ETV Bharat / state

ଡଟପେନ: କଲେଜ ଛାତ୍ରଛାତ୍ରୀଙ୍କ ଗହଣରେ ରିଲିଜ ହେଲା ଅଡିଓ - ରିଲିଜ ହେଲା ଡଟପେନର ଅଡିଓ

କଲେଜ ଛାତ୍ରଛାତ୍ରୀଙ୍କ ଗହଣରେ ନିଆରା ଶୈଳୀରେ ରିଲିଜ ହେଲା ଡଟପେନର ଅଡିଓ । ଅଧିକ ପଢନ୍ତୁ

dotpen audio relaese
dotpen audio relaese
author img

By ETV Bharat Odisha Team

Published : Oct 6, 2023, 4:49 PM IST

dotpen audio relaese

ଭୁବନେଶ୍ବର: ନିଆରା ଶୈଳୀରେ କଲେଜ ଛାତ୍ରଛାତ୍ରୀଙ୍କ ଗହଣରେ ଡଟପେନର ଅଡିଓ ରିଲିଜ ହୋଇଛି । ଆଜି ବାଣୀବିହାର ଗାନ୍ଧୀ ପାର୍କରେ ଫିଲ୍ମର ପୁରା ଷ୍ଟାର କାଷ୍ଟ ପହଞ୍ଚି ଅଡିଓର ଉନ୍ମୋଚନ କରିଛନ୍ତି । ଫିଲ୍ମ ବିଷୟରେ ସମ୍ୟକ୍‌ ସୂଚନା ଦେବା ସହିତ ଛାତ୍ରଛାତ୍ରୀଙ୍କ ମନୋରଞ୍ଜନ କରିିଥିଲେ ।

ସାଇକୋ କିଲର ଉପରେ ଆଧାରିତ ଡଟପେନ: ଜଣେ ସାଇକୋ କିଲର୍‌ର କାହାଣୀ ଉପରେ ଚଳଚ୍ଚିତ୍ର "ଡଟପେନ୍" ନିର୍ମିତ ହୋଇଥିବା ବେଳେ ଅକ୍ଟୋବର ୧୩ରେ ପ୍ରେକ୍ଷାଳୟକୁ ଆସିବ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଜ୍ୟୋତିରଞ୍ଜନ । ପୂର୍ବରୁ ସେ ଏକାଧିକ ପ୍ରେମ କାହାଣୀ, ଆକ୍ସନ, ରହସ୍ୟ ଓ ରୋମାଞ୍ଚ ଆଧାରିତ ସିନେମାରେ ନଜର ଆସିଛନ୍ତି । ହେଲେ ଆଗାମୀ ଚଳଚ୍ଚିତ୍ର ଡଟପେନରେ ତାଙ୍କୁ ସାଇକୋ କିଲର ହିସାବରେ ଦେଖିବେ ଦର୍ଶକ । ଏଭଳି ବିଷୟବସ୍ତୁ ସହିତ ଏଭଳି ଫିଲ୍ମ ଓଡ଼ିଆ ନିର୍ମାଣ ଶିଳ୍ପରେ ପ୍ରଥମ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏ ଫିଲ୍ମ ଦେଖି ଦର୍ଶକ ଜ୍ୟୋତିଙ୍କୁ ଭଲପାଇବେ ଆଉ ତଳି ମାରିବେ ବୋଲି ପ୍ରଯୋଜକ କହିଛନ୍ତି । କାରଣ ଡଟ ପେନରୁ ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀରେ ଭାଇ ଭଉଣୀର ନିବିଡ ଓ ପବିତ୍ର ସମ୍ପର୍କର କଥା କହୁଛି । ଆଉ ନାୟକ ତା ଭଉଣୀ ପାଇଁ କେଉଁ ସ୍ତରକୁ ଯାଇପାରୁଛି ତାକୁ ନେଇ ସିନେମାଟି ଗତିଶୀଳ ହୋଇଥିବା ବେଳେ ପୁଣି ଓଡିଶାବାସୀଙ୍କ ହୃଦୟ ଜିତିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ମୁଁ ତୁମକୁ ହୃଦୟରୁ ଭଲ ପାଉଥିଲି, ଆମେ ବନ୍ଧୁ ହୋଇ ରହି ପାରିବାନି ?'

ଢେଙ୍କାନାଳର ସତ୍ୟ କାହାଣୀ: ତେବେ ଫିଲ୍ମର କାହାଣୀ ଜଣେ ଭାଇ, ଭଉଣୀ ଓ ଡଟ୍‌ପେନରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଜ୍ୟୋତିଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଛନ୍ତି ଦିବ୍ୟାଦିଶା ମହାନ୍ତି ଓ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଚରିତ୍ରରେ ଅଭିନୟ କରୁଛନ୍ତି ଅଙ୍କିତ କୁମାର । ଏମାନଙ୍କ ବ୍ୟତୀତ ଦୁଇ ନୂଆ ମୁହଁ ପ୍ରୀତି ବିଶ୍ବାଳ ଓ ରୋହନ୍ ଗର୍ଗକୁ ଦେଖିବାକୁ ପାଇବେ ଦର୍ଶକ । ଶ୍ରୀ ବ୍ରାଇବାଲ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ଫିଲ୍ମରେ ପ୍ରଯୋଜନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ଦାୟିତ୍ବରେ ଅଛନ୍ତି ଅଶ୍ଵିନୀ ତ୍ରିପାଠୀ । କାହାଣୀ ଲେଖିଛନ୍ତି ଡ. ଦୀପକ କୁମାର ।

ଢେଙ୍କାନାଳର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏ ଫିଲ୍ମର ଅଧିକାଂଶ ଦୃଶ୍ୟ ସୁଟିଂ କାମାକ୍ଷା ନଗରରେ ହୋଇଛି । ଭାଇ ନିଜ ଭଉଣୀ ପାଇଁ କାହିଁକି ପ୍ରତିଶୋଧ ନେଉଛି ଓ "ଡଟ୍‌ପେନ୍‌"ର ସମ୍ପର୍କ ଏହି ଦୁଇଜଣଙ୍କର କ’ଣ ଅଛି ? ଏମିତି ବହୁ ପ୍ରଶ୍ନର ଉତ୍ତର ଧୀରେ ଧୀରେ ଫିଲ୍ମରେ ମିଳିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ସୋମେଶ ଶତପଥୀ, ନିର୍ଦ୍ଦେଶକ ଓ ପ୍ରଯୋଜକ ଅଶ୍ବିନୀ ତ୍ରିପାଠୀ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ସ୍ବୟଂପ୍ରକାଶ ପାଢୀ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ ତାଙ୍କ ସହ ଅଭିନେତା ଜ୍ୟୋତି, ଅଙ୍କିତ, ରୋହନ ଗର୍ଗ, ସନ୍ତୁ, ଶକ୍ତି ବରାଳ, ପ୍ରିତି ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.