ ହେଉଛନ୍ତି । ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ବା ନେତୃତ୍ୱ ନେବାର କ୍ଷମତା ବିକାଶ ହୋଇପାରୁନାହିଁ । ସମାଜସେବା କାର୍ଯ୍ୟରେ ମନ ଲାଗୁନାହିଁ । କଲେଜ ବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମନମାନୀ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯେପରିକି ପରୀକ୍ଷାରେ କମ ମାର୍କ ଦିଆଯିବା ନେଇ କୁହାଯାଉଛି । ହଷ୍ଟେଲ ବା ଶିକ୍ଷାନୁଷ୍ଠାନରୁ ବହିଷ୍କାର କରିଦେବା ସହ ଇଣ୍ଟରନାଲ ପରୀକ୍ଷାରେ କମ ମାର୍କ ଦେବା ଇତ୍ୟାଦି ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.