ETV Bharat / state

UPSC ସଫଳତା ପାଇଁ ପ୍ରୟାସ, GAAରେ ଖୋଲିଲା ସ୍ୱତନ୍ତ୍ର ମକ୍ ଇଣ୍ଟର୍ଭିୟୁ ସେଲ୍

author img

By

Published : Feb 27, 2023, 10:25 PM IST

ପ୍ରାରମ୍ଭିକ ଭାବେ ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ୧୧ ଜଣ ଓଡ଼ିଆ ଛାତ୍ର ଛାତ୍ରୀଙ୍କ ମକ୍ ଇଣ୍ଟର୍ଭିୟୁ କରାଯାଇଛି । ପରୀକ୍ଷାର୍ଥୀ ମାନେ ବିଭିନ୍ନ ସ୍ଥାନରେ ରହୁଥିବାରୁ ଅନଲାଇନ ମାଧ୍ୟମରେ ଗତ ମାସ ୯ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ମକ୍ ଇଣ୍ଟର୍ଭିୟୁ କରାଯାଇଛି । ଅଧିକ ପଢନ୍ତୁ

UPSC  ସଫଳତା ପାଇଁ ପ୍ରୟାସ, GAA ରେ ଖୋଲିଲା ସ୍ୱତନ୍ତ୍ର ମକ ଇଣ୍ଟର୍ଭିୟୁ ସେଲ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ ନିମନ୍ତେ ଓଡିଆ ଛାଛ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସ୍ୱତନ୍ତ୍ର ଉଦ୍ୟମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ୟୁପିଏସସି ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସାକ୍ଷାତକାର ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରାଇବା ଲକ୍ଷ୍ୟରେ ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ (Gopabandhu Academy of Administration)ରେ ପ୍ରତିଷ୍ଠା ହୋଇଛି ମକ୍ ଇଣ୍ଟର୍ଭିୟୁ ସେଲ । ଏହାକୁ ଏକାଡେମୀ ମହାନିର୍ଦ୍ଦେଶକ ରାଜକୁମାର ଶର୍ମା ଉଦଘାଟନ କରିଛନ୍ତି ।

ପ୍ରାରମ୍ଭିକ ଭାବେ ମୁଖ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ୧୧ ଜଣ ଓଡ଼ିଆ ଛାତ୍ର ଛାତ୍ରୀଙ୍କ ମକ୍ ଇଣ୍ଟର୍ଭିୟୁ କରାଯାଇଛି । ପରୀକ୍ଷାର୍ଥୀ ମାନେ ବିଭିନ୍ନ ସ୍ଥାନରେ ରହୁଥିବାରୁ ଅନଲାଇନ ମାଧ୍ୟମରେ ଗତ ମାସ ୯ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ମକ୍ ଇଣ୍ଟର୍ଭିୟୁ କରାଯାଇଛି । ଏତଦ ବ୍ୟତିତ ବିଷୟବସ୍ତୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ଓଡ଼ିଶା ଇତିହାସ, ସଂସ୍କୃତି, ସାଂପ୍ରତିକ ଘଟଣାବଳୀ ସଂପର୍କରେ ବିଭିନ୍ନ ବିଷୟ ଭିତ୍ତିକ ସ୍ୱତନ୍ତ୍ର ତଥ୍ୟ ପରୀକ୍ଷାର୍ଥୀ ମାନଙ୍କୁ ପ୍ରଦାନ କରାଯାଉଛି । ଏହି ମକ ଇଣ୍ଟର୍ଭିୟୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, କଟକ ମହାନଗର ନିଗମ କମିଶନର ନିଖିଲ ପୱନ କଲ୍ୟାଣ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରା, ଅଖିଳ ବିହାରୀ ଓତା, ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ପ୍ରଫେସର କେଭିଡି ପ୍ରକାଶ ପ୍ରମୁଖଙ୍କ ଦ୍ୱାରା ମକ ଇଣ୍ଟର୍ଭିୟୁ ଅନୁଷ୍ଠିତ ହେଉଛି ।

ଏହାବି ପଢନ୍ତୁ- Sports Star Award: ଓଡିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ; କ୍ରୀଡା ପ୍ରୋତ୍ସାହନରେ ଶ୍ରେଷ୍ଠ ରାଜ୍ୟ, ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଏଥିସହ ୨୦୨୧ ମସିହା ବ୍ୟାଚ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରଥମେଶ ଏବଂ ରୀନା ପ୍ରଧାନ ପରୀକ୍ଷାର୍ଥୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ସେମାନଙ୍କର ଅଭିଜ୍ଞତା ବାଣ୍ଟିଛନ୍ତି । ଏଭଳି ବ୍ୟବସ୍ଥା ନେଇ ଛାତ୍ରଛାତ୍ରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହା ସହ ବରିଷ୍ଠ ଅଧିକାରୀ ମାନଙ୍କ ପରାମର୍ଶ ସଫଳତା ହାସଲ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଛନ୍ତି । ଉକ୍ତ ପଦକ୍ଷେପ ନିମନ୍ତେ ସେମାନେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଭଳି ବ୍ୟବସ୍ଥା ପ୍ରତିବର୍ଷ ଜାରି ରହିଲେ ଓଡ଼ିଆ ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ କୃତକାର୍ଯ୍ୟ ହୋଇପାରିବେ ।

ଉକ୍ତ କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନା ବିଭାଗ ଯୁଗ୍ମ ସଚିବ ମନିଷ ଅଗ୍ରୱାଲ, ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଉପ ମହାନିର୍ଦ୍ଦେଶକ ପ୍ରତାପ କୁମାର ମିଶ୍ର, ଅତିରିକ୍ତ କମିଶନର ଡଃ ହିମାଂଶୁ ଭୁଷଣ ପଣ୍ଡା, ଅତିରିକ୍ତ ନିର୍ଦ୍ଦେଶକ ବିଭୁତି ଭୂଷଣ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ କାନନବାଳା ନାୟକ, ଉପ ନିର୍ଦ୍ଦେଶକ ଡଃ ମମତାରାଣୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ପଦକ୍ଷେପ କେତେ ସଫଳ ରୂପାୟନ ହେଉଛି ଏବେ ତାରି ଉପରେ ନଜର।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.