ETV Bharat / state

ଆରମ୍ଭ ହେଲା STARS ସମୀକ୍ଷା, ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ

ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ଲାଗି ରାଜଧାନୀରେ ଆୟୋଜିତ ହୋଇଛି ୨ ଦିନିଆ ଷ୍ଟାର୍ସ (STARS)ର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ବୈଠକ । ୬ଟି ରାଜ୍ୟରେ ଏହି ଷ୍ଟାର୍ସ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗଦେଇଛନ୍ତି । ଅଧିକ ପଢନ୍ତୁ

STARS
STARS
author img

By

Published : Feb 16, 2023, 5:40 PM IST

ଆରମ୍ଭ ହେଲା STARS ସମୀକ୍ଷା

ଭୁବନେଶ୍ବର: ରାଜଧାନୀରେ ଥିବା ସ୍କୁଲ ଶିକ୍ଷାର ବିକାଶ ପାଇଁ ୨ ଦିନିଆ ଷ୍ଟାର୍ସ (STARS)ର ମଧ୍ୟବର୍ତ୍ତୀକାଳୀନ ସମୀକ୍ଷା ଆରମ୍ଭ ହୋଇଛି। ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶା ସମେତ ୬ଟି ରାଜ୍ୟର ଶିକ୍ଷା ସଚିବ ଏହି କାର୍ଯ୍ୟକ୍ରମ ଦେଇଛନ୍ତି । ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ରାଜଧାନୀରେ ପ୍ରଥମ କରି ଏଭଳି ବୈଠକ ଅନୁଷ୍ଠିତ ହୋଇଛି ।

ଗୁରୁବାରଠାରୁ ସ୍କୁଲ ଶିକ୍ଷାର ବିକାଶ ପାଇଁ ଦୁଇଦିନିଆ ଷ୍ଟାର୍ସର ସମୀକ୍ଷା କରାଯାଇଛି। ଦୁଇ ଦିନ ଧରି ସମଗ୍ର ଶିକ୍ଷା ଏବଂ ସ୍କୁଲ ଶିକ୍ଷାର ଯୋଜନା ଉପରେ ହୋଇଛି ଆଲୋଚନା । ରାଜଧାନୀ ଭୁବନେଶ୍ବରରେ ଏଭଳି ବୈଠକ ପ୍ରଥମ ଥର ପାଇଁ ହୋଇଛି। ସ୍କୁଲ ଶିକ୍ଷାକୁ ମଜବୁତ କରିବା, ସମାଜର ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ଏବଂ ଶିକ୍ଷକଙ୍କୁ ଉତ୍ତମ ତାଲିମ ପ୍ରଦାନ କରିବା ଦିଗରେ ହୋଇଛି ଆଲୋଚନା । ଏହି ଷ୍ଟାର୍ସ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ୬ଟି ରାଜ୍ୟ ଯଥା ଓଡ଼ିଶା, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଏବଂ ହିମାଚଳ ପ୍ରଦେଶର ଶିକ୍ଷା ସଚିବମାନେ ଏହି ବୈଠକରେ ଯୋଗ ଦେଇଛନ୍ତି।

ଏହା ବି ପଢନ୍ତୁ- Krushi Odisha 2023: କୃଷି ଯାନ୍ତ୍ରିକୀକରଣ, ରୋଜଗାର ବୃଦ୍ଧି ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ସ୍କୁଲ ଶିକ୍ଷା ନେଇ ଥିବା ରାଜ୍ୟଗୁଡିକର ବାର୍ଷିକ ଯୋଜନା, ବଜେଟ, ସମଗ୍ର ଶିକ୍ଷା ଉପରେ ଚର୍ଚ୍ଚା ସହ ରାଜ୍ୟଗୁଡିକଠାରୁ ବିଭିନ୍ନ ପରାମର୍ଶ ନିଆଯିବ। ଭୁବନେଶ୍ବରରେ ଏଭଳି ବୈଠକ ପ୍ରଥମ ଥର ପାଇଁ ହେବାକୁ ଯାଉଛି, ଯାହା ବର୍ତ୍ତମାନ ସମୟରେ ଗୁରୁତ୍ବପୂର୍ଣ୍ଣ ବହନ କରୁଛି । ସୂଚନା ଥାଉ କି ଷ୍ଟାର୍ସ ପ୍ରକଳ୍ପକୁ କ୍ରିୟାନ୍ବୟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୨୦୨୦ରେ କ୍ୟାବିନେଟରେ ଅନୁମୋଦନ ଦେଇଥିଲେ । ଏହି ପ୍ରକଳ୍ପ ଉନ୍ନତ ମାନବ ସମ୍ବଳ ପ୍ରସ୍ତୁତ କରିବା ପାଇଁ ଉତ୍ତମ ଉନ୍ନତ ଶିକ୍ଷା ପରିଣାମ ଓ ସ୍କୁଲ ଦ୍ବାରା ପ୍ରସ୍ତୁତ ରଣନୀତି ସହ କାର୍ଯ୍ୟ କରିବା ପାଇଁ ବିଭିନ୍ନ ଉପକ୍ରମ ବିକଶିତ କରିବା ସହ ତାହାକୁ ଲାଗୁ କରିବା, ଆକଳନ କରିବା ଓ ସଂସ୍କାର ଆଣିବା ପାଇଁ ରାଜ୍ୟଗୁଡିକୁ ସହାୟତା କରିବ।

ଗୁଣବତ୍ତା ଆଧାରିତ ଶିକ୍ଷା ପରିଣାମ ହାସଲ କରିବା ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଥିବା ଉଦ୍ଦେଶ୍ୟ ସହିତ ଷ୍ଟାର୍ସ ପ୍ରକଳ୍ପର ଯୋଜନା ଗୁଡିକ ଯୋଡ଼ି ହୋଇଛି । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, " ରାଷ୍ଟ୍ରୀୟ ନୂତନ ଶିକ୍ଷ୍ୟା ନୀତିକୁ କ୍ରିୟାଶୀଳ କରିବାରେ ଷ୍ଟାର୍ସର ଭୂମିକା ଗୁରୁତ୍ବପୂର୍ଣ୍ଣ। ଏହି ଅଭିଯାନ ସହ ୬ଟି ରାଜ୍ୟରେ ପାଖାପାଖି ୫କୋଟି ଟଙ୍କା ବ୍ୟୟ ବରାଦ କରି ଗୋଟିଏ ସେଣ୍ଟ୍ରାଲ ସ୍ପନସର୍ ସ୍କିମ ଚାଲିଛି। ଏଥିରେ ବିଶ୍ବ ବ୍ୟାଙ୍କର ସହାୟତା ରହିଛି। ୬୫% ବିଶ୍ବ ବ୍ୟାଙ୍କ ଓ ୩୫% ୬ଟି ରାଜ୍ୟର ସହଯୋଗ ରହିଛି। ମୋଟାମୋଟି ଭାବରେ ଏହା ଦ୍ଵାରା ଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧି ହେଉ। ଏହା ହେଉଛି ଷ୍ଟାର୍ସର ଲକ୍ଷ୍ୟ । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.