ETV Bharat / state

ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, କନ୍ଧମାଳ ଓ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ କରିବେ ରଣନୀତି - କନ୍ଧମାଳ ଓ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ କରିବେ ରଣନୀତି

ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ୪ ଦିନର ଏହି କାର୍ଯ୍ୟକ୍ରମରେ ଦୁଇଟି ଲୋକସଭା କ୍ଷେତ୍ର କନ୍ଧମାଳ ଏବଂ ଢେଙ୍କାନାଳରେ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ଅଧିକ ପଢ଼ନ୍ତୁ

ଓଡିଶାରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ
ଓଡିଶାରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ
author img

By

Published : Jul 16, 2023, 7:58 PM IST

ଓଡିଶାରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଭୁବନେଶ୍ବର: ଭୁବନେଶ୍ବରରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହାପରେ ଦଳର ରାଜ୍ୟ କର୍ଯ୍ୟଳୟରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ । ସେଠାରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଏହାପରେ କନ୍ଧମାଳ ଅଭିମୁଖେ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ଅବସରରେ କନ୍ଧମାଳ ପରେ ବୌଦ୍ଧ ଗସ୍ତ କରିବେ । ଏହାପରେ ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ଦଳୀୟ ନେତାଙ୍କ ସହ ମାନସ ମନ୍ଥନ କରିବେ । ସେହିପରି ଅନୁଗୋଳ ଜିଲ୍ଲାର ବୁଥ୍‌, ମଣ୍ଡଳ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବେ । ତେବେ ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ବର୍ଷ କାର୍ଯ୍ୟକାଳ ଭିତରେ କଣ କରିଛନ୍ତି ଏବଂ ଗରିବ କଲ୍ୟାଣ ଯୋଜନା ପାଇଁ କଣ କରିଛନ୍ତି, ଲୋକଙ୍କ ସହ ଏ ବାବଦରେ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିବି । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ପାଇଁ ଦେଶ ଆତ୍ମନିର୍ଭର ହେବା ସହ ଆଗକୁ ମଧ୍ୟ ବଢୁଛି । ବିଶେଷ କରି ଗରିବ କଲ୍ୟାଣ ଯୋଜନା ଦ୍ବାରା ଲୋକେ ବେଶ ଉପକୃତ ହୋଇଛନ୍ତି । ଗରିବ ମାନଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ସଂକଳ୍ପବଦ୍ଧ । ୨୦୪୭ରେ ଦେଶ ଯେତେବେଳେ ସ୍ବାଧୀନତାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ସବୁ କ୍ଷେତ୍ରରେ ଆଗରେ ଥିବ ।" ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ସମୟରେ ଚେଷ୍ଟାରତ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଦେଶର ଗାଁ ଗାଁରେ ପହଞ୍ଚିଛି ବିକାଶର ଗଙ୍ଗା'

୪ ଦିନର ଏହି କାର୍ଯ୍ୟକ୍ରମରେ ଦୁଇଟି ଲୋକସଭା କ୍ଷେତ୍ର କନ୍ଧମାଳ ଏବଂ ଢେଙ୍କାନାଳରେ ଦଳୀୟ ସଙ୍ଗଠନର କିଭଳି ବିସ୍ତାର ହେବ, ସେନେଇ ବୁଥ୍‌, ମଣ୍ଡଳ ଏବଂ ଜିଲ୍ଲାସ୍ତରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ କେନ୍ଦ୍ରମନ୍ତ୍ରୀ । ପ୍ରକାଶ ଥାଉ କି, କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରର ୯ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ରଖାଯାଇଛି । କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ଘନଘନ ଓଡିଶା ଗସ୍ତରେ ଆସୁଛନ୍ତି । ଏହା ସହିତ ବିଜେପିର ପ୍ରବାସ କାର୍ଯ୍ୟକ୍ରମରେ ମଧ୍ୟ କେନ୍ଦ୍ରମନ୍ତ୍ରୀମାନେ ଦେଶର ବିଭିନ୍ନ ଲୋକସଭା କ୍ଷେତ୍ର ପରିଦର୍ଶନରେ ଯାଇ ଦଳୀୟ ସଂଗଠନ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.