ETV Bharat / state

ଭୁବନେଶ୍ବରରେ ବିଜେପିର ବିଶାଳ ତ୍ରିରଙ୍ଗା ଯାତ୍ରା, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

author img

By

Published : Aug 14, 2023, 5:44 PM IST

ବିଜେପି ପକ୍ଷରୁ ଭୁବନେଶ୍ବରରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜନସାଧାରଣଙ୍କ ସହ ପଦଯାତ୍ରା କରିଥିଲେ । ଅଧିକ ପଢ଼ନ୍ତୁ

ଭୁବନେଶ୍ବରରେ ବିଜେପିର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ବର: ରାତି ପାହିଲେ ସାରା ଦେଶ ପାଳିବ ୭୭ତମ ସ୍ବାଧିନତା ଦିବସ । ଏଥିପାଇଁ ପଲ୍ଲୀରୁ ଦିଲ୍ଲୀ ଉତ୍ସବମୁଖର । ତେବେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘରେ ଘରେ ଜାତୀୟ ପତାକା ଉଡ଼ାଇ ହର ଘର ତ୍ରିରଙ୍ଗା ଅଭିଯାନ ପାଳିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ରାଜଧାନୀରେ ତ୍ରିରଙ୍ଗା ଶୋଭଯାତ୍ରା ଆୟୋଜନ ହୋଇଛି । ଏହି ଶୋଭାଯାତ୍ରାରେ ପ୍ରାୟ ଏକ କିଲୋମିଟରର ଜାତୀୟ ପତାକା ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ । ପ୍ରଧାନମନ୍ତ୍ରୀଙ୍କ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ଆହ୍ବାନ ଦେଇଛି ରାଜ୍ୟ ବିଜେପି ।

ତେବେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଲିଙ୍ଗରାଜ ମନ୍ଦିର ନିକଟରୁ ଶିଶୁ ଭବନ ଛକ ଦେଇ ରାଜମହଲ ପରେ ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚିଥିଲା । ଏହି ଶୋଭାଯାତ୍ରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଆସନ୍ତାକାଲି ଦେଶ ସ୍ବାଧୀନତାକୁ ୭୬ ବର୍ଷ ପୂର୍ତ୍ତି ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ପାଇଁ ଅପିଲ କରିଥିଲେ । ଆଜି ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ଏହି ଶୋଭଯାତ୍ରା ଦେଶର ସ୍ବାଧୀନତା ଦିବସକୁ ଲକ୍ଷ କରି ରଖାଯାଇଥିଲା । ଭାରତ ଏକ, ଭାରତୀୟଙ୍କ ମନରେ ଦେଶ ପ୍ରେମ ସବୁଦିନ ରହିଛି, ତାକୁ କେବଳ ଉଜାଗର କରିବା ଲକ୍ଷ୍ୟରେ ଏହି ଶୋଭଯାତ୍ରା କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Har Ghar Tiranga: ଭବାନୀପାଟଣାରେ CRPF ଯବାନଙ୍କ ତ୍ରିରଙ୍ଗା ଶୋଭାଯାତ୍ରା

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଜଗନ୍ନାଥ ପ୍ରଧାନଙ୍କ ସମେତ ବିଜେପିର ଅନେକ କର୍ମୀ ଓ ସାଧାରଣ ଲୋକେ ସାମିଲ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଏହି ରାଲିରେ ଲୋକମାନଙ୍କ ସହିତ ପଦଯାତ୍ରାରେ ମାଉସୀ ମା' ଛକ ପର୍ଯ୍ୟନ୍ତ ଆସିଥିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସ କହିଛନ୍ତି, "୧୯୪୭ରେ କଂଗ୍ରେସ ଯାହା କଲା, ତାକୁ କ୍ଷମା କରାଯାଇପାରିବନି । ଏହାର ଜବାବ କଂଗ୍ରେସକୁ ଦେବାକୁ ପଡିବ । ଜିନ୍ନାଙ୍କ ପ୍ରସ୍ତାବକୁ ନେହେରୁ କାହିଁକି ମାନିଲେ, ଏହା ଏବେ ପ୍ରଶ୍ନ । ୧୪୦ କୋଟି ଲୋକଙ୍କୁ ଜବାବ ଦେଉ କଂଗ୍ରେସ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.