ETV Bharat / state

ରୋଜଗାର ମେଳା: ୩୪୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଧର୍ମେନ୍ଦ୍ର ପ୍ରଧାନ - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ଭୁବନେଶ୍ବର ରେଲୱେ ଅଡିଟୋରିୟମଠାରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ତଥା ଅନ୍ୟାନ୍ୟ ରାଜ୍ୟର ୩୪୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢ଼ନ୍ତୁ

୩୪୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Aug 28, 2023, 9:58 PM IST

Updated : Aug 29, 2023, 9:02 AM IST

୩୪୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଜି ୫୧ ହଜାରରୁ ଅଧିକ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ସରକାରଙ୍କ ରୋଜଗାର ମେଳାର ଅଷ୍ଟମ ସଂସ୍କରଣରେ ନବନିଯୁକ୍ତ ପ୍ରାର୍ଥୀଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଦେଇଛନ୍ତି ନିଯୁକ୍ତି ପତ୍ର । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ରୋଜଗାର ମେଳା ଆୟୋଜିତ ହୋଇଥିବାବେଳେ ଏଠାରେ ବିଭିନ୍ନ ରାଜ୍ୟରୁ ୩୪୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ଵର ରେଲୱେ ଅଡିଟୋରିୟମଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି ରୋଜଗାର ମେଳା କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ, ସୀମା ସୁରକ୍ଷା ବଳ, ସଶସ୍ତ୍ର ସୀମା ବଳ, ଏସ୍‌ଏସ୍‌ବି, ଆସାମ ରାଇଫଲ୍ସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବା ସିଆଇଏସ୍‌ଏଫ୍, ଇଣ୍ଡୋ ତିବ୍ଦତ ସୀମା ପୋଲିସ ବା ଆଇଟିବିପି ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନ୍‌ସିବି ଏବଂ ଦିଲ୍ଲୀ ପୋଲିସରେ ଯବାନମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସାରା ଦେଶରୁ ମନୋନୀତ ହୋଇଥିବା ନୂତନ ନିଯୁକ୍ତ କର୍ମଚାରୀ ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କନଷ୍ଟେବଳ, ସବ୍‌-ଇନ୍ସପେକ୍ଟର ଏବଂ ଅଣ-ଜେନେରାଲ ଡ୍ୟୁଟି କ୍ୟାଡର ପଦବୀରେ ଯୋଗଦେବେ ।

ଏହା ମଧ୍ୟ ପଢ଼ନ୍ତୁ...Rozgar Mela: ବମ୍ପର ନିଯୁକ୍ତି, ଦିନକରେ 51 ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଆଜି ଆମ ଦେଶ ନୂଆ ଉଚ୍ଚତାକୁ ଯାଉଛି । ବିଶ୍ବରେ ମହାକାଶ କ୍ଷେତ୍ରରେ ଇତିହାସ ରଚୁଛି । ଚନ୍ଦ୍ରାୟନର ସଫଳ ଉତ୍‌କ୍ଷେପଣ ଓ ଅବତରଣକୁ ସମଗ୍ର ବିଶ୍ବ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଉଛି । ବିଶେଷ ଭାବରେ ଏହି ଅଭିଯାନରେ ଓଡ଼ିଆ ବୈଜ୍ଞାନିକ, ଟେକ୍ନିସିଆନ ଓ ଅନ୍ୟ କର୍ମଚାରୀଙ୍କ ଯୋଗଦାନ ଆମ ସମସ୍ତଙ୍କୁ ଗର୍ବିତ କରିଛି । ଭାରତ ସରକାରଙ୍କ ସିଟିଟିସି, ଭୁବନେଶ୍ବର ଚନ୍ଦ୍ରାୟନ-୩ ପାଇଁ ଉପକରଣ ଯୋଗାଇବା ଖୁସିର ବିଷୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଭାରତବର୍ଷରେ ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇ ନୂଆ ନୂଆ ଅଭିନବ ପଦକ୍ଷେପମାନ ନିଆଯାଉଛି । ଜାତୀୟ ପାଠ୍ୟକ୍ରମ ରୂପରେଖ ବା ଏନ୍‌ସିଏଫ୍‌ରେ କାର୍ଯ୍ୟର ଅନୁଭବକୁ କ୍ରେଡିଟରେ ରୂପାନ୍ତର କରିବା ପାଇଁ ଯୋଜନା ହୋଇଛି । ଏହା ନୂଆ ଶିକ୍ଷା ନୀତିରେ ଏକ ବଡ଼ ପଦକ୍ଷେପ । ସାମ୍ପ୍ରତିକ ସମୟରେ ଯୁବକ ଯୁବତୀମାନଙ୍କୁ ନିଜ କ୍ୟାରିୟରରେ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍-ସ୍କିଲିଂ କରିବାକୁ ପଡିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 29, 2023, 9:02 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.