ETV Bharat / state

କୁଆଖାଇ ନଦୀରେ ଅଘଟଣ, ଗାଧୋଇବାକୁ ଯାଇ ବୁଡି ଗଲେ 2 ଇଞ୍ଜିନିୟର

author img

By

Published : May 28, 2023, 11:54 AM IST

କୁଆଖାଇ ନଦୀରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ। ଗତ ସନ୍ଧ୍ୟାରେ ଗାଧୋଇବାକୁ ଯାଇ ବୁଡି ଗଲେ 2 ଇଞ୍ଜିନିୟର ଯୁବକ। ଅଧିକ ପଢନ୍ତୁ

two youth dies after drown in Kuakhai river

ଭୁବନେଶ୍ବର/ ନିଆଳି: କୁଆଖାଇ ନଦୀରେ ଦୁଃଖଦ ଘଟଣା । ଗାଧୋଇବାକୁ ଆସି କୁଆଖାଇରେ ବୁଡିଗଲେ ଦୁଇ ଇଞ୍ଜିନିୟର । ଜଣେ ଅନ୍ୟଜଣଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ଏକା ସାଙ୍ଗରେ ନଦୀରେ ବୁଡି ଦୁଇ ସାଙ୍ଗଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ଇନ୍ଦ୍ରପାଳ କୁଆଖାଇ ନଦୀରେ ଘଟିଛି ଏପରି ଦୁଃଖଦନୀୟ ଘଟଣା । ଚାକିରିରୁ ଛୁଟିରେ ଆସି ଗତ ସନ୍ଧ୍ୟାରେ କୁଆଖାଇକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଥିଲା ଏପରି ଅଘଟଣ । ଦୁଇ ମୃତକ ହେଉଛନ୍ତି ତମାଣ୍ଡୋ ଥାନା ଅଞ୍ଚଳରେ ରହୁଥିବା ସ୍ମୃତି ସୌରଭ ପ୍ରଧାନ ଓ ଅନୁଗୋଳ ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳର ସତ୍ୟଜିତ ଦାସ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଶନିବାର) ସନ୍ଧ୍ୟାରେ 4ଜଣ ଯୁବକ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ପ୍ରଥମେ ସତ୍ୟଜିତ ଗାଧୋଉଥିବା ବେଳେ ସେ ପାଣିରେ ବୁଡିବାକୁ ଲାଗିଲେ । ଏହା ଦେଖି ସ୍ମୃତି ସୌରଭ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ମଧ୍ୟ ପାଣିରେ ବୁଡି ଯାଇଥିଲେ । ପାଣି ଭିତରେ ଥାଇ ସତ୍ୟଜିତ ଏବଂ ସ୍ମୃତି ସୌରଭ ହାତ ହଲାଇ ଉଦ୍ଧାର ପାଇଁ ଚିତ୍କାର କରିଥିଲେ। ଏହି ସମୟରେ ଉପସ୍ଥିତ ଅନ୍ୟ ଜଣେ ଯୁବକ ସୌମ୍ୟ ରଞ୍ଜନ ତାଙ୍କ ଆଡ଼କୁ ହାତ ବଢ଼ାଇଥିଲେ । ହେଲେ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଭାଗ୍ୟକୁ ଅନ୍ୟ ଜଣେ ଯୁବକ ରୁଦ୍ର ନାରାୟଣ ଭୂୟ‌ାଁ ସେୌମ୍ୟଙ୍କୁ ଟାଣି ଆଣିବାରେ ସଫଳ ହୋଇଥିଲେ। କିନ୍ତୁ ଅନ୍ୟ ଦୁଇ ଜଣଙ୍କୁ ବଞ୍ଚାଇ ପାରିନଥିଲେ ।

ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତାର ସ୍ମୃତି ସୌରଭ ଓ ସତ୍ୟଜିତଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ଉଭୟଙ୍କ ପତ୍ତା ମିଳିପାରିନଥିଲା । ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସ୍ମୃତି ସୌରଭ ପରେ ସତ୍ୟଜିତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ସ୍ମୃତି ସୌରଭ, ସତ୍ୟଜିତ, ସୌମ୍ୟ ଓ ରୁଦ୍ର ସାଙ୍ଗ ହୋଇ ୨୦୨୧ରେ ବିଟେକ ପାସ କରିଥିଲେ । ଏହାପରେ ସମସ୍ତେ ବିଭିନ୍ନ କମ୍ପାନୀରେ ଚାକିରି କରିଥିଲେ । ସତ୍ୟଜିତ ମୁମ୍ବାଇରେ ଏକ ଆଇଟି କମ୍ପାନୀରେ ଚାକିରି କରିଥିବା ବେଳେ ସ୍ମୃତି ସୌରଭ ପୁଣେରେ ଚାକିରି କରିଥିଲେ । ଖରାଛୁଟିରେ ସମସ୍ତେ ଘରକୁ ଆସିଥିଲେ । ଗତକାଲି ସକାଳେ ଭୁବନେଶ୍ବରରେ ଏକାଠି ହୋଇଥିଲେ । ଅପରାହ୍ନ ୪ଟା ସମୟର ସେମାନେ ଦୁଇଟି ବାଇକରେ ଇନ୍ଦ୍ରପାଳ କୁଆଖାଇ ନଦୀକୁ ଆସିଥିଲେ । ସେଠାରେ ମଦ୍ୟପାନ ପରେ ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଯାଇଥିଲେ।

ଉକ୍ତ ଅଞ୍ଚଳରେ ଏ ଘଟଣା ନୂଆ ନୁହେଁ । ପୂର୍ବରୁ ଅନେକ ସମୟରେ କୁଆଖାଇ ନଦୀର ଗଭୀର ଜଳରେ ଅନେକଙ୍କ ଜୀବନ ଯାଇଛି । ମୃତ ଯୁବକଙ୍କ ପରିବାର ପ୍ରତିକ୍ରିୟା ମିଳିପାରିନାହିଁ ‌। ତେବେ ବାରମ୍ବାର ଅଘଟଣ ସତ୍ତ୍ବେ କାହିଁକି ସେହି ଅଞ୍ଚଳରେ ନିଦ୍ଧିଧାଞ୍ଚଳ ବୋଲି ସାଇନବୋର୍ଡ ଲଗାଯାଉନି ? ଏଯାବତ ଘଟିଥିବା ଅଘଟଣର କାହିଁକି ସେଠାରେ ସୂଚିତ କରାଯାଉନି ? ସ୍ଥାନୀୟ ପ୍ରଶାସନ ସେହି ଅଞ୍ଚଳରେ ନିଷେଧ ସୂଚନା କାହିଁକି ଦେଉନାହାନ୍ତି ବୋଲି ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.