ETV Bharat / state

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ - କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ସୁସ୍ଥ

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କର ବାସଭବନରେ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ । ଅଧିକ ପଢନ୍ତୁ

କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Sep 24, 2023, 8:23 AM IST

Updated : Sep 24, 2023, 2:01 PM IST

କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ପ୍ରଣବ ପଟ୍ଟନାୟକଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କଣ୍ଠଶିଳ୍ପୀଙ୍କ ସହ ବେଶ କିଛି ସମୟ କଥା ହୋଇଥିଲେ । ଅନେକ ଅନୁଭୂତି ବାଣ୍ଟିଥିଲେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ଜୀବନର କାମନା କରିଥିଲେ । ଏନେଇ ସେ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଅସୁସ୍ଥତା ଯୋଗୁଁ ପ୍ରଣବ ପଟ୍ଟନାୟକ କିଛି ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ଜଣେ ସୁନାମଧନ୍ୟ ପ୍ରଖ୍ୟାତ କଣ୍ଠଶିଳ୍ପୀ ହେଉଛନ୍ତି ପ୍ରଣବ ପଟ୍ଟନାୟକ । କିଛି ଦିନ ତଳେ ସେ ଅସୁସ୍ଥ ହୋଇପଡିଥିଲେ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଠିଶିଳ୍ପୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ପ୍ରଣବ ପଟ୍ଟନାୟକଙ୍କୁ ହସ୍ପିଟାଲରେ ସାକ୍ଷାତ କରିଥିଲେ । ଏଥିସହ ୧ ଲକ୍ଷ ଟଙ୍କାର ଏକ ଚେକ୍ ସହାୟତା ପ୍ରଦାନ କରିଥିଲେ । କିଛି ଦିନ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ରୋଗଶଯ୍ୟାରୁ ଉଠିବା ପରେ ସେ 'ଏଇ ଜୀବନଟା ଏକ ନାଟକ ତାର କଳଙ୍କିତ ମୁଁ ନାୟକ' ଗୀତ ଗାଇ ସୁସ୍ଥ ହୋଇ ବୋଲି ନିଜର ପ୍ରଶଂସକଙ୍କୁ ବାର୍ତ୍ତା ଦେଇଥିଲେ । ତାଙ୍କର ଅସୁସ୍ଥତା ଖବର ପ୍ରଘଟ ପରେ ସାରା ଓଡ଼ିଶାବାସୀ ତାଙ୍କର ସୁସ୍ଥତା କାମନା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ସୁସ୍ଥ ହେଲା ପରେ ଗୀତ ଗାଇଲେ ପ୍ରଣବ ପଟ୍ଟନାୟକ

ଓଡ଼ିଆ ସଙ୍ଗୀତକାର ଓ ଗାୟକ ପ୍ରଣବ ଶ୍ରୀଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୁର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଇତ୍ୟାଦି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି । ୧୯୯୨ ମସିହାରେ ପ୍ରଣବଙ୍କ ପ୍ରଥ ଗଜଲ ଆଲବମ ଶବ-ଏ-ଗଜଲ ମୁକ୍ତିଲାଭ କରିଥିଲା । ୧୯୫୮ ମସିହାରେ ଭୁବନେଶ୍ବର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ମା'ରେ ସେ ପ୍ରଥମ ଥର ଗାଇବାର ସୁଯୋଗ ପାଇଥିଲେ । ଦେଶ ବିଦେଶରେ ମଧ୍ୟ ସଙ୍ଗୀତ ପରିବେଷଣ କରି ସୁନାମ ଅର୍ଜନ କରିଛନ୍ତି ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 24, 2023, 2:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.