ETV Bharat / state

ଉଚ୍ଚ ଶିକ୍ଷାନୁଷ୍ଠାନକୁ ୟୁଜିସିର ନିର୍ଦ୍ଦେଶ, ସାର୍ଟିଫିକେଟ୍‌ରେ ରହିବନି ଆଧାର ନମ୍ବର

author img

By ETV Bharat Odisha Team

Published : Sep 2, 2023, 10:22 AM IST

ବିଶ୍ବବିଦ୍ୟାଳୟ ଗୁଡ଼ିକ ଦ୍ବାରା ପ୍ରଦାନ କରାଯାଉଥିବା ପ୍ରୋଭିଜିନାଲ ସାର୍ଟିଫିକେଟ୍ ଏବଂ ଡିଗ୍ରୀରେ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ପ୍ରଦର୍ଶନ ହେବନି । ଅଧିକ ପଢନ୍ତୁ

ସାର୍ଟିଫିକେଟ୍‌ରେ ପ୍ରଦର୍ଶନ ହୋଇପାରିବନି ଆଧାର ନମ୍ବର

ଭୁବନେଶ୍ବର: ସାର୍ଟିଫିକେଟ୍‌ରେ ରହିବନି ଆଧାର ନମ୍ବର । ବିଶ୍ବବିଦ୍ୟାଳୟ ଗୁଡ଼ିକ ଦ୍ବାରା ପ୍ରଦାନ କରାଯାଉଥିବା ପ୍ରୋଭିଜିନାଲ ସାର୍ଟିଫିକେଟ୍ ଏବଂ ଡିଗ୍ରୀରେ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ପ୍ରଦର୍ଶନ ହୋଇପାରିବନି । ୟୁଆଇଡିଏଆଇର(UIDAI) ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ।

ତେବେ କେତେକ ରାଜ୍ୟରେ ସରକାର ଛାତ୍ରଛାତ୍ରୀଙ୍କ ପ୍ରୋଭିଜିନାଲ ସାର୍ଟିଫିକେଟ୍ ଏବଂ ଡିଗ୍ରୀରେ ସମ୍ପୂର୍ଣ୍ଣ ଆଧାର ନମ୍ବର ପ୍ରିଣ୍ଟ କରିବାକୁ ବିଚାର କରୁଥିବା ୟୁଜିସି ଜାଣିବାକୁ ପାଇଥିଲା । ଯାହାକୁ ନେଇ ପ୍ରୋଭିଜିନାଲ ସାର୍ଟିଫିକେଟ୍ ଏବଂ ଡିଗ୍ରୀରେ ଆଧାର ନମ୍ବର ପ୍ରିଣ୍ଟ କରିବାକୁ ଅନୁମତି ନଥିବା ୟୁଜିସି ସ୍ପଷ୍ଟ କରିଛି । ଅନ୍ୟପଟେ ଅଗଷ୍ଟ 23 ତାରିଖରେ ଚନ୍ଦ୍ରଯାନ-3 ଚନ୍ଦ୍ରରେ ପ୍ରଥମେ ଅବତରଣ କଲାବେଳେ ଭାରତ ଇତିହାସ ସୃଷ୍ଟି କରିଛି । ଏହି ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ପାଇଁ ପ୍ରାୟ 200 ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ଏକ କାର୍ଯ୍ୟକ୍ରମରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ISRO ବୈଜ୍ଞାନିକମାନେ ଉପସ୍ଥାପନା କରିବେ । ଉପସ୍ଥାପନା ପରେ ବୈଜ୍ଞାନିକମାନେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବେ । ଏହା ସହ ସେମାନଙ୍କର ପ୍ରଶ୍ନର ଉତ୍ତର ରଖିବେ ବୈଜ୍ଞାନିକ ।

ଏହା ମଧ୍ୟ ପଢନ୍ତୁ- ଜୁଆଙ୍ଗରେ ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟସେବା ବନ୍ଦ ଘଟଣା, ଦୁର୍ନୀତି ଅଭିଯୋଗ ଆଣିଲେ ଟ୍ରଷ୍ଟି ମାଇକେଲ ଏ.ଦୋବେ

ସେହିପରି ଆଜିଠାରୁ ୧୫ ତାରିଖ ଯାଏଁ ବିଦ୍ୟାଳୟଗୁଡ଼ିକରେ ସ୍ବଚ୍ଛତା ପକ୍ଷ ପାଳନ କରାଯିବ । କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ୨୦୧୬ରୁ ଏହା ପାଳିତ ହୋଇ ଆସୁଛି । ଚଳିତବର୍ଷ ସେପ୍ଟେମ୍ବର ୧ଠାରୁ ଏହା ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଏହି ସ୍ବଚ୍ଛତା ପକ୍ଷରେ ବିଦ୍ୟାଳୟଗୁଡ଼ିକରେ ସ୍ବଚ୍ଛତା, ପରିମଳ ଏବଂ ଅନ୍ୟାନ୍ୟ କାର୍ଯ୍ୟକୁ ଗୁରୁତ୍ବ ଦିଆଯିବ । ଏଥିରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଗୋଷ୍ଠୀର ସମ୍ପୃକ୍ତି ରହିବ । ୧ ତାରିଖ‌ ସ୍ବଚ୍ଛତା ଶପଥ ଦିବସରେ ସମସ୍ତ ବିଦ୍ୟାଳୟ ଏବଂ କାର୍ଯ୍ୟାଳୟରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ । ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମଚାରୀ ପରିଷ୍କାର-ପରିଚ୍ଛନ୍ନତା ପାଇଁ ଏହିଦିନ ଶପଥ ନେବେ । ସେପ୍ଟେମ୍ବର ୬ ତାରିଖ ଜନ୍ମାଷ୍ଟମୀ ପାଇଁ ଛୁଟି ରହୁଥିବାରୁ ଏହି ଦିବସ ପାଇଁ ଧାର୍ଯ୍ୟ କାର୍ଯ୍ୟକ୍ରମ ଏହାର ପୂର୍ବଦିନ ୪ ଏବଂ ୫ ତାରିଖର କାର୍ଯ୍ୟକ୍ରମ ସହ ଅନ୍ତର୍ଭୁକ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ବିଦ୍ୟାଳୟ ସ୍ତରରେ ହେବାକୁ ଥିବା ଖର୍ଚ୍ଚ ପିଏବି ଦ୍ବାରା ମଞ୍ଜୁର ହୋଇଥିବା କମ୍ପୋଜିଟ୍ ସ୍କୁଲ୍ ଗ୍ରାଣ୍ଟର ୧୦% ରୁ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.