ETV Bharat / state

ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାବାସୀ ଲାଭବାନ ହେବେ: ମନସୁଖ ମାଣ୍ଡଭୀୟ - ଓଡିଶାରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଏମ୍ସ ଚତୁର୍ଥ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଯୋଗଦେଇ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ପରିଚାଳନା ନେଇ ପରାମର୍ଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

union minister mansukh mandaviya
ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡବ୍ୟ
author img

By

Published : Jan 8, 2023, 7:26 AM IST

Updated : Jan 8, 2023, 8:00 AM IST

ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାବାସୀ ଲାଭବାନ ହେବେ

ଭୁବନେଶ୍ୱର: ଓଡ଼ିଶାରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ନେଇ ମତ ରଖିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ । ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଣାଇଛନ୍ତି । ଏମ୍ସ ଭୁବନେଶ୍ବର ଚତୁର୍ଥ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇ ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ତାଙ୍କ ଅଭିଭାଷଣ ପ୍ରଦାନ କରି କହିଛନ୍ତି, "ପୂର୍ବରୁ ଓଡ଼ିଶାର ସାଂସଦମାନେ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ଜଣାଇବା ପରେ ରାଜ୍ୟରେ ଆୟୁଷ୍ମାନ ଲାଗୁ କରିବା ପାଇଁ କହିଥିଲେ । ଯାହାଫଳରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଜଣାଇଛି । ରାଜ୍ୟର ଗରିବ ଲୋକ ଯେତେବେଳେ ଚିକିତ୍ସା ପାଇଁ ଏମ୍ସକୁ ଆସନ୍ତି ତେବେ ସେମାନଙ୍କୁ ଆୟୁଷ୍ମାନ ଯୋଜନାର ଲାଭ ମିଳିବ । ଯେଉଁ ଓଡ଼ିଆ ପ୍ରବାସୀ ରାଜ୍ୟ ବାହାରେ ରହୁଛନ୍ତି ସେମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁବିଧା ସୁଯୋଗ ଦେବା ଲାଗି ଆୟୁଷ୍ମାନ ଯୋଜନା ଲାଗୁ କରାଯାଉ ।" ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଖୁବ ଶୀଘ୍ର ଲାଗୁ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ କେନ୍ଦ୍ର ମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ: Hockey World Cup: ବାରବାଟୀରେ ଉଦଘାଟନୀ ଉତ୍ସବ, ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନ (ପିଏମ୍‌-ଆଭିମ୍‌) ଯୋଜନା ଅନ୍ତର୍ଗତ ଦେଢ଼ଶହ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍‌ର ବ୍ୟୟ ଅଟକଳ ପ୍ରାୟ ୧୯୨ କୋଟି ରଖାଯାଇଛି । କୋଭିଡ୍‌ ମହାମାରୀ ପରେ ସଂକ୍ରମଣ ଜନିତ ରୋଗ ନିମନ୍ତେ ଏପରି କ୍ରିଟିକାଲ୍‌ କେୟାର୍‌ ହସ୍‌ପିଟାଲ ଲୋକଙ୍କ ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ । ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏମ୍ସ ଭୁବନେଶ୍ବର ଓ ଆଇଟିଆଇ ଭୁବନେଶ୍ବର ମିଳିତ ଭାବେ ଡୁଆଲ ଡିଗ୍ରୀ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: AIIMS BBSR 4th Convocation: ଯୋଗଦେଲେ 3କେନ୍ଦ୍ରମନ୍ତ୍ରୀ, ମାଣ୍ଡବ୍ୟ କହିଲେ ସାକାର ହୋଇଛି ବାଜପେୟୀଙ୍କ ସ୍ୱପ୍ନ

ସେ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଜାତିସଂଘ 2023କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଛି । ଏଥିରେ ଏମ୍ସ ପଛରେ ନରହି ହାଣ୍ଡବୁକ ଅଫ ମିଲେଟ ଅନ ହେଲଥ ବେନିଫିଟ୍ସ ଆଣ୍ଡ ଡିଜିଜ ପ୍ରସ୍ତୁତ କରିବା ପ୍ରଶଂସନୀୟ ବୋଲି କହିଛନ୍ତି । ସେହିଭଳି ସମାବର୍ତ୍ତନ ଉତ୍ସବରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର ମଧ୍ୟ ଯୋଗଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 8, 2023, 8:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.