ETV Bharat / state

ପେପରଲେସ ହେବ ଭୁବନେଶ୍ବର ଏମ୍ସ, ହସ୍ପିଟାଲ ପରିଦର୍ଶନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

author img

By

Published : Dec 5, 2022, 6:53 AM IST

ଓଡ଼ିଶା ଗସ୍ତରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର । ଭୁବନେଶ୍ବର ଏମ୍ସ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ପେପରଲେସ ହେବ ଭୁବନେଶ୍ବର ଏମ୍ସ, ହସ୍ପିଟାଲ ପରିଦର୍ଶନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ବର୍ଷ ପହିଲାରୁ ପେପରଲେସ ହସ୍ପିଟାଲ ହେବ ଭୁବନେଶ୍ଵର ଏମ୍ସ (Bhubaneswar AIIMS)। ଏନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଏମ୍ସରେ କିଭଳି ଭାବରେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ମାନଙ୍କୁ ଉଚିତ ସେବା ଯୋଗାଇ ଦିଆଯିବ ସେନେଇ ମଧ୍ୟ ପ୍ଲାନିଂ କରାଯାଉଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଭୁବନେଶ୍ଵର ଏମ୍ସ ପରିଦର୍ଶନ କରିଛନ୍ତି ।

ଭୁବନେଶ୍ବର ଏମ୍ସ ପରିଦର୍ଶନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଏବେ ଦେଶର ଏବଂ ପ୍ରତ୍ୟେକଟି ରାଜ୍ୟରେ ଏମ୍ସରେ କେଉଁ କେଉଁ ଉନ୍ନତିକରଣ କାର୍ଯ୍ୟ କରାଯିବ ତାକୁ ନେଇ ଆଲୋଚନା ମଧ୍ୟ ହେଉଛି । ରୋଗୀଙ୍କ ସହ ଆସୁଥିବା ଲୋକେ ଏଠି ସେଠି ନରହି କେଉଁଠି ପ୍ରତୀକ୍ଷାଳୟ କେତେ କରାଯାଇଛି ତାର ହିସାବ ରଖାଯାଉଛି । ପୂର୍ବ ବର୍ଷ କେନ୍ଦ୍ର ସରକାର 510 କୋଟି ଦେଇଥିଲେ, ଏହି ବର୍ଷ 635 କୋଟି କେନ୍ଦ୍ର ସରକାର ଦେଇଛନ୍ତି । ଭୁବନେଶ୍ବର ଏମ୍ସରେ ଭଲ କାର୍ଯ୍ୟ ଚାଲୁଛି । ଚିକିତ୍ସା ପାଇଁ ରୋଗୀଙ୍କୁ ଅଧିକ ଅପେକ୍ଷା କରିବାକୁ ପଡୁଛି । ପ୍ରତିଦିନ ପଖାପାଖି 10 ହଜାର ରୋଗୀ ଭୁବନେଶ୍ବର ଏମ୍ସକୁ ଚିକିତ୍ସା ପାଇଁ ଆସୁଛନ୍ତି । ଏହି ରୋଗୀମାନଙ୍କୁ ସଠିକ ସ୍ୱାସ୍ଥ୍ୟସେବା ଯୋଗାଇବା ଆମର ପ୍ରଥମ ପ୍ରାଥମିକତା ।

ଏହା ବି ପଢନ୍ତୁ- India's G-20 Presidency: କାଲି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟ ସେବା ପାଇଁ ଚଳିତ ବର୍ଷ କେନ୍ଦ୍ର ସରକାର ବଜେଟରେ ମଧ୍ୟ ଅଧିକ ଅର୍ଥ ପ୍ରଦାନ କରିଛନ୍ତି । ମେଡିକାଲ କଲେଜ ଓ ଜିଲ୍ଲା ଚିକିସ୍ୟାଳୟରୁ ଅଧିକ ରୋଗୀ ଏମ୍ସ ଭୁବନେଶ୍ୱରକୁ ରେଫର କରାଯାଉଛି । ଆଶୁ ଚିକିତ୍ସଗୁଡିକ ସେହି ଜିଲ୍ଲା ଚିକିତ୍ସାଳୟ ଗୁଡିକରେ ଚିକିତ୍ସା କରିବା ପାଇଁ ଖୁବଶୀଘ୍ର ଆଲୋଚନା କରାଯିବ । ଆଗାମୀ ବର୍ଷ ଠାରୁ ଏମ୍ସ ଭୁବନେଶ୍ୱରରେ ପେପରଲେସ ସେବା ଆରମ୍ଭ ହେବ । ବିଗତ 8 ବର୍ଷରେ ୟୁଜି ଓ ପିଜି ସିଟ ବ୍ୟାପକ ଭାବରେ ବଢିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏପଟେ ଏମ୍ସର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡ ଆଶୁତୋଷ ବିଶ୍ଵାସ କହିଛନ୍ତି ଯେ, ଓଡିଶା ଏମ୍ସରେ ମ୍ୟାନ ପାୱାର ବଢାଇବା ପାଇଁ ଚର୍ଚ୍ଚା ହୋଇଛି ।

ଓପିଡ଼ିରେ ପ୍ରତ୍ୟେକ ଦିନ 10 ରୁ 12 ହଜାର ରୋଗୀ ଆସୁଛନ୍ତି । ସେମାନଙ୍କୁ କେମିତି ସୁରୁଖୁରୁରେ ସେବା ପାଇପାରିବେ ତାକୁ ନେଇ ଆଲୋଚନା ହୋଇଛି । ଇ ହସ୍ପିଟାଲ ବା ଡିଜିଟାଇଲେଜେସନ ଜାନୁୟାରୀ ଆରମ୍ଭ ହେବା ପାଇଁ ପ୍ରସ୍ତୁତ କରାଯାଉଛି । ହସ୍ପିଟାଲ ସାରା ମାଗଣାରେ ୱାଇ ଫାଇ ସେବା ସହ ରୋଗୀଙ୍କ ସହ ଯେଉଁମାନେ ଆସୁଛନ୍ତି ସେମାନେ କେମିତି ମଧ୍ୟ ସୁବିଧା ପାଇବେ ତାକୁ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ଵାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.