ETV Bharat / state

ମନେ ପଡ଼ିଲେ ଓଡ଼ିଆ ଅସ୍ମିତା ଓ ସ୍ଵାଭିମାନ ପାଇଁ ଲଢ଼ିଥିବା ବୀର ପୁରଷ - ୧୯୩୬ ଏପ୍ରିଲ ୧ ସ୍ୱତନ୍ତ୍ର ରାଜ୍ୟର ପରିଚୟ ପାଇଥିଲା ଓଡିଶା

୧୯୩୬ ଏପ୍ରିଲ ୧ ଆଜିର ଦିନ ସ୍ୱତନ୍ତ୍ର ରାଜ୍ୟର ପରିଚୟ ପାଇଥିଲା ଓଡିଶା । ଯାହାକୁ ନେଇ ରାଜ୍ୟ ପାଳୁଛି ୮୭ତମ ଉତ୍କଳ ଦିବସ । ଅଧିକ ପଢ଼ନ୍ତୁ

ଉତ୍କଳ ଦିବସ ପାଳିଲେ ଉତ୍କଳବାସୀ
ଉତ୍କଳ ଦିବସ ପାଳିଲେ ଉତ୍କଳବାସୀ
author img

By

Published : Apr 1, 2023, 7:30 PM IST

ଉତ୍କଳ ଦିବସ ପାଳିଲେ ଉତ୍କଳବାସୀ

ଭୁବନେଶ୍ବର: ରାଜ୍ୟ ପାଳୁଛି ୮୭ତମ ଉତ୍କଳ ଦିବସ । ୧୯୩୬ ଏପ୍ରିଲ ୧ ଆଜିର ଦିନରେ ସ୍ୱତନ୍ତ୍ର ରାଜ୍ୟର ପରିଚୟ ପାଇଥିଲା ଓଡିଶା। ତେଣୁ ଆଜି ଦିନଟିରେ ପ୍ରତି ଓଡ଼ିଆ ଏହି ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାଇ ରଖିବାର ସଂକଳ୍ପ ନେବା ସହ ଉତ୍କଳ ଦିବସ ପାଳନ କରିଥାଏ। ଆଉ ଗର୍ବରେ କହିଥାଏ ମୁ ଓଡ଼ିଆ । ଏହି ଅବସରରେ ଯେଉଁ ମହାପୁରୁଷମାନେ ଜାତିର ସ୍ୱାଭିମାନ ଓ ଅସ୍ମିତା ପାଇଁ ଲଢେଇ କରିଥିଲେ ସେମାନଙ୍କୁ ମନେ ପକାଉଛି । ଆଉ ସମ୍ମାନ ଜାଣିବା ସହ ତାଙ୍କ ତ୍ୟାଗକୁ ମାନେ ପକାଇ ତାଙ୍କର ସ୍ମୃତି ଚରଣ କରୁଛି । ଏହି ଅବସରରେ ଉତ୍କଳ ଗୋୖରବ ମଧୁସୂଦନ ଦାସଙ୍କ ରାଜଭବନ ସ୍ଥିତ ପ୍ରତିମୂର୍ତ୍ତିରେ ଦଳମତ ନିର୍ବିଶେଷରେ ଆସି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏନେଇ ଆଜି ରାଜ୍ୟ ବିଜେପି ଓ ଆମ ଆଦମୀ ଦଳ ପକ୍ଷରୁ ଉତ୍କଳ ଗୋୖରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ଦଳୀୟ ନେତା ଓ କର୍ମୀମାନେ ଆସି ଉତ୍କଳ ଗୋୖରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏହି ଅବସରରେ ମନମୋହନ ସାମଲ କହିଥିଲେ ଆଜି ହେଉଛି ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ।

ସେହିପରି ଆପର ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର କହିଛନ୍ତି ଆଜି ହେଉଛି ଓଡ଼ିଆମାନଙ୍କର ଆଶା ଭରସା ଓ ସ୍ୱପ୍ନର ଦିବସ । ୧୯୩୬ରେ ଆମେ ନୂଆ ଓଡ଼ିଶା ଗଠନ କରିବାର ସଂକଳ୍ପ ନେଇଥିଲେ । କିନ୍ତୁ ଏହି ସଂକଳ୍ପ ଏବେ ପୁରା ହେବ ପାଇଁ ବାକି ରହିଛି । ତେଣୁ ପ୍ରତିଟି ଓଡିଶାବାସୀଙ୍କ ପାଇଁ ଶିକ୍ଷା ସ୍ୱାସ୍ଥ୍ୟ ବିଜୁଳି ପାଣି ରୋଜଗାର ସହ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ମୌଳିକ ସୁବିଧା, ଆଦିବାସୀ ଭାଇ ଭଉଣୀମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ସମ୍ମାନ ଓ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ବିଶାଳ ପ୍ରାକୃତିକ ସମ୍ପଦର ସୁରକ୍ଷା କରିବାର ସଂକଳ୍ପ ପୂରଣ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ମସ୍ତଙ୍କୁ ସମ୍ମିଳିତ ଭାବେ କାର୍ଯ୍ୟ କରିବାର ଅଛି । ତେବେ ଯାଇ ଏକ ସମୃଦ୍ଧ ପ୍ରଗତିଶୀଳ ଓ ନୂତନ ଓଡିଶା ଗଠନ ହୋଇପାରିବ ବୋଲି କହିଛନ୍ତି ଉପସ୍ଥିତ ନେତାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.