ETV Bharat / state

ଭୁଲିଯିବା ଉଚିତ ନୁହେଁ ପଦ୍ମପୁରରେ ଆମେ 78ହଜାର ଭୋଟ ପାଇଛୁ: ଧର୍ମେନ୍ଦ୍ର ପ୍ରଧାନ

author img

By

Published : Dec 10, 2022, 8:21 PM IST

ପଦ୍ମପୁର ଉପ ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଜାରି କରିଥିବା ଭିଡିଓ ବାର୍ତ୍ତାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) । ଧର୍ମେନ୍ଦ୍ର କହିଛନ୍ତି ଯିଏ ଜିତେ ସ୍ୱାଭାବିକ ଭାବେ ତାଙ୍କ ମନ ଖୁସି ହୁଏ । ଅଧିକ ପଢନ୍ତୁ

ଭୁଲିଯିବା ଉଚିତ ନୁହେଁ ପଦ୍ମପୁରରେ ଆମେ 78 ହଜାର ଭୋଟ  ପାଇଛୁ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ପଦ୍ମପୁର ଉପ ନିର୍ବାଚନ ଫଳାଫଳ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief minister Naveen Patnaik) ଜାରି କରିଥିବା ଭିଡିଓ ବାର୍ତ୍ତାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan) । ଧର୍ମେନ୍ଦ୍ର କହିଛନ୍ତି ଯିଏ ଜିତେ ସ୍ୱାଭାବିକ ଭାବେ ତାଙ୍କ ମନ ଖୁସି ହୁଏ । ବିଜୟକୁ ନେଇ ବଢେଇ ଚଢେଇ କହିବା ସ୍ୱାଭାବିକ । ଯେଉଁମାନେ ବି ଏଭଳି ମନ୍ତବ୍ୟ ଦେଛନ୍ତି ଭୁଲିବା ଉଚିତ ନୁହେଁ ଯେ ଭାରତୀୟ ଜନତା ପାର୍ଟି ପଦ୍ମପୁରରେ ୭୮ ହଜାର ଭୋଟ ପାଇଛି । ତା’ ଭିତରେ କ’ଣ ମହିଳା ଭୋଟର ନାହାନ୍ତି କି ? ଯାହାର ସଂସ୍କାର ଯେମିତି, ସେ ସେମିତି ଦମ୍ଭ ଦେଖାଇବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏହାବି ପଢନ୍ତୁୃ- ହଟିଲା ସସପେନ୍ସ ! ସୁଖବିନ୍ଦର ସିଂ ସୁଖୁ ହେବେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ‘‘ଦେଶରେ ଆଜି ମହିଳା ସଶକ୍ତିକରଣର ବିଶ୍ୱସନୀୟ ବ୍ୟକ୍ତି ହେଲେ ନରେନ୍ଦ୍ର ମୋଦି। ଗତ ୩ ବର୍ଷରେ ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାରର ବଢିଛି। ବିଧାନସଭାରେ ସରକାରୀ ଦଳ ପକ୍ଷରୁ ଏହି ବିବୃତ୍ତି ଆସିଛି । ଏହା ଓଡିଶାର ମହିଳାମାନଙ୍କ ସ୍ଥିତି ସଂପର୍କରେ ଅବଗତ କରାଉଛି ।’’ ଦେଶରେ ଶୌଚାଳୟ ନିର୍ମାଣ କରିବା ଘର ତିଆରି କରିବା, ବିଜୁଳି ସଂଯୋଗ ଓ ଗ୍ୟାସ ସଂଯୋଗ ଦେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଓଡିଶାର ଗରିବ ଲୋକଙ୍କୁ ଘର ଦେବାକୁ ସଶକ୍ତିକରଣ କରିବାକୁ ଭାରତ ସରକାର ଦେଉଥିବା ପଇସାକୁ ଠିକ ବିନିଯୋଗ କରାଯାଉ ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।

ଏହାବି ପଢନ୍ତୁ- ବିଧାୟକ ଦଳ ନେତା ହେଲେ ଭୂପେନ୍ଦ୍ର ପଟେଲ, ସୋମବାର ଶପଥ ପାଠ

ସେହିପରି ଆଗାମୀ 2024 ସାଧାରଣ ନିର୍ବାଚନ ସମ୍ପର୍କର ମନ୍ତବ୍ୟ ଦେଇ ଧର୍ମେନ୍ଦ୍ର କହିଛନ୍ତି ମୁଁ ତ ଶୁଣୁଛି ଏଠି କୁଆଡେ ଟିକେ ଆଗରୁ ନିର୍ବାଚନ ହୋଇଯିବ। ନିର୍ବାଚନ ବହୁତ ଦିନ ଅଛି । ୮ ମାସ ହେଉ କି ୧୫ ମାସ ହେଉ ନିର୍ବାଚନ ବେଳେ ବହୁତ କଥା ଘଟିବ । ବହୁତ ପାଣି ମହାନଦୀ, ବ୍ରାହ୍ମଣୀ ଓ ଋଷିକୂଲ୍ୟା ପ୍ରବାହିତ ହେବ । ୨୦୧୯ ନିର୍ବାଚନରେ ବି ବିଜେଡି ବିରୋଧରେ ଲଢିଥିଲୁ। ପ୍ରମୁଖ ବିରୋଧୀ ଦଳର ମାନ୍ୟତା ରାଜ୍ୟବାସୀ ଦେଇଛନ୍ତି । ଆମେ ଆମ ଏଜେଣ୍ଡା ନେଇ ଲଢୁଛୁ। ସବୁ ଦଳର ଅଧିକାର ନିଜ ନିଜ ରଣନୀତି ଅନୁସାରେ ଲଢିବେ । ମୋର ବିଶ୍ୱାସ ରାଜ୍ୟର ବିକାଶ ପାଇଁ ଓଡିଆ ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଅଧିକ ବିଶ୍ୱାସ କରୁଛନ୍ତି, ଆଗକୁ ବି କରିବେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.