ETV Bharat / state

JNU Convocation 2023: ଚର୍ଚ୍ଚାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ - ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି (ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ) ର ସମାବର୍ତ୍ତନ ଉତ୍ସବରେ କହିଛନ୍ତି ‘‘ସେତେବେଳେ କଳିଙ୍ଗରେ ରାଜା କେହି ନଥିଲେ । ଜନପ୍ରତିନିଧିଙ୍କ ସମୂହ ବସି ସମସ୍ତ ନିର୍ଣ୍ଣୟ ନେଉଥିଲେ । ଯୁଦ୍ଧରେ ଲକ୍ଷେ ଓଡିଆଙ୍କ ଜୀବନ ଯାଇଥିଲା । ଓଡିଆ ଭାବରେ ଏହି ଯୁଦ୍ଧରେ ଓଡିଆ ଜାତିର ପରାଜୟ ନୁହେଁ ବିଜୟର ଅଦମ୍ୟ ସାହାସକୁ ଦୁନିଆଁ ଅନୁଭବ କରିଛି । 22 ଶହ ବର୍ଷ ପୂର୍ବ କଳିଙ୍ଗଯୁଦ୍ଧ ପ୍ରଶାସନିକ ଢାଞ୍ଚା, ନିର୍ଣ୍ଣୟ ପ୍ରକ୍ରିୟା ନିଶ୍ଚିତ ଭାବେ ଆଜି ଦିନରେ ଗବେଷଣାର ବିଷୟ ପାଲଟିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Mar 11, 2023, 11:05 PM IST

ନୂଆଦିଲ୍ଲୀ: ଚର୍ଚ୍ଚାରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ । ଜବାହାରଲାଲ ନେହେରୁ (ଜେଏନୟୁ) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଓଡିଶାର ଗୌରବମୟ ଗାଥା ଉପରେ ରଖିଲେ ଅଭିଭାଷଣ । ମଗଧ ସମ୍ରାଟ ଅଶୋକ କଳିଙ୍ଗଯୁଦ୍ଧ ପରେ କେମିତି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ ଏହା ଉପରେ ଜ୍ଞାନ ପ୍ରଦାନ ଛାତ୍ରଛାତ୍ରୀଙ୍କୁ ଗବେଷଣା କରିବାକୁ ଦେଇଛନ୍ତି ଆହ୍ବାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି (ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ) ର ସମାବର୍ତ୍ତନ ଉତ୍ସବରେ କହିଛନ୍ତି ‘‘ସେତେବେଳେ କଳିଙ୍ଗରେ ରାଜା କେହି ନଥିଲେ । ଜନପ୍ରତିନିଧିଙ୍କ ସମୂହ ବସି ସମସ୍ତ ନିର୍ଣ୍ଣୟ ନେଉଥିଲେ । ଯୁଦ୍ଧରେ ଲକ୍ଷେ ଓଡିଆଙ୍କ ଜୀବନ ଯାଇଥିଲା । ଓଡିଆ ଭାବରେ ଏହି ଯୁଦ୍ଧରେ ଓଡିଆ ଜାତିର ପରାଜୟ ନୁହେଁ ବିଜୟର ଅଦମ୍ୟ ସାହାସକୁ ଦୁନିଆଁ ଅନୁଭବ କରିଛି । 22 ଶହ ବର୍ଷ ପୂର୍ବ କଳିଙ୍ଗଯୁଦ୍ଧ ପ୍ରଶାସନିକ ଢାଞ୍ଚା, ନିର୍ଣ୍ଣୟ ପ୍ରକ୍ରିୟା ନିଶ୍ଚିତ ଭାବେ ଆଜି ଦିନରେ ଗବେଷଣାର ବିଷୟ ପାଲଟିଛି । ’’ ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଆହ୍ବନ ଦେଇ ଧର୍ମେନ୍ଦ୍ର କହିଛନ୍ତି ଭାରତର ଲୋକ ଚରିତ୍ରରେ ପ୍ରଜାତନ୍ତ୍ର ରହିଛି । ଲୋକ କୁହନ୍ତି ପାଶ୍ଚାତ୍ୟ ଦେଶରୁ ଗଣତନ୍ତ୍ର ଆସିଛି । କିନ୍ତୁ ମୁଁ ଆପଣଙ୍କୁ ପ୍ରମାଣର ସହ କହିଲି ଭାରତରେ ଗଣତନ୍ତ୍ର ଥିଲା । ଧର୍ମେନ୍ଦ୍ରଙ୍କର ଏହି ପ୍ରଭାବୀ ଅଭିଭାଷଣ ଏବେ ବେଶ ଚର୍ଚ୍ଚାରେ ରହିଛି । ବିଶେଷ କରି ଦେଶର ଶିକ୍ଷାମନ୍ତ୍ରୀ ଭାବେ ଜେଏନୟୁ ପରି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଯେଉଁଭଳି ଭାବେ ଦେଶ ତଥା ରାଜ୍ୟର ଇତିହାସ ଓ ଗୌରବମୟ ଗାଥାକୁ ଉପସ୍ଥାପନା କରିଛନ୍ତି ତାହା ପ୍ରଶଂସନୀୟ ।

