ETV Bharat / state

Utkal Divas 2023: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ଅଧିକ ପଢ଼ନ୍ତୁ

author img

By

Published : Apr 1, 2023, 3:58 PM IST

Utkal Divas 2023
ଉତ୍କଳ ଦିବସ

ଭୁବନେଶ୍ବର: ଆଜିକୁ ଠିକ ୮୭ ବର୍ଷ ପୂର୍ବେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ବତନ୍ତ୍ର ପ୍ରଦେଶ ରୂପେ ଗଢି ଉଠିଥିଲା । ଓଡିଆ ଜାତିର ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏହି ତାରିଖ । ଏହାର ମାଟି, ପାଣି, ପବନ ସ୍ବତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରଙ୍କ ବଳିଦାନକୁ ବଖାଣିଥାଏ । ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ବା ଓଡ଼ିଶା ଦିବସ ଭାବେ ପାଳନ କରାଯାଏ । ବିଶ୍ବର କୋଣ ଅନୁକୋଣରେ ରହୁଥିବା ପ୍ରତି ଓଡ଼ିଆ ଅତି ଗର୍ବର ସହକାରେ ଏହି ଦିବସ ପାଳନ କରିଥାନ୍ତି । ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ, ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହମନ୍ତ୍ରୀ ଅମିତ ଶାହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

  • ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡିଶାବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉଛି।ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା ,ଆମ ଅର୍ଥବ୍ୟବସ୍ଥାର ଗ୍ରୋଥ୍ ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରେ।
    ମୁଁ ଓଡ଼ିଶାର ଭାଇ ଓ ଭଉଣୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି।

    — President of India (@rashtrapatibhvn) April 1, 2023 " class="align-text-top noRightClick twitterSection" data=" ">

ଉତ୍କଳ ଦିବସ ଉପଲକ୍ଷେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଟ୍ବିଟ ଯୋଗେ ସମଗ୍ର ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧ କାମନା କରି ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା, ଆମ ଅର୍ଥବ୍ୟବସ୍ଥାର ଗ୍ରୋଥ୍ ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରେ । ମୁଁ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି ।"

  • ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର । ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି ।

    — Narendra Modi (@narendramodi) April 1, 2023 " class="align-text-top noRightClick twitterSection" data=" ">

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, "ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଏହି ଦିନ ଦେଶର ପ୍ରଗତିରେ ଓଡ଼ିଶା, ଓଡ଼ିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧି ଅବଦାନକୁ ଜାଣିବାର ଅବସର । ଓଡ଼ିଶାବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି ।"

  • ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା। #OdishaDibasa pic.twitter.com/bFEZpXdjwk

    — Naveen Patnaik (@Naveen_Odisha) April 1, 2023 " class="align-text-top noRightClick twitterSection" data=" ">

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । "ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି । ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢି଼ବା ।"

  • ଓଡ଼ିଶାର ଜନସାଧାରଣଙ୍କୁ ‘ଉତ୍କଳ ଦିବସ’ର ଅଭିନନ୍ଦନ ଜଣାଇବା ସହ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହି ଦିନଟି ଆମ ସମସ୍ତ ଉତ୍କଳୀୟଙ୍କ ପାଇଁ ସ୍ମରଣୀୟ ଦିବସ । ଆସନ୍ତୁ, ଓଡ଼ିଆ ଜାତିକୁ ପୁଣି ଥରେ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ବଦ୍ଧପରିକର ହେବା ।

    ବନ୍ଦେ ଉତ୍କଳ ଜନନୀ 🙏 pic.twitter.com/GOJ7JcgC2y

    — Dharmendra Pradhan (@dpradhanbjp) April 1, 2023 " class="align-text-top noRightClick twitterSection" data=" ">

ଉତ୍କଳ ଦିବସର ଉପଲକ୍ଷେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ କହିଛନ୍ତି, "ଓଡ଼ିଶାର ଜନସାଧାରଣଙ୍କୁ 'ଉତ୍କଳ ଦିବସ'ର ଅଭିନନ୍ଦନ ଜଣାଇବା ସହ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହି ଦିନଟି ଆମ ସମସ୍ତ ଉତ୍କଳୀୟଙ୍କ ପାଇଁ ସ୍ମରଣୀୟ ଦିବସ । ଆସନ୍ତୁ, ଓଡ଼ିଆ ଜାତିକୁ ପୁଣି ଥରେ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ବଦ୍ଧପରିକର ହେବା । ବନ୍ଦେ ଉତ୍କଳ ଜନନୀ ।"

  • ଉତ୍କଳ ଦିବସରେ ମୁଁ ଓଡ଼ିଶାର ଭଉଣୀ ଏବଂ ଭାଇମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି।

    ପ୍ରାଚୀନ ମନ୍ଦିର, ସମୃଦ୍ଧ ସାଂସ୍କୃତିକ ଐତିହ, ସୁନ୍ଦର ହୃଦୟର ଲୋକ ଏବଂ ସବୁଜିମାରେ ଭରପୁର ଜଙ୍ଗଲ ସହିତ ଓଡ଼ିଶା ଭାରତର ସ୍ଵାଭିମାନର ମୁକୁଟ ଉପରେ ଶୋଭା ପାଉଥିବା ଏକ ଅମୂଲ୍ୟ ରତ୍ନ ।

    ମହାପ୍ରଭୁ ଜଗନ୍ନାଥ ରାଜ୍ୟକୁ ସୁଖ ଓ ସମୃଦ୍ଧତା ଆଶୀର୍ବାଦ କରନ୍ତୁ।

    — Amit Shah (@AmitShah) April 1, 2023 " class="align-text-top noRightClick twitterSection" data=" ">

ସେହିପରି ଉତ୍କଳ ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଉତ୍କଳ ଦିବସରେ ମୁଁ ଓଡ଼ିଶାର ଭଉଣୀ ଏବଂ ଭାଇମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ପ୍ରାଚୀନ ମନ୍ଦିର, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁନ୍ଦର ହୃଦୟର ଲୋକ ଏବଂ ସବୁଜିମାରେ ଭରପୂର ଜଙ୍ଗଲ ସହିତ ଓଡ଼ିଶା ଭାରତର ସ୍ବାଭିମାନର ମୁକୁଟ ଉପରେ ଶୋଭା ପାଉଥିବା ଏକ ଅମୂଲ୍ୟ ରତ୍ନ । ମହାପ୍ରଭୁ ଜଗନ୍ନାଥ ରାଜ୍ୟକୁ ସୁଖ ଓ ସମୃଦ୍ଧତା ଆଶୀର୍ବାଦ କରନ୍ତୁ ।"

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.