-
Proposed design - #Cuttack railway station. (2/2) #NayeBharatKaNayaStation pic.twitter.com/RBU3LgphxW
— Ashwini Vaishnaw (@AshwiniVaishnaw) December 17, 2022 " class="align-text-top noRightClick twitterSection" data="
">Proposed design - #Cuttack railway station. (2/2) #NayeBharatKaNayaStation pic.twitter.com/RBU3LgphxW
— Ashwini Vaishnaw (@AshwiniVaishnaw) December 17, 2022Proposed design - #Cuttack railway station. (2/2) #NayeBharatKaNayaStation pic.twitter.com/RBU3LgphxW
— Ashwini Vaishnaw (@AshwiniVaishnaw) December 17, 2022
ଭୁବନେଶ୍ବର: କଟକ ରେଳ ଷ୍ଟେସନର ଡିଜାଇନ୍, ପ୍ରସ୍ତାବିତ ଡିଜାଇନ୍ ଉପରେ ଜନମତ ମାଗିଲେ କେନ୍ଦ୍ରମନ୍ତ୍ରୀ । ଟ୍ୱିଟରରେ କଟକ ରେଳ ଷ୍ଟେସନର ଡିଜାଇନ୍, ପ୍ରସ୍ତାବିତ ଡିଜାଇନ୍ ଉପରେ ଜନମତ ମାଗିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟରରେ କଟକ ରେଳ ଷ୍ଟେସନର ଡିଜାଇନ୍ ଅପଲୋଡ୍ କରିଛନ୍ତି । ଏହାସହ ପ୍ରସ୍ତାବିତ ଡିଜାଇନ୍ ଉପରେ ଜନମତ ମାଗିଛନ୍ତି । ଡିଜାଇନ୍ କଟକ ବାରବାଟି ଦୁର୍ଗ ସ୍ଥାପତ୍ୟର ବିଷୟବସ୍ତୁ ଉପରେ ଅନୁପ୍ରାଣିତ । ଡିଜାଇନ୍ ଥିମ୍ ଉପରେ ରେଟିଂ ଦେବାକୁ କେନ୍ଦ୍ରମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଜନସାଧାରଣଙ୍କ ମୂଲ୍ୟାୟନ ଉପରେ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଜନସାଧାରଣଙ୍କୁ ଏହି ନୂତନ ଚିନ୍ତାଧାରାକୁ ସର୍ବାଧିକ ସମର୍ଥନ ଦେବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଟ୍ବିଟର ପୃଷ୍ଠାରେ ଅନୁରୋଧ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜନମତ ଆଧାରରେ ୧୦ରୁ ୧୦ ମତାମତ ଦେଇଛନ୍ତି ୩୭%, ୧୦ରୁ ୯ ମତାମତ ଦେଇଛନ୍ତି ୨୨%, ୧୦ରୁ ୭ ମତାମତ ଦେଇଛନ୍ତି ୧୬%, ଏବଂ ୧୦ରୁ ୫ ମତାମତ ଦେଇଛନ୍ତି ୨୫% ଲୋକେ ।

ଇଟିଭି ଭାରତ, ଭୁବନେଶ୍ବର