ETV Bharat / state

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ବର୍ଷିଲା ବିଜେପି

author img

By

Published : Apr 22, 2023, 9:12 PM IST

ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି କଳାହାଣ୍ଡି ଲାଞ୍ଜିଗଡରେ ଦୁଷ୍କର୍ମ ଘଟଣାରେ ମାମଲା ରୁଜୁ କରିବାକୁ କାହିଁକି ପୋଲିସକୁ 4 ଦିନ ଲାଗିଲା ? ପୋଲିସ ମାମଲାର ବିଳମ୍ବରେ ରୁଜୁ କରିବାର କାରଣ କଣ ? ଅଧିକ ପଢନ୍ତୁ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ବର୍ଷିଲା ବିଜେପି
ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ବର୍ଷିଲା ବିଜେପି
ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ବର୍ଷିଲା ବିଜେପି

ଭୁବନେଶ୍ବର: ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ନେଇ ଆଜି ପୁଣି ଥରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି ବିଜେପି । ଦଳୀୟ ମୁଖ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି କଳାହାଣ୍ଡି ଲାଞ୍ଜିଗଡରେ ଦୁଷ୍କର୍ମ ଘଟଣାରେ ମାମଲା ରୁଜୁ କରିବାକୁ କାହିଁକି ପୋଲିସକୁ 4 ଦିନ ଲାଗିଲା ? ପୋଲିସ ମାମଲାର ବିଳମ୍ବରେ ରୁଜୁ କରିବାର କାରଣ କଣ?

ଲେଖୀଶ୍ରୀ କହିଛନ୍ତି ଗତ 16 ତାରିଖ ଦିନ ଲାଞ୍ଜିଗଡ଼ ଠାରେ ତିନି ଜଣ ନାବାଳିକା ତାରିଣୀ ଉତ୍ସବ ଦେଖି ଫେରିବା ବାଟରେ ଗଣଦୁଷ୍କର୍ମର ଶୀକାର ହୋଇଥିବା ଜଣାପଡ଼ିଛି । ଦୁଷ୍କର୍ମ ଘଟଣାରେ ମାମଲା ରୁଜୁ କରିବାକୁ କାହିଁକି ପୋଲିସକୁ 4 ଦିନ ଲାଗିଲା ? ମାମଲା ରୁଜୁ କରିବା ବଦଳରେ ଅଭିଯୋଗ ନକରିବାକୁ ପୀଡ଼ିତାଙ୍କୁ ପୋଲିସ କହିଥିବା ଅଭିଯୋଗ କରିଛନ୍ତି ଲେଖାଶ୍ରୀ ।

ଲେଖାଶ୍ରୀ ଆହୁରି କହିଛନ୍ତି ଘଟଣାର 7ଦିନ ପରେ ବି ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । ଖାଲି ଲାଞ୍ଜିଗଡ଼ ନୁହେଁ କଟକରେ ବି ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଛି। ରାଜ୍ୟରେ ପୋଲିସ ପ୍ରଶାସନର କ୍ଷୟ ଘଟିଛି। ରାଜ୍ୟରେ ଅପରାଧୀ ମାନେ ପୋଲିସକୁ ଭୟ କରୁ ନାହାଁନ୍ତି। ସରକାରରେ ଥିବା ମନ୍ତ୍ରୀମାନଙ୍କ ନାଁରେ ମାମଲା ଥାଇ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଅପରାଧୀଙ୍କର ସାହସ ବଢିଛି। ରାଜ୍ୟ ସରକାରର ମନ୍ତ୍ରୀ ମାନେ ଅପରାଧୀର ରୋଲ ମଡ଼େଲ ସାଜିଛନ୍ତି । ମହିଳା ବିରୋଧୀ ଅପରାଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନାରା କୁଆଡେ ଗଲା? ରାଜ୍ୟରେ 9.2 ପ୍ରତିଶତ ଦଣ୍ଡବିଧାନ ହାର ପୋଲିସର ଅପରାଗତାକୁ ସ୍ପଷ୍ଟ କରୁଛି। ବିଜେଡ଼ି ସରକାର ମହିଳାଙ୍କ ପ୍ରତି ସମ୍ବେଦନହୀନ ଏହାର ଜବାବ ମହିଳାମାନେ ଆଗାମୀ ନିର୍ବାଚନରେ ଦେବେ।

ସେହିପରି ଦଳ ଅଭିଯୋଗ କରିଛି ପୋଲିସ ହାତରେ ଯେତେ ପ୍ରମାଣ ଲାଗିବ ତଦନ୍ତ ସୁବିଧା ହେବ ହେଲେ ଓଡ଼ିଶାରେ ପୋଲିସର ଫୋରେନସିକ ତଥ୍ୟ ପ୍ରମାଣ କରିବାରେ ଆଗ୍ରହ ନାହିଁ। ତାଙ୍କୁ ଏହି ବିଷୟରେ ଟ୍ରେନିଂ ବି ଦିଆଯାଉ ନାହିଁ। ପୋଲିସ ର ନିଷ୍କ୍ରିୟତା ଏବଂ ଇଣ୍ଟିଲିଜେନ୍ସ ଫେଲ ପାଇଁ ରାଜ୍ୟରେ ମହିଳା ମାନେ ନିର୍ଯାତନା ହେଉଛନ୍ତି।

ଅନ୍ୟପଟେ ଉତ୍ତରପ୍ରଦେଶ ଗୁଳିକାଣ୍ଡ ଘଟଣାରେ ଗୁଡ୍ଡୁ ମୁସଲିମର ଡ୍ରାଇଭର ରାଜା ଖାନ ବିଜେଡ଼ିର ବାହୁବଳୀ ବିଧାୟଙ୍କ ସହଯୋଗୀ ବୋଲି ଦଳ ସଂଗୀନ ଅଭିଯୋଗ କରିଛି । ବିଜେଡ଼ିର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହ ସଂପର୍କକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ରାଜା ଖାନ। ସ୍ଥାନୀୟ ଅଞ୍ଚଳରେ ସେମାନଙ୍କ ସଂପର୍କକୁ ନେଇ ଚର୍ଚ୍ଚା ହେଉଛି । ଗୁଡ୍ଡୁ ମୁସଲିମ ଓଡ଼ିଶାକୁ ବେପାର କରିବାକୁ ପଳେଇ ଆସିଥିଲା । ଏତେ ଦିନ ଧରି ବ୍ୟବସାୟ ଚାଲିଥିଲା ଓଡ଼ିଶା ପୋଲିସ କିମ୍ବା ଏସଟିଏଫ ଧରି ପାରିଲେନି କେମିତି। ପୁର୍ବତନ ମନ୍ତ୍ରୀଙ୍କ ଲିଙ୍କ ଥିବାରୁ ପୋଲିସ ହାତ ମାରି ନଥାଇ ପାରେ ବୋଲି ସନ୍ଦେହ ହେଉଛି ବୋଲି ଦଳ କହିଛି । ବିଜେପି କହିଛି ରାଜ୍ଯରେ ପୋଲିସ ନିଦ୍ରାରେ ଅଛି। ସେଥିପାଇଁ ଆତଙ୍କବାଦୀ ମାନେ ଓଡ଼ିଶାକୁ ସୁରକ୍ଷିତ ମନେ କରୁଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.