ETV Bharat / state

ରାଜଧାନୀରେ ମିଳିବ ନିରବଚ୍ଛିନ୍ନ ଜଳ ଯୋଗାଣ, ମୁଣ୍ଡୁଳିରେ ନିର୍ମାଣ ହେବ ଜଳ ବିଶୋଧନାଗାର - ରାଜ୍ୟ କ୍ୟାବିନେଟ

ରାଜଧାନୀରେ ନିରବଚ୍ଛିନ୍ନ ଜଳ ଯୋଗାଣ ପାଇଁ ମୁଣ୍ଡୁଳିରେ ନିର୍ମାଣ ହେବ ୧୩୦ ଏମଏଲଡିର ଜଳ ବିଶୋଧନାଗାର । ୨୦୩୮ ସୁଦ୍ଧା ସହରର ସମସ୍ତ ପରିବାର ୨୪ ଘଣ୍ଟିଆ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାବ୍‌ ମାନର ଜଳ ପାଇବେ । ଅଧିକ ପଢନ୍ତୁ

ରାଜ୍ୟ କ୍ୟାବିନେଟରେ ଜଳ ବିଶୋଧନାଗାର ପ୍ରକଳ୍ପକୁ ଅନୁମୋଦନ

author img

By

Published : Feb 15, 2023, 8:05 AM IST

Updated : Feb 15, 2023, 2:27 PM IST

ରାଜ୍ୟ କ୍ୟାବିନେଟରେ ଜଳ ବିଶୋଧନାଗାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ମିଳିବ ନିରବଛିନ୍ନ ଜଳ ଯୋଗାଣ । ଭୁବନେଶ୍ୱରର ୬୭ ୱାର୍ଡ ସମେତ ପଞ୍ଚାୟତଗୁଡିକୁ ଏହି ଜଳ ଯୋଗାଣ ସୁବିଧା ମିଳିବ । ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ମାନର ପାନୀୟ ଜଳ ପାଇବେ ଭୁବନେଶ୍ବରବାସୀ । ସହରରେ ନିରବଚ୍ଛିନ୍ନ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ପାଇଁ କଟକର ମୁଣ୍ଡୁଳିଠାରେ ୧୩୦ ଏମଏଲଡିର ଜଳ ବିଶୋଧନଗାର ନିର୍ମାଣ ହେବ । ଏଥିଲାଗି ୨୮୬ କୋଟି ୭୩ ଲକ୍ଷ ୨୨ ହଜାର ୧୪୨ ଟଙ୍କା ଖର୍ଚ୍ଚ କରାଯିବ । ଏହି ନିର୍ମାଣ କାମ ଦାୟିତ୍ବ ମେସର୍ସ ଏଲସି ଇନଫ୍ରା ପ୍ରୋଜେକ୍ଟ ନେଇଥିବା ବେଳେ ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି ।

ଏହି ପ୍ରକଳ୍ପ ୨୦୩୮ ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପରିବାରକୁ ୨୪ ଘଣ୍ଟିଆ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମାନର ଜଳ ଯୋଗାଣରେ ସହାୟକ ହେବ । ୨୦୨୫ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ୧୩୦ ଏମଏଲଡି ଡବ୍ଲ୍ୟୁଟିପି ନିର୍ମାଣ କରାଯିବ । ବ୍ୟବହୃତ ଜଳର ପୁନଃପ୍ରକ୍ରିୟାକରଣ ଓ ବାର୍ଜ୍ୟଜଳର ଉପଚାର କେନ୍ଦ୍ର ୩୦ ନିୟୁତ ଲିଟର କ୍ଷମତା ସମ୍ପନ୍ନ ଆରସିସି ୨ଟି ଚାମ୍ବର ବିଶିଷ୍ଟ ମୁଖ୍ୟ ସନ୍ତୁଳନ ଜଳ ଭଣ୍ଡାର ନିର୍ମାଣ ହେବ । ୧୯.୫ କିଲୋମିଟର ପର୍ଯ୍ୟନ୍ତ ୧୪୨୦ କୋଡିଏ ମିଲିମିଟର ସ୍ଵଚ୍ଛ ଜଳ ଯୋଗାଣ ପାଇପ ଯୋଗାଯିବ ।

ରାଜଧାନୀବାସୀଙ୍କ ପାନୀୟ ଜଳ ଚାହିଦାକୁ ଦୃଷ୍ଟିରେ ରଖି ଏହାର ସମାଧାନ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ୱାଟକୋ ମାଧ୍ୟମରେ ଭୁବନେଶ୍ୱର ସହରକୁ ନିରବଛିନ୍ନ ଜଳ ଯୋଗାଣ ପାଇଁ ଏହି ନିଷ୍ପତି ନିଆଯାଇଛି । ଏହାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିବା ପରେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଅନ୍ୟପଟେ ନିରବଚ୍ଛିନ୍ନ ଜଳ ଯୋଗାଣକୁ ନେଇ ପୂର୍ବରୁ ସହରରେ ୨୪ ଘଣ୍ଟିଆ ଓ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ ଯୋଜନାରେ ୧୯ଟି ସ୍ଥାନରେ ଏହି ସୁବିଧା ପାଉଛନ୍ତି ରାଜଧାନୀବାସୀ ।

ପ୍ରକାଶଥାଉ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରଥମେ ମନ୍ତ୍ରୀ ପରିଷଦ ଓ ପରେ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ୧୫ଟି ପ୍ରସ୍ତାବରେ ମୋହର ବାଜିଥିଲା । ଏନେଇ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଥିଲେ । ବୈଠକରେ ୬ ହଜାର ୨୫ ହାଇସ୍କୁଲ ଶିକ୍ଷକଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 15, 2023, 2:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.