ନିଜ ରାଜ୍ୟର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କ ଉଦ୍ୟମ ଓ ଅବଦାନ ମଧ୍ୟ କିଛି କମ ନୁହେଁ । ଓଡିଆ ଅସ୍ମିତାର ପରିଚୟ ପାଇଁ କେନ୍ଦ୍ରମନ୍ତ୍ରୀ ଅହରହ ଉଦ୍ୟମ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲାର ଜନଜାତି ପରିବାରରୁ ଆସି ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଆସନରେ ବସିଛନ୍ତି । ଏହା ଓଡିଆ ଅସ୍ମିତାର ଆଉ ଏକ ପରିଚୟ । କେବଳ ଏତିକି ନୁହେଁ ଓଡିଶାର ପାଇକବିଦ୍ରୋହକୁ ଦେଶ ସାମ୍ନାରେ ଉପସ୍ଥାପତି କରିବା ପାଇଁ ସବୁବେଳେ ଉଦ୍ୟମ କରି ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଇକବିଦ୍ରୋହର 200 ବର୍ଷ ପୂର୍ତ୍ତି ପାଳନ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଭୂମିକା ଥିଲା । ପାଇକସ୍ମାରକୀ ସହ ପାଇକଙ୍କ ଦାୟାଦଙ୍କୁ ମଧ୍ୟ ସମ୍ମାନିତ କରିବାରେ ତାଙ୍କର ଭୂମିକା ରହିଛି । ପାଇକବିଦ୍ରୋହ ଦେଶର ପ୍ରଥମ ସଂଗଠିତ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ ଆଜି ପାଠ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ସାମିଲ ହୋଇଛି ।

ସେହିପରି ମହିମା ଧର୍ମ ଓ ଭୀମଭୋଇଙ୍କ ଲେଖାକୁ ପ୍ରଚାର ଓ ପ୍ରସାର କରିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଆଗରେ । ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଭୀମଭୋଇଙ୍କ କାଳଜୟୀ କବିତା ରାଷ୍ଟ୍ରୀୟସ୍ତରରେ ଚର୍ଚ୍ଚାକୁ ଆସିଛି । ଆଜି ଭୀମଭୋଇଙ୍କୁ ପୃଥିବୀର ଜଣେ ବଡ ଦାର୍ଶନିକ ଭାବରେ ଦେଶ ବିଦେଶରେ ପଢାଯିବାର ସୁଯୋଗ ସୃଷ୍ଟି ହୋଇଛି ।

ଏତତ ବ୍ୟତୀତ ଓଡିଶାର କଳା, ସଂସ୍କୃତି ସହ ଓଡିଶାର ପରମ୍ପରାକୁ ବିଦେଶ ମାଟିରେ ପ୍ରଚାର ଓ ପ୍ରସାର କରିବାରେ ତାଙ୍କର ଅବଦାନ ଆଗରେ ରହିଛି । ବିଦେଶୀ ଅତିଥି ହୁଅନ୍ତୁ ଅବା ବିଦେଶରେ ଥିବା ଲୋକମାନଙ୍କୁ ସାକ୍ଷାତ ସମୟରେ ଓଡିଶାର ପଟ୍ଟଚିତ୍ର ଓ ଓଡିଆର ପ୍ରତୀକ ପ୍ରଦାନ କରିଥାନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.