ETV Bharat / state

ଯେତେ ବି ପ୍ରଭାବଶାଳୀ ହୁଅନ୍ତୁ, ଗରିବଙ୍କ ଟଙ୍କା ଯିଏ ଲୁଟିଛି ତାକୁ ଜେଲ୍‌ ପଠାଯିବ: ଧର୍ମେନ୍ଦ୍ର ପ୍ରଧାନ - ଓଡ଼ିଶାରେ ଆଇଟି ରେଡ୍‌

Dharmendra Pradhan on I-T Raid: ଓଡ଼ିଶାରେ ଏକାଧିକ ସ୍ଥାନରୁ ମଦ ଭାଟି ଓ ଦୋକାନରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣାରେ କଂଗ୍ରେସକୁ ପୁଣି ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଯେତେ ବି ପ୍ରଭାବଶାଳୀ ହୁଅନ୍ତୁ, ଗରିବଙ୍କ ଟଙ୍କା ଯିଏ ଲୁଟିଛି ତାକୁ ଜେଲ୍‌ ପଠାଯିବ । ଅଧିକ ପଢ଼ନ୍ତୁ

ଆଇଟି ରେଡ୍‌ ଘଟଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା
Dharmendra Pradhan on IT Raid
author img

By ETV Bharat Odisha Team

Published : Dec 10, 2023, 6:25 PM IST

Dharmendra Pradhan on IT Raid

ଭୁବନେଶ୍ବର: ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ପରିବାର ସହ ଜଡିତ ଓଡ଼ିଶାର ଏକାଧିକ ମଦ ଭାଟି ଓ ଦୋକାନରୁ ଶହ ଶହ କୋଟି ଟଙ୍କା ଜବତ ହେବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପ୍ରସଙ୍ଗରେ ଏବେ ଜାତୀୟ ରାଜନୀତି ମଧ୍ୟ ବେଶ ସରଗରମ ହୋଇଛି । ବାରମ୍ବାର ଏହି ପ୍ରସଙ୍ଗରେ ବିଜେପିର କେନ୍ଦ୍ରୀୟ ଶୀର୍ଷ ନେତୃତ୍ବ କଂଗ୍ରେସକୁ ଟାର୍ଗେଟ୍‌ କରୁଛନ୍ତି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବାରମ୍ବାର କଂଗ୍ରେସକୁ ଟାର୍ଗେଟ କରିବା ଜାରି ରଖିଛନ୍ତି । ଯେତେ ବି ପ୍ରଭାବଶାଳୀ ହୁଅନ୍ତୁ, ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯିଏ ଲୁଟିଛି ତାକୁ ଜେଲ ପଠାଯିବ ବୋଲି କହି ଆଜି ପୁଣିଥରେ କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ନରେନ୍ଦ୍ର ମୋଦିଙ୍କର ଶାସନ ବ୍ୟବସ୍ଥାକୁ ସାରା ଭାରତରେ ଲୋକେ ପସନ୍ଦ କରୁଛନ୍ତି । ଯେଉଁମାନେ ଏହି ଘଟଣାରେ ସଂଶ୍ଳିଷ୍ଟ ଅଛନ୍ତି, ମୋଦି ସରକାର କାହାକୁ ମଧ୍ୟ ଛାଡିବ ନାହିଁ । ଯେତେ ବି ପ୍ରଭାବଶାଳୀ ଲୋକ ହୁଅନ୍ତୁ, ଗରିବ ଓଡିଶାବାସୀଙ୍କ ଟଙ୍କାକୁ ଯେଉଁମାନେ ଲୁଟୁଛନ୍ତି, ତାଙ୍କୁ ଜେଲ୍‌କୁ ନିଶ୍ଚୟ ପଠାଯିବ । ସେ କେହି ବି ହେଇଥାଆନ୍ତୁ । ଯେଉଁ ବନ୍ଧୁମାନଙ୍କ ନାଁ ଆସୁଛି, ଏହା କଂଗ୍ରେସର ଜଣେ ବରିଷ୍ଠ ରାଜ୍ୟସଭା ସଦସ୍ୟଙ୍କ ପରିବାରର କମ୍ପାନୀ । ନିରନ୍ତର ଭାବେ ସେ ଓଡିଶାରେ ବ୍ୟବସାୟ କରି ଆସୁଥିଲେ । ତେଣୁ ଯେଉଁମାନଙ୍କୁ ଉତ୍ତର ଦେବାକୁ ପଡ଼ିବ, ସେମାନେ ମୁହଁରେ ତୁଣ୍ଡି ନବାନ୍ଧି ଉତ୍ତର ଦେବାକୁ ବାଧ୍ୟ ହେବେ, ଏହା ଲୋକଙ୍କ ଅପେକ୍ଷା ।"

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଆରମ୍ଭ ହେଲା ଟଙ୍କା ଗଣତି, ଆଜି ସନ୍ଧ୍ୟା ସୁଦ୍ଧା ସରିବ

ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ନିଜ 'ଏକ୍ସ' ହ୍ୟାଣ୍ଡେଲ୍‌ରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି, "ବନ୍ଧୁ, ତୁମକୁ ଓ ତୁମ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଜବାବ ଦେବାକୁ ପଡ଼ିବ । ଏହା ହେଉଛି ନୂଆ ଭାରତ । ଏଠାରେ ରାଜପରିବାର ନାଁରେ ଲୋକଙ୍କୁ ଶୋଷଣ କରିବାକୁ ଦିଆଯିବ ନାହିଁ । ଦୌଡ଼ି ଦୌଡ଼ି ଥକିଯିବ, କିନ୍ତୁ ଆଇନ ତୁମକୁ ଛାଡ଼ିବ ନାହିଁ ।" ନଡ୍ଡା ଆହୁରି ଲେଖିଛନ୍ତି, "ଯଦି କଂଗ୍ରେସ ଦୁର୍ନୀତିର ଗ୍ୟାରେଣ୍ଟି, ତେବେ ମୋଦିଜୀ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନର ଗ୍ୟାରେଣ୍ଟି । ଜନତାଙ୍କ ଠାରୁ ଯେତିକି ଲୁଟିଛ ସବୁ ଫେରାଇବାକୁ ପଡ଼ିବ ।" ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ କଂଗ୍ରେସକୁ ଟାର୍ଗେଟ କରିଥିଲେ ।

ପ୍ରକାଶଯୋଗ୍ୟ, ଆଜି ଆଇଟି ରେଡ୍‌ର ପଞ୍ଚମ ଦିନ । ଆଇଟି ବିଭାଗର ଅଧିକାରୀମାନେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ମଧ୍ୟ ରେଡ୍‌ ଜାରି ରଖିଛନ୍ତି । ବଲାଙ୍ଗୀର ସହର ମଧ୍ୟରେ ରାଜେଶ ସାହୁ, ଭୋଳା ସାହୁ ଓ ବଣ୍ଟି ସାହୁର ମଦ ଭାଟିରେ ଚଢ଼ାଉ ଜାରି ରହିଛି । ସମାନ ଭାବରେ ଟିଟିଲାଗଡରେ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘର ତଥା ମଦ ଭାଟିରେ ମଧ୍ୟ ଚଢ଼ାଉ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.