ETV Bharat / state

ୟୁନିଟ୍-୯ ବାଳିକା ହାଇସ୍କୁଲ ସ୍ଥାନାନ୍ତରଣ ନେଇ ଆଲୋଚନା, ବାହାରିଲାନି ସମାଧାନ

author img

By

Published : Jul 21, 2023, 7:30 AM IST

ୟୁନିଟ-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାନାନ୍ତରଣ ନେଇ ଆଲୋଚନା । ଖୁବଶୀଘ୍ର ସମସ୍ତଙ୍କ ସହମତି ଭିତ୍ତିରେ ସମାଧାନ ହେବ । ଅଧିକ ପଢନ୍ତୁ

ୟୁନିଟ୍-୯ ବାଳିକା ହାଇସ୍କୁଲ ସ୍ଥାନାନ୍ତରଣ ନେଇ ଆଲୋଚନା

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ୟୁନିଟ-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ମିଶ୍ରଣକୁ ନେଇ ସୃଷ୍ଟି ହୋଇଥିବା ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଏହି ପରିପ୍ରେକ୍ଷୀରେ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସମସ୍ତଙ୍କ ସହମତି ଭିତ୍ତିରେ ସମାଧାନର ବାଟ ବାହାରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟପଟେ ଅଭିଭାବକମାନେ କହିଛନ୍ତି ଯେ, ଆଲୋଚନାରେ ଆଶା କରାଯାଉଥିବା ସମାଧାନ ହୋଇପାରିଲା ନାହିଁ । ବିଭାଗୀୟ ଅଧିକାରୀମାନେ ସେମାନଙ୍କ ଜିଦରେ ଅଟଳ ରହିଥିବା ବେଳେ ଅଭିଭାବକ ମଧ୍ୟ ନିଜ ଜିଦ ଛାଡି ନଥିଲେ । ଯାହାଫଳରେ ସମାଧାନ ହୋଇପାରିଲା ନାହିଁ । ଅଭିଭାବକଙ୍କ କହିବା ଅନୁଯାୟୀ, ୟୁନିଟ-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରୀମାନେ ସେହି ସ୍କୁଲରେ ପାଠ ପଢିବେ । ରମାଦେବୀର ଯୁକ୍ତ ଦୁଇ ଛାତ୍ରୀମାନେ ମଧ୍ୟ ଏହି ସ୍କୁଲକୁ ପାଠ ପଢ଼ିବା ପାଇଁ ଆସନ୍ତୁ । ସେମାନଙ୍କ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ ସମସ୍ତ ବ୍ୟବସ୍ଥା କରାଯାଉ । ହେଲେ ୟୁନିଟ-୯ ସ୍କୁଲର ଛାତ୍ରୀମାନେ ବାଳକ ସ୍କୁଲକୁ ପାଠ ପଢ଼ିବାକୁ ଯିବେ ନାହିଁ ବୋଲି ରୋକ ଠୋକ୍ କହିଛନ୍ତି ଅଭିଭାବକ ।

ଏହାମଧ୍ୟ ପଢନ୍ତୁ: ୟୁନିଟ 9 ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲା ବିଜେପି ଟିମ

ଏହାମଧ୍ୟ ପଢନ୍ତୁ: ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କଡ଼ା ବିରୋଧ, ଆନ୍ଦୋଳନ ବେଳେ ବେହୋସ ହେଲେ ଏକାଧିକ ଛାତ୍ରୀ

ସୂଚନା ଅନୁଯାୟୀ, ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରୁ ଯୁକ୍ତ ଦୁଇ କଲେଜ ଅଲଗା ହୋଇ ୟୁନିଟ-୯ ବାଳିକା ହାଇସ୍କୁଲକୁ ସ୍ଥାନାନ୍ତର କରାଯିବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ୟୁନିଟ-୯ ସ୍କୁଲର ଷଷ୍ଠରୁ ଦଶମ ଶ୍ରେଣୀକୁ ୟୁନିଟ-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ସାମିଲ କରାଯିବା ନେଇ ଯୋଜନା ଚାଲିଛି । ହେଲେ ଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି । ସ୍କୁଲ ସ୍ଥାନାନ୍ତରଣ ବିରୋଧରେ ସୋମବାର ଦିନ ଛାତ୍ରୀମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ବିରୋଧ ପ୍ରଦର୍ଶନ କରିଥିଲେ । ଧାରଣାସ୍ଥଳକୁ ବିଇଓ ବିଳମ୍ବରେ ଆସିବାରୁ ତାଙ୍କୁ କିଛି ଛାତ୍ରୀ ଘେରିଥିଲେ । ତେବେ ଧାରଣା ଦେବା ବେଳେ ପାଖାପାଖି ୭ ଜଣ ଛାତ୍ରୀ ବେହୋସ୍ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.