ଭୁବନେଶ୍ବର: ପୌରାଣିକ କଥାରେ ଅନେକ ନାରୀ ଶକ୍ତିର କାହାଣୀ ରହିଛି । ଭାରତ ଇତିହାସରେ ଥିବା ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଚରିତ୍ର ଅଛନ୍ତି । ସେମାନଙ୍କ କଥାକୁ ନୂଆପିଢି ପାଖରେ ପହଞ୍ଚାଇବାକୁ ହେବ । ଏନେଇ ବିଶ୍ୱବିଦ୍ୟାଳୟ ଦାୟିତ୍ୱ ନେବାକୁ ହେବ । ଆମର ବିଶ୍ବ ବିଦ୍ୟାଳୟ ଗୁଡିକ ଉକ୍ତ ବିଷୟକୁ ଅନୁସନ୍ଧାନ କରି ବାଖ୍ୟା କରିବାର ଦାୟିତ୍ବ ନେଉ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରେ ସାହିତ୍ୟିକା ପଦ୍ମଭୂଷଣ ଡକ୍ତର ପ୍ରତିଭା ରାୟଙ୍କ ଲିଖିତ ଉପନ୍ୟାସ ଯାଜ୍ଞସେନୀର ସଂସ୍କୃତ ଭାଷାର ଦ୍ବିତୀୟ ସଂସ୍କରଣ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
-
आज नारी शक्ति विमर्श पर आयोजित दो दिवसीय राष्ट्रीयसंगोष्ठी—यागसेनी में ओड़िया साहित्य साम्राज्ञी, पद्मभूषण प्रतिभा राय जी द्वारा लिखित पुस्तक “याज्ञसेनी” के संस्कृत अनुवाद का लोकार्पण करने का सौभाग्य प्राप्त हुआ। समय सापेक्ष इस संगोष्ठी का आयोजन करने के लिए @CentralSanskrit और… pic.twitter.com/GM7UBj25Bb
— Dharmendra Pradhan (@dpradhanbjp) July 27, 2023 " class="align-text-top noRightClick twitterSection" data="
">आज नारी शक्ति विमर्श पर आयोजित दो दिवसीय राष्ट्रीयसंगोष्ठी—यागसेनी में ओड़िया साहित्य साम्राज्ञी, पद्मभूषण प्रतिभा राय जी द्वारा लिखित पुस्तक “याज्ञसेनी” के संस्कृत अनुवाद का लोकार्पण करने का सौभाग्य प्राप्त हुआ। समय सापेक्ष इस संगोष्ठी का आयोजन करने के लिए @CentralSanskrit और… pic.twitter.com/GM7UBj25Bb
— Dharmendra Pradhan (@dpradhanbjp) July 27, 2023आज नारी शक्ति विमर्श पर आयोजित दो दिवसीय राष्ट्रीयसंगोष्ठी—यागसेनी में ओड़िया साहित्य साम्राज्ञी, पद्मभूषण प्रतिभा राय जी द्वारा लिखित पुस्तक “याज्ञसेनी” के संस्कृत अनुवाद का लोकार्पण करने का सौभाग्य प्राप्त हुआ। समय सापेक्ष इस संगोष्ठी का आयोजन करने के लिए @CentralSanskrit और… pic.twitter.com/GM7UBj25Bb
— Dharmendra Pradhan (@dpradhanbjp) July 27, 2023
କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଓ ସଙ୍ଗୀତ ନାଟ୍ୟ ଏକାଡେମୀରେ ମିଳିତ ଉଦ୍ୟମରେ ଅନୁଷ୍ଠିତ ଦୁଇ ଦିବସୀୟ ଯାଜ୍ଞସେନୀ ଜାତୀୟ ସମ୍ମିଳନୀରେ ସେ ଆହୁରି କହିଛନ୍ତି,''ବର୍ତ୍ତମାନ ସମୟରେ ସଭ୍ୟତାକୁ ଉଜାଗର କରିବାକୁ ମାଆଙ୍କ ଉପରେ ଚର୍ଚ୍ଚା ଆବଶ୍ୟକ । ସ୍ରଷ୍ଟାଙ୍କୁ କେନ୍ଦ୍ରଙ୍କୁ ନଆଣିଲେ ସୃଷ୍ଟି ରହିପାରିବ ନାହିଁ । ସଭ୍ୟତା ସର୍ବତା ନାରୀଙ୍କୁ ସମ୍ମାନ ଦେବା ଶିଖାଇଛି । ଚିନ୍ତନ, ତର୍କ ଓ ଅନୁସନ୍ଧାନ ପାଇଁ ମାତୃଭାଷା ଅବଶ୍ୟାମ୍ଭବୀ । ଭାରତ ଇତିହାସରେ ଦ୍ରୌପଦୀ, ଅହଲ୍ୟା ଏବଂ ଶ୍ରବଣ କୁମାରଙ୍କ ଭଳି ଚରିତ୍ରଙ୍କୁ ନୂଆପିଢି ପାଖରେ ପହଞ୍ଚାଇବା ପାଇଁ ବିଶ୍ୱବିଦ୍ୟାଳୟ ଦାୟିତ୍ୱ ନେଉ । ଉକ୍ତ ବିଷୟ ଉପରେ ଅନୁସନ୍ଧାନ ସହ ବ୍ୟାଖାନ କରିବା ପାଇଁ ଦାୟିତ୍ୱ ନେବାକୁ ହେବ । ଏହା ସହିତ ପୁସ୍ତକର ମୂଳ ଲେଖିକା ଓ ସଂସ୍କୃତ ଭାଷାରେ ଅନୁବାଦିତ କରିଥିବା ଲେଖକଙ୍କୁ ଧନ୍ୟବାଦ ।''
ସେ ଆହୁରି କହିଛନ୍ତି, ବିଶ୍ୱବିଦ୍ୟାଳୟ ଗୁଡିକ ଆମର ପୁରାତନ ସଭ୍ୟତା, ''ସମାଜର ପୁଞ୍ଜି ତଥା ଭାରତୀୟତାକୁ ବାଖ୍ୟାନ କରିବା ଦିଗରେ କାମ କରିବା ଆବଶ୍ୟକ । ଯେତେବେଳେ ଭାରତ ନିଜ ପୂର୍ବ ଗୌରବ ଆଧାରରେ ମହାଶକ୍ତି ହେବାକୁ ଯାଉଛି ଏବଂ ଜି-୨୦ର ପ୍ରେସିଡେନ୍ସି କରୁଛି । ସେଭଳି ସମୟରେ ମହିଳା ସଶକ୍ତିକରଣ ଉପରେ ଲଖିତ ତଥା ପାଠକୀୟ ଆଦୃତ ହୋଇଥିବା “ଯାଜ୍ଞସେନୀ”ର ଦ୍ୱିତୀୟ ସଂସ୍କୃତ ସଂସ୍କରଣ ଉନ୍ମୋଚିତ ହୋଇଛି । ପରିବର୍ତ୍ତନ, ବିଦ୍ରୋହ, ଅସହମତିର ଚରମ ଅଭିବ୍ୟକ୍ତି ଯାଜ୍ଞସେନୀ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଯାଜ୍ଞସେନୀ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ମହାଭାରତର ଦ୍ରୌପଦୀଙ୍କୁ ଏଥିରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ''
ଏହା ବି ପଢନ୍ତୁ...ଖୁବଶୀଘ୍ର ସରିବ ରାଜ୍ୟରେ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ
ଏହା ବି ପଢନ୍ତୁ...Rozgar Mela: ସପ୍ତମ ପର୍ଯ୍ୟାୟରେ ୧୮୧ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ଧର୍ମେନ୍ଦ୍ର
ଜାତୀୟ ଶିକ୍ଷା ନୀତିରେ ଭାଷାର ଗୁରୁତ୍ବ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି,''ଜାତୀୟ ଶିକ୍ଷାନୀତିରେ ଭାରତୀୟ ଭାଷାକୁ ଗୁରୁତ୍ବ ଦିଆଯାଉଛି । କାରଣ ଚିନ୍ତନ, ତର୍କ ଓ ଅନୁସନ୍ଧାନ ପାଇଁ ମାତୃଭାଷା ଅବଶ୍ୟାମ୍ଭବୀ । ଏନଇପି 2020କୁ ମୂଳ ସହ ଯୋଡିବାକୁ କୁହାଯାଇଛି । ଯାହା 'ଯାଜ୍ଞସେନୀ'ରେ ଉଲ୍ଲେଖ୍ୟ ରହିଛି ।''
ଇଟିଭି ଭାରତ, ଭୁବନେଶ୍ବର