ETV Bharat / state

ଏମ୍‌.ଫିଲ ପାଠ୍ୟକ୍ରମ ଏକ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ: ୟୁଜିସି - ସ୍ବୀକୃତିପ୍ରାପ୍ତ ଡିଗ୍ରୀ

M.Phil. program is not recognized degree : ଏମ୍‌.ଫିଲ୍‌ ପାଠ୍ୟକ୍ରମ ଏକ ସ୍ବୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ ବୋଲି ସ୍ପଷ୍ଟ କରିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ । ଏମ୍‌.ଫିଲ୍ ପ୍ରୋଗ୍ରାମରେ ତୁରନ୍ତ ନାମଲେଖା ବନ୍ଦ କରିବାକୁ ବିଶ୍ବବିଦ୍ୟାଳୟ ଗୁଡ଼ିକୁ ଆୟୋଗର ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଏମ୍‌.ଫିଲ ପାଠ୍ୟକ୍ରମ ଏକ ସ୍ୱୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ : ୟୁଜିସି

author img

By ETV Bharat Odisha Team

Published : Dec 27, 2023, 10:45 PM IST

ଭୁବନେଶ୍ବର : ଏଣିକି ଆଉ ରହିବନି ଏମ୍‌.ଫିଲ୍‌ ପାଠ୍ୟକ୍ରମ । ଉଚ୍ଚଶିକ୍ଷା ପାଇଁ ଏଣିକି ଛାତ୍ର ଛାତ୍ରୀ ମାନଙ୍କ କମିଲା ପାଠ ପଢା ବୋଝ । ଗବେଷଣା ପ୍ରତି ଆଗ୍ରହୀ ଛାତ୍ର ଛାତ୍ରୀ ମାନେ ସ୍ନାତକତ୍ତୋର ପରେ ସିଧାସଳଖ କରିପାରିବେ ପିଏଚଡି ରେ ଆଡମିଶନ । ମାଷ୍ଟର ଅଫ୍ ଫିଲୋସୋଫି (ଏମ୍‌.ଫିଲ୍‌) ପାଠ୍ୟକ୍ରମ ଏକ ସ୍ବୀକୃତିପ୍ରାପ୍ତ ଡିଗ୍ରୀ ନୁହେଁ ବୋଲି ସ୍ପଷ୍ଟ କରିଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି ) । ଏଭଳି ପ୍ରୋଗ୍ରାମ ଗୁଡ଼ିକରେ ନାମ ନ ଲେଖାଇବା ପାଇଁ କେତେକ ବିଶ୍ବବିଦ୍ୟାଳୟ ପକ୍ଷରୁ ବହୁଳ ବିଜ୍ଞାପନ ଦିଆଯାଉଥିବାରୁ ଏନେଇ ଛାତ୍ରୀଛାତ୍ରମାନଙ୍କୁ ସତର୍କ କରିଛି ୟୁଜିସି ।

ୟୁଜିସି ସେକ୍ରେଟାରି ମନୀଷ ଜୋଶୀ କହିଛନ୍ତି, କିଛି ୟୁନିଭର୍ସିଟି ଏମ୍‌.ଫିଲ୍ କୋର୍ସରେ ନାମ ଲେଖାଇବା ନିମନ୍ତେ ପିଲାଙ୍କଠାରୁ ଦରଖାସ୍ତ ଆହ୍ବାନ କରିଥିବାର ଘଟଣା ଆୟୋଗଙ୍କ ନଜରକୁ ଆସିଛି । ୟୁଜିସିର ରେଗୁଲେଶନ୍ ନଂ.୧୪ (ମିନିମମ୍ ଷ୍ଟାଣ୍ଡାର୍ଡ୍ସ ଆଣ୍ଡ୍ ପ୍ରୋସିଡ୍ୟୁର ଫର୍ ଆୱାର୍ଡ ଅଫ୍ ପିଏଚ୍‌ଡି ଡିଗ୍ରୀ) ରେଗୁଲେଶନ୍ସ, ୨୦୨୨ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ କୌଣସି ଏମ୍‌.ଫିଲ୍ ପାଠ୍ୟକ୍ରମ ଚଳାଇପାରିବେ ନାହିଁ । ତେଣୁ ୨୦୨୩-୨୪ ଶିକ୍ଷାବର୍ଷରେ ଏପରି ଏମ୍‌.ଫିଲ୍ ପ୍ରୋଗ୍ରାମରେ ତୁରନ୍ତ ନାମଲେଖା ବନ୍ଦ କରିବାକୁ ବିଶ୍ବବିଦ୍ୟାଳୟ ଗୁଡ଼ିକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ କୌଣସି ଏମ୍‌.ଫିଲ୍ କୋର୍ସରେ ନାମ ନ ଲେଖାଇବାକୁ ପରାମର୍ଶ ଦିଆଯାଇଥିବା ୟୁଜିସି ସେକ୍ରେଟାରି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଦେଶର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ହେବ ସେଲ୍ଫି ପଏଣ୍ଟ, ଲାଗାଯିବ ମୋଦିଙ୍କ ଫଟୋ

ସୂଚନା ଅନୁଯାୟୀ, ରାଜ୍ୟରେ ଅନେକ ମହାବିଦ୍ୟାଳୟ ହେଉ ବା ବିଶ୍ଵବିଦ୍ୟାଳୟରେ ହେଉ ଏମ୍‌.ଫିଲ୍ ପାଠ୍ୟକ୍ରମ ଚାଲୁରହିଛି । ଅନେକ ଛାତ୍ର ଛାତ୍ରୀ ମାନେ ଏଥିରେ ନାମ ମଧ୍ୟ ଲେଖାଇଛନ୍ତି । ଏପରିକି ସାର୍ଟିଫିକେଟ ମଧ୍ୟ ମିଳୁଛି । ତେଣୁ ଏନେଇ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ ଏହି ଡିଗ୍ରୀ ସ୍ବୀକୃତିପ୍ରାପ୍ତ ନୁହେଁ । ତେଣୁକରି କୌଣସି କଲେଜ ଏହି ଡିଗ୍ରୀ ପାଇଁ କୌଣସି ଛାତ୍ର ଛାତ୍ରୀଙ୍କ ଆଡମିଶନ କରିବା ଉଚିତ ନୁହେଁ । ଏମ.ଫିଲର ଡିଗ୍ରୀକୁ ୟୁଜିସି ଅବୈଧ ଘୋଷଣା କରିଥିବାବେଳେ ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଏହି ଡିଗ୍ରୀ ବନ୍ଦ କରିବାକୁ ସୁପାରିଶ କରାଯାଇଥିଲା । ଚଳିତ ବର୍ଷ ଠାରୁ ଏହାକୁ ଅବୈଧ ବୋଲି ଘୋଷଣା କରାଯାଇଛି । ସେଥିପାଇଁ ୟୁଜିସି ଉଭୟ କଲେଜ ଏବଂ ଛାତ୍ରମାନଙ୍କୁ ଏହି ଡିଗ୍ରୀ ପାଠ୍ୟକ୍ରମରେ ଆଡମିଶନ ନକରିବାକୁ କହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